ଚପଲ ପିନ୍ଧିବା ବଦଳରେ ମିଳିବ ଲକ୍ଷାଧିକ ଟଙ୍କା,ଏହି ୱେବସାଇଟ୍‌କୁ ଯାଇ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୧: ସାରା ବିଶ୍ବରେ କରୋନା ସଂକମଣ କାରଣରୁ ଲକଡାଉନ୍ ଆରମ୍ଭ କରାଯାଇଥିଲା।  କୋଭିଡ୍-୧୯ ଯୋଗୁଁ ଲକ୍ଷାଧିକ ଲୋକ ଜୀବନ ଚାଲିଯାଇଥିବା ବେଳେ  କୋଟି କୋଟି ଲୋକଙ୍କର ଚାକିରୀ ମଧ୍ୟ ଚାଲିଯାଇଥିଲା। ଯଦି ଆପଣ ଚାକିରୀ ହରାଇ ଘରେ ବସିଛନ୍ତି ତେବେ  ରହିଛି ବେଶ୍ ଅଦ୍ଭୁତ ଓ ଆକର୍ଷଣୀୟ ରୋଜଗାର ମାଧ୍ୟମ। ଆପଣ ଘରେ ବସି ୨୦-୩୦ ହଜାର ନୁହେଁ, ବଂର ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ। ସବୁଠାରୁ ବଡ କଥା ଏହା ଯେ, ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିବନି। ଏହି ଚାକିରୀଟି ହେଉଛି ସ୍ଲିପର ଟେଷ୍ଟର (Slipper Tester Job) ଚାକିରୀ।

ମାସରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ଚପଲ ପିନ୍ଧିବାକୁ ହେବ। ଆପଣ ଭାବୁଥିବେ, ବୋଧ ହୁଏ ଏହା ମିଛ ଖବର। ତେବେ ଏହା ସମ୍ପୂର୍ଣ୍ଣ ସତ। ଏହି ଚାକିରୀ ପାଇଁ ଆପଣଙ୍କୁ ଚପଲ ପିନ୍ଧି ଲୋକଙ୍କୁ କହିବାକୁ ହେବ କିଭଳି ଅନୁଭବ କରୁଛନ୍ତି,ମାନେ ସେହି ଚପଲ କେତେ ଆରାମ ଦାୟକ। ଏତିକି ମାତ୍ର କାମ କରିବାକୁ କମ୍ପାନୀ ଆପଣଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା କ୍ରେଡିଟ୍ କରିଦେବ।

ବେଡରୁମ୍ ଆଥଲେଟିକ୍ସ କମ୍ପାନୀ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଲିପର ଟେଷ୍ଟର ଚାକିରୀ  ବାହାର କରିଛି। ଯଦି ଆପଣ ଏହି ଚାକିରି କରିବାକୁ ଇଚ୍ଛୁକ ତେବେ  Bedroom Athletics କମ୍ପାନୀର ଓ୍ବେବସାଇଟରେ ନିଜର ଡିଟେଲ୍ସ ଦେଇପାରନ୍ତି। ଯଦି କମ୍ପାନୀ ଆପଣଙ୍କ ପ୍ରୋଫାଇଲ ଓ ଉତ୍ତରରେ ଖୁସି ହୁଅନ୍ତି ତେବେ ଚାକିରୀ ମିଳିପାରେ।

ବେଡରୁମ୍ ଆଥଲେଟିକ୍ସ କମ୍ପାନୀର ସ୍ଲିପର ଟେଷ୍ଟର ଚାକିରୀର ଆଡ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କମ୍ପାନୀକୁ ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀଙ୍କର ଦରକାର ରହିଛି। ଏହି ଚାକିରୀ କଲେ ମାସକୁ ଦୁଇଦିନ ଚପଲ ଟେଷ୍ଟିଂ କରିବାକୁ ହେବ। ଏଥିରେ ଦିନକୁ ୧୨ ଘଣ୍ଟା ପର୍ଯ୍ୟନ୍ତ କମ୍ପାନୀର ଚପଲ ପିନ୍ଧିବାକୁ ହେବ। ତେବେ ଆଉ ଅପେକ୍ଷା କେଉଁ କଥାକୁ, ଏବେ ବି କରିପାରିବେ ଲକ୍ଷାଧିକ ଟଙ୍କାର ଚାକିରି ପାଇଁ ଆବେଦନ।