ଫିଟ୍ ଓ ସୁସ୍ଥ ରହିବାର ସହଜ ଉପାୟ – ଏହି ଅଭ୍ୟାସକୁ ଆପଣାନ୍ତୁ ଜୀବନ ସୁନ୍ଦର ହୋଇଯିବ

ଶରୀରକୁ ଫିଟ୍ ରଖିବା କୌଣସି ସହଜ କଥା ନୁହେଁ । ଘର ତିଆରି ଖାଦ୍ୟ ଭଲ ନିଦ୍ରା ଓ ବ୍ୟାୟାମ କରିବା ବ୍ୟତୀତ ଆହୁରି କିଛି ଜିନିଷ ଅଛି , ଯାହାକୁ କରିବାରେ ବହୁତ ସମୟ ଲାଗିଯାଏ । କିଛି ଏମିତି ଜିନିଷ ଅଛି , ଯାହାକୁ ୧ ମିନିଟ୍ରୁ କମ୍ ସମୟ କରି ଆପଣ ନିଜେ ପୂରା ଫିଟ୍ ରହି ପାରିବେ।

ସକାଳୁ ଉଠି ପାଣି ପିଇବା – ସକାଳୁ ଉଠି ଚା’ ବା କଫି ପୂର୍ବରୁ ଏକ ବଡ଼ ଗ୍ଲାସ୍ରେ ପାଣି ପିଅନ୍ତୁ । ପୂରା ରାତି ଶୋଇ ଉଠିବା ପରେ ଶରୀର ସଂପୂର୍ଣ୍ଣ ଡିହାଇଡ୍ରେଟେଡ୍ ରହିଥାଏ। ସକାଳୁ ଉଠି ପାଣି ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ମସ୍ତିଷ୍କ ଓ କିଡନୀ ପାଇଁ ମଧ୍ୟ ଭଲ ହୋଇଥାଏ । ସକାଳେ ଏକ ଗ୍ଲାସ୍ ପାଣିରୁ ଶରୀର ପୂରା ଆକ୍ଟିଭ୍ ହୋଇଯାଏ ।
ପ୍ରତିଦିନ କିସ୍ମିସ୍ର ପାଣି ପିଇଲେ ଅନେକ ଉପକାର ମିଳେ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି ପାଣି

ଦାନ୍ତର ଫ୍ଲୋସିଂ – ଦାନ୍ତର ଯତ୍ନ ନେବା ସବୁଠୁ ଭଲ ଉପାୟ ଫ୍ଲୋସିଂ କରିବା । ଦାନ୍ତ ମୂଳରେ ଖାଦ୍ୟର ଛୋଟ ଛୋଟ ଟୁକୁଡ଼ା ଫସି ରହିଥାଏ , ଯେଉଁଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଫ୍ଲୋସିଂରେ ପତଳା ସୂତାରେ ଦାନ୍ତ ଗୁଡ଼ିକର ସଫା କରାଯାଏ । ଏଥିପାଇଁ ସୂତାକୁ ଦୁଇ ଦାନ୍ତ ମଝିରେ ପୂରାଇ ହାଲକା ଭାବରେ ଦାନ୍ତ ମଧ୍ୟରେ ଉପର ତଳ କରାଯାଏ । ଏଥିରେ ଦାନ୍ତ ମୂଳରେ ଜମିଥିବା ମଇଳା ସଫା ହୋଇଥାଏ ।

ମାଉଥ୍ୱାଶ୍ରେ କୁଳି କରିବା – ୩୦ସେକେଣ୍ଡ ପର୍ଯ୍ୟନ୍ତ କୌଣସି ଭଲ ମାଉଥ୍ୱାଶ୍ରେ କୁଳି କରିବା ଦ୍ୱାରା ମୁହଁର ବ୍ୟାକ୍ଟେରିଆ ଶେଷ ହୋଇଯାଏ । ଏହାକୁ ଯେକୌଣସି ସମୟରେ କରାଯାଇପାରେ , କିନ୍ତୁ ହେଲଥ୍ ଏକ୍ସପର୍ଟସଙ୍କର କହିବା ହେଲା ଶୋଇବା ପୂର୍ବରୁ ମାଉଥ୍ୱାଶ୍ରେ କୁଳି କରିବା ସବୁଠୁ ଭଲ ହୋଇଥାଏ । ଶୋଇବା ସମୟରେ ମୁହଁ ଶୁଖିଯାଇଥାଏ ଏବଂ ଏହି ସମୟରେ ମୁଁହର ବ୍ୟାକ୍ଟେରିଆ ଦାନ୍ତ ଓ ମାଢ଼ିକୁ କ୍ଷତି କରିଥାଏ । ଏଥିପାଇଁ କୁଳି କରି ଶୋଇବା ଭଲ ଅଭ୍ୟାସ ଅଟେ ।

ପ୍ରୋଟିନ୍ ଯୁକ୍ତ ଜଳଖିଆ – ଇଟ୍ ମୋର ପ୍ଲାଣ୍ଟସ ବହିର ଲେଖିକା ଡିସୋରୀ ନୀଲସନ ୱୁମେନ୍ସ ଡେ ୱାବସାଇଟ୍କୁ କହିଛନ୍ତି , ପ୍ରୋଟିନରେ ଭରପୂର ଜଳଖିଆ କରିବା ଦ୍ୱାରା ବ୍ଲଡ୍ ସୁଗାର କଣ୍ଟ୍ରୋଲ ରହିଥାଏ । ଶରୀରକୁ ଏନର୍ଜୀ ମିଳିଥାଏ। ଖୁବ୍ ଶୀଘ୍ର ଭୋକ ଲାଗିନଥାଏ ଏବଂ ମୁଡ୍ ମଧ୍ୟ ଭଲ ରହିଥାଏ । ପ୍ରୋଟିନରେ ଭରପୂର ଜଳଖିଆ ୱେଟଲସ୍ ପାଇଁ ମଧ୍ୟ ଉତ୍ତମ ଅଟେ ।

କାର୍ବ ଫୁଡ୍ କୁ ହେଲ୍ଦି ବନାନ୍ତୁ – ହେଲଥ୍ ଏକ୍ସପର୍ଟଙ୍କର କହିବା ହେଲା ଯଦି ଆପଣ ବ୍ରେଡ୍ , ପାସ୍ତା ବା ଆଲୁ ଭଳି କାର୍ବୋହାଇଡ୍ରେଟ୍ ଭଳି ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି ତ ଚେଷ୍ଟା କରନ୍ତୁ ଏଥିରେ ଅଲିଭ୍ ଅଏଲ ବା ଭିନେଗାର ପକାଇ ଖାଆନ୍ତୁ । ଏହି ଦୁଇ ଜିନିଷ କାର୍ବର ଗ୍ଲାଇସେମିକ ପ୍ରଭାବକୁ ହ୍ରାସ୍ କରିଥାଏ । ଏଥିରେ ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ ।

ଦିନ ଭିତରେ କୌଣସି ଗୋଟିଏ ଫଳ ଖାଆନ୍ତୁ – ପୂରା ଦିନରେ କୌଣସି ଏକ ଫଳ ବା କୌଣସି ସବୁଜ ପନିପରିବା ସ୍ନାକ୍ ଭଳି ଖାଆନ୍ତୁ । ଯଦି ଆପଣଙ୍କ ପାଖରେ ସମୟ କମ୍ ଅଛି ତ ଏହାକୁ ରାତିରେ କାଟି ଫ୍ରିଜ୍ରେ ରଖି ନିଅନ୍ତୁ । ପ୍ରତି ଦିନ ଫଳ ଖାଇବାଦ୍ୱାରା ଶରୀରକୁ ଫାଇବର , ଭିଟାମିନ୍, ମିନେରାଲ ମିଳିଥାଏ , ଯେଉଁଥିରେ ପାଚନ ଭଲ ହୋଇଥାଏ। ସ୍କିନ୍ ହେଲଥ୍ ହୋଇଥାଏ ଓ ବ୍ଲଡ୍ ସୁଗାର ବି ଠିକ୍ ରହିଥାଏ ।

ଗ୍ରୀନ୍ ଟି ପିଅନ୍ତୁ – ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ୟୁରୋପିଆନ ଜର୍ନଲ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲଜିର ଏକ ଅଧ୍ୟୟନ ଅନୁସାରେ , ସପ୍ତାହରେ ଅତି କମ୍ରେ ୩ଥର ଗ୍ରୀନ୍ ଟି ପିଇବା ଦ୍ୱାରା ହୃଦୟ ରୋଗ ଓ ଷ୍ଟ୍ରୋକ୍ର ସମସ୍ୟା ପାଖାପାଖି ୨୫ ପ୍ରତିଶତ କମ୍ ହୋଇଯାଏ ।

ସିଡ଼ି ଚଢ଼ନ୍ତୁ – ୨୦୧୯ର ଏକ ଅଧ୍ୟୟନ ଅନୁସାରେ , ଦିନରେ ୩ଥର ୨୦ ସେକେଣ୍ଡରେ ୬୦ ସିଡ଼ି ଚଢ଼ିଲେ କାର୍ଡିୟୋ ଫିଟ୍ନେସ୍ ୫ ପ୍ରତିଶତ ବୃଦ୍ଧି ପାଇଥାଏ ।

ସ୍କ୍ୱାଟ୍ କରନ୍ତୁ – ଯଦି ଆପଣଙ୍କ ପାଖରେ ପୂରା ୱାର୍କଆଉଟ୍ କରିବାକୁ ସମୟ ନାହିଁ ତ ୧ ମିନିଟ୍ ଯାଏ କେବଳ ସ୍କ୍ୱାଟ୍ କରନ୍ତୁ । ହେଲଥ୍ ଏକ୍ସପର୍ଟସଙ୍କର କହିବା ହେଲା ସ୍କ୍ୱାଟ ପାଦ ଓ ହିପ୍ ଓ ସ୍ପାଇନ୍କୁ ଦୃଢ଼ କରେ । ଯଦି ଆପଣ ପ୍ରଥମ ଥର ସ୍କ୍ୱାଟ୍ କରୁଛନ୍ତି ତ ୧ମିନିଟ୍ରେ ୨୫ଥର କରିବାକୁ ଚେଷ୍ଟା କରନ୍ତୁ ।