ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ- ଏନସିଆରରେ ଆଜି ସନ୍ଧ୍ୟାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହି ଝଟକା ସ୍ବଳ୍ପ ସମୟ ପାଇଁ ଥିଲା, ତେଣୁ କାହାରି କିଛି କ୍ଷୟ କ୍ଷତି ହୋଇ ନାହିଁ। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ କ୍ଷେତ୍ର ବୋଲି କୁହାଯାଉଛି। ଭୂକମ୍ପ କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ ପବର୍ତ ଥିବାରୁ ଆଫଗାନିସ୍ଥାନ, ପାକିସ୍ଥାନ ଓ ପୂର୍ବ ଉଜବେକିସ୍ତାନରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଘର, ଅଫିସ ଓ ଦୋକାନ ଭିତରୁ ଲୋକମାନେ ଦୈାଡ଼ି ଦୈାଡ଼ି ବାହାରକୁ ବାହରି ଯାଇଥିଲେ। କୈାଣସି ପ୍ରକାର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ଟିକା ଉତ୍ପାଦନ ଦ୍ୱିଗୁଣିତ କରିବ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଭାରତ ସମେତ ଅନ୍ୟଦେଶକୁ ମିଳିବ ୨୦ କୋଟି ଟିକା

କରୋନାରୁ ମିଳୁଛି ସାମାନ୍ୟ ଆଶ୍ବସ୍ତି,ଦୈନିକ ସଂକ୍ରମଣରେ ଲାଗୁଛି ବ୍ରେକ୍‌…