ପୁଣି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୪. ୭ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ ୧୩।୪: ଶନିବାର ପ୍ରତ୍ୟୁଷରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଛି। ଭୂମିକମ୍ପ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ହୋଇଥିବାବେଳେ ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୭ ହୋଇଥିବା ଜଣାପଡ଼ିଛି।
ଏଏନ୍ଆଇ ସୂଚନା ଅନୁସାରେ ପାହାନ୍ତା ୪: ୪୪ ମିନିଟ୍ର ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ହୋଇଛି। କୈାଣସି କ୍ଷୟକ୍ଷତି ହୋଇଥିବାର ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଭୂକମ୍ପନର କେନ୍ଦ୍ରସ୍ଥଳ ଏବଂ ଗଭୀରତା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଶୁକ୍ରବାର ଅପରାହ୍ଣରେ ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାଓ୍ବେସି ପ୍ରଦେଶରେ ସଂଘଠିତ ଭୂମିକମ୍ପ ପରେ ପରେ ଭିନ୍ନ ଭିନ୍ନ ତୀବ୍ରତାସମ୍ପନ୍ନ ୨୦ ଥର କମ୍ପନ ଅନୁଭୂତ ହୋଇଥିବା ରେକର୍ଡ କରାଯାଇଛି।