PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ହିମାଚଳପ୍ରଦେଶର ମନାଲୀରେ ଭୂକମ୍ପର ଝଟକା, ଭୟରେ ଘର ବାହାରକୁ ବାହାରିଲେ ଲୋକେ

ମନାଲୀ, ୨୬/୧୦: ହିମାଚଳ ପ୍ରଦେଶର ମନାଲୀରେ ମଙ୍ଗଳବାର ସକାଳେ ଭୂକମ୍ପର ଝଟକା ଅନୁଭବ ହୋଇଛି।  ଏହାର ଝଟକା ଅନୁଭବ କରିବାରୁ ଭୟରେ ଲୋକେ ବାହାରକୁ ଚାଲି ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ମଙ୍ଗଳବାର ସକାଳେ ମନାଲୀରେ ରେକ୍ଟର ୪.୩ତିବ୍ରତାରେ ଭୂକମ୍ପ ଅନୁଭବ ହୋଇଛି।  ଏଜେନ୍ସିର ସୂଚନା ଅନୁସାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭାରତର ହିମାଚଳ ପ୍ରଦେଶର ମନାଲୀର ୧୦୮କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ (NNW) ଥିଲା। ଏହି ଭୂକମ୍ପ ଭାରତୀୟ ସମୟ ସକାଳ ୬ଟା ୨ମିନିଟରେ ଭୂପୃଷ୍ଠରୁ ୧୦କିଲୋମିଟର ଗଭୀରତାରେ ଘଟିଛି।

ଦୁଇ ଦିନ ପୂର୍ବରୁ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ଭୂକମ୍ପ ଝଟକା ଅନୂଭବ ହୋଇଥିଲା। ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର କେତେକ ସ୍ଥାନରେ ଭୂକମ୍ପ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରି ଦେଇଛି । ଏଥି ସହିତ ଉତ୍ତରାଖଣ୍ଡରେ ଭୂଶ୍ଖଳନ ଏବଂ ତୁଷାରପାତ ଯୋଗୁଁ ଟ୍ରେକର୍ସଙ୍କ ମୃତ୍ୟୁ ଘଟିଥିବା ଦୁଇଟି ଦୁର୍ଘଟଣା ମଧ୍ୟ ସମସ୍ତଙ୍କୁ ଥରାଇ ଦେଇଛି। ଅନ୍ୟପଟେ ପୂର୍ବ ସପ୍ତାହରେ ଉତ୍ତରାଖଣ୍ଡରେ ବହୁ ଜୋରରେ ବର୍ଷା ହୋଇଥିଲା। ଉତ୍ତରାଖଣ୍ଡର କୁମାୟୁ କ୍ଷେତ୍ରରେ ବହୁ ଜୋରରେ ବର୍ଷା ଏବଂ ଭୂଶ୍ଖଳନ କାରଣରୁ ୬୭ରୁ ଅଧିକ ଳୋକଙ୍କ ମୃତ୍ୟୁ ଘଟିଥିଲା।  

ସମ୍ବନ୍ଧିତ ଖବର