ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ନୂଆଦିଲ୍ଲୀ,୨୮।୧୧: ପୁରା ବ୍ରହ୍ମାଣ୍ଡ ଏତେ ବଡ ଯେ, ତାହା ବିଷୟରେ ସବୁବେଳେ କିଛି ନା କିଛି ନୂଆ ସୂଚନା ମିଳିଥାଏ। କେବଳ ସେତିକି ନୁହେଁ ପୁରୁଣା ଧାରଣା ମଧ୍ୟ ଭାଙ୍ଗିଥାଏ। ନିକଟରେ ଏକ ଅଧ୍ୟୟନରୁ ଜଣାଡିଛି ଯେ, ବ୍ରହ୍ମାଣ୍ଡରେ ଏପର୍ଯ୍ୟନ୍ତ ପୃଥିବୀର ଯେଉଁ ସ୍ଥିତି ବିଷୟରେ ଯାହା ଭାବିଥିବାରୁ ତାହା ଭୁଲ ଥିଲା। ଅଧ୍ୟୟନରେ ଗବେଷକମାନେ ଯେତେବେଳେ ଆମର ଗାଲାକ୍ସି ମିଲକି ଓ୍ବେ (ଆକାଶଗଙ୍ଗା)ର ନକ୍ସା ତିଆରି କରିଥିଲେ ତାଙ୍କୁ ଜଣାପଡିଥିଲା ଯେ, ଆମ ସୌର ମଣ୍ଡଳର ସ୍ଥାନ କିଛି ଅଲଗା ରହିଛି।

ଗବେଷଣାରୁ ଜଣାପଡିଛି ଯେ, ଆମର ଗାଲାକ୍ସି କ୍ୟାଟଲଗ୍ ପବ୍ଲିକେସନ୍ ଅଫ୍ ଦ ଆଷ୍ଟେ୍ରାନୋମିକାଲ ସୋସାଇଟି ଅଫ୍ ଜାପାନରେ ପ୍ରକାଶିତ ହୋଇଥିଲା। ଆମ ​‌ସୌର ମଣ୍ଡଳ ଏବେ ଆମର ଗାଲାକ୍ସି କେନ୍ଦ୍ରରେ ଥିବା ବ୍ଲାକହୋଲର ଖୁବ୍ ନିକଟରେ ରହିଛି, ସେଭଳି ପୂର୍ବରୁ ଏହା ଅଳ୍ପ ଦୂରରେ ଥିବା ମପା ଯାଇଥିଲା। ଆମର ​‌ସୌର ମଣ୍ଡଳ Sagittarius A* ନାମକ ଏହି ବ୍ଲାକହୋଲର ପରିକ୍ରମା ଦ୍ରୁତ ଗତିରେ କରିବାରେ ଲାଗିଛି।

ଆମର ସୌର ମଣ୍ଡଳ Sagittarius A* ର ଭିତର ଆଡକୁ ଯାଉନାହିଁ, ତେଣୁ ଚିନ୍ତାର କଥା ନୁହେଁ ଯେ ଆଗକୁ କୌଣସି ପ୍ରକାର ବିପଦ ନାହିଁ। କେବଳ ସେତିକି ନୁହେଁ ମିଲକି ଓ୍ବେର ନକ୍ଦାରେ ଅଳ୍ପ ସୁଧାର ହୋଇଛି ଓ ସେଥିରେ ଆମର ସ୍ଥିତି ଆହୁରି ସଠିକ ଭାବରେ କୁହାଯାଇଛି। ଏହି ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ, ଗାଲାକ୍ସି ଭିତରେ ପ୍ରାର୍ଥକ୍ୟ  ଥାଇ ମଧ୍ୟ ଏହାର ନକ୍ସା ତିଆରି କରିବା କେତେ କଷ୍ଟକର କାମ ହୋଇଥାଏ।

ପ୍ରକୃତରେ ମିଲକି ଓ୍ବେକୁ ସଠିକ୍ ନକ୍ସା ତିଆରି କରିବାରେ ଏହା ସବୁଠାରୁ ବଡ ଚ୍ୟାଲେଞ୍ଜ। କେବଳ ସେତିକି ନୁହେଁ, ଏହାଦ୍ବାରା ଆମର ମହାକାଶକୁ ଭଲ ଭାବରେ ବୁଝିବାରେ ସମସ୍ୟା ହେଉଥିଲା। ଦୁଇଟିର ଆୟତନ ସ୍ତର ଉପରେ ମହାକାଶର ତାରା ଓ ଅନ୍ୟ ପିଣ୍ଡକୁ ନକ୍ସା କରିବା ସହଜ, କିନ୍ତୁ ଏହି ପିଣ୍ଡ ଭିତରେ ଦୂରତ୍ବର ଅନୁମାନ ଲଗାଇବା ସହଜ ନୁହେଁ।