PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ଗଞ୍ଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଝଟକା

ଗଜପତି ୮।୮ : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ରେ ହାଟାଠ ଅଞ୍ଚଳ ଥରିଉଠିଥିଲା । ପ୍ରାୟ ୭ ସେକେଣ୍ଡ ଧରି ଥରିବା ଯୋଗୁଁ ଲୋକେ ଭୟରେ ଘରୁ ବାହାରକୁ ଆସିଯାଇଥିଲେ । ରିକ୍ଟର ସ୍କେଲର ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୮। ତେବେ ସକାଳ ସମୟ ହୋଇଥିବା ଯୋଗୁଁ ଅନେକ ଲୋକ ଜାଣିପାରିନଥିଲେ । ସେହି ଭଳି ଚନ୍ଦ୍ରଗିରି , ମହେନ୍ଦ୍ରଗଡ଼ , ଆର. ଉଦୟଗିରି , ଛେଳିଗଡ , ଅଡବା , ଲୁହଗୁଡି ଅଂଚଳରେ ଏହାର ପ୍ରଭାଵ ଦେଖିବାକୁ ମିଳିଥିଲା ।

ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଂଚଳରେ ସକାଳୁ ମୃଦୁ ଭୂମିକମ୍ପ ଅନୁଭୂତ। ଆନ୍ଧ୍ରପ୍ରଦେଶର  ଶ୍ରୀକାକୋଲମ ଜିଲ୍ଲାରେ ମଧ୍ୟ ହୋଇଥିବା ଖବର ମିଳିଛି। ଚିକିଟି ଅଂଚଳରେ ମଧ୍ୟ ହୋଇ ଥିବା ସୂଚନା। ମିଳିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଆଜି ସକାଳ ୭ଟା ୧୧ ମିନିଟ୍‌ ସମୟରେ ପୋଡାମାରି ଅଞ୍ଚଳରେ ମଧ୍ୟ ଅଳ୍ପ ଧରଣର ଭୂମିକମ୍ପ ଦେଖାଯାଇଛି । ସେହିଭଳି ଦିଗପହଣ୍ଡି ଭୀଷ୍ମ ଗିରି ଅଞ୍ଚଳରେ ମଧ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗ୍ରାମବାସୀ।।