ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ

ଭୁବନେଶ୍ୱର ୨୦।୪: ଶନିବାର ସକାଳ ପ୍ରାୟ ୬: ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର, ବିଶୋୟୀ, ବହଳଦା ଓ ଗୋରୁମହିଷାଣୀ ଆଦି ସ୍ଥାନରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ।

ସକାଳୁ ଝଟକା ଅନୁଭୂତ ହେବା ଫଳରେ ଲୋକେ  ଚିତ୍କାର କରି ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏଥିରେ କିଛି କ୍ଷୟକ୍ଷତି ହୋଇ ନାହିଁ, କିନ୍ତୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ଉତ୍ତରପଟକୁ ୨୨. ୮ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବପଟକୁ ୮୬. ୧ ଦ୍ରାଘିମା ଅନ୍ତର୍ଗତ ଝାଡ଼ଖଣ୍ଡ ଜିଲ୍ଲାର ଶଢ଼େଇକଳା ଖରସୁଆଁର ୧୮ କିଲୋମିଟର ଅଞ୍ଚଳରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କର ଭୂବିଜ୍ଞାନ ମନ୍ତ୍ରାଳୟ, ଭାରତ ପାଣିପାଗ ବିଭାଗ, ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?