‘ପିଏମ୍ ନରେନ୍ଦ୍ର ମୋଦି’ ଉପରେ ଲାଗିଲା ରୋକ୍, ନିର୍ବାଚନ ମଧ୍ଯରେ ରିଲିଜ ହେବନି

ମୁମ୍ବାଇ ୧୦/୪: ଫିଲ୍ମ ‘ପିଏମ ନରେ୍ଦ୍ର ମୋଦି’ ଉପରେ ଲାଗିଲା ରୋକ । ଇଲେକ୍ସନ କମିଶନ ଫିଲ୍ମ ଉପରେ ରୋକ ଲଗାଇଦେଇଛନ୍ତି । ଏବେ ଫିଲ୍ମଟି ନିର୍ବାଚନ ପର୍ଯ୍ୟନ୍ତ ରିଲିଜ ହେବନି । ଏହି ମାମଲାରେ ସେନ୍ସର ବୋର୍ଡ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୂଚନା ଅନୁସାରେ ଏଭଳି କୌଣସି ବାୟୋପିକ୍ ଯେଉଁଥିରେ କୌଣସି ପାର୍ଟିର ନେତାଙ୍କୁ ଦର୍ଶାଯାଇଛି, ସେଭଳି କୌଣସି ଫିଲ୍ମ ନିର୍ବାଚନ ସମୟ ମଧ୍ଯରେ ରିଲିଜ ହେବନି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଏହି ବାୟୋପିକକୁ ସିବିଏଫସି ଆଜି ରିଲିଜ କରିବାକୁ ମଞ୍ଜୁରୀ ଦେଇଥିଲା । ଏହି ଫିଲ୍ମର ନାଁ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି’ ରହିଛି ଏବଂ ଏହାର ନିର୍ଦ୍ଦଶନା ଦେଇଛନ୍ତି ଓମଙ୍ଗ କୁମାର । ଏହି ଫିଲ୍ମର ମୁଖ୍ଯ ଭୂମିକାରେ ବିବେକ ଓବରୟ ନଜର ଆସିବେ ।

ତେବେ ଏହି ଫିଲ୍ମକୁ ନେଇ ବହୁତ ଆଲୋଚନା ଚାଲିଥିଲା । କୁହାଯାଉଥିଲା ଯେ ଏହି ଫିଲ୍ମ ନିର୍ବାଚନରେ ବିଜେପିକୁ ଫାଇଦା ଦେଇପାରେ କାରଣ ଏହା ଠିକ୍ ନିର୍ବାଚନ ପୂର୍ବରୁ ସିନେମାଘରେ ରିଲିଜ ହେଉଛି । ମଙ୍ଗଳବାର ସୁପ୍ରିମକୋର୍ଟ କଂଗ୍ରେସର ଜଣେ କର୍ମୀଙ୍କ ଏହି ଫିଲ୍ମ ଉପରେ ରୋକ ଲଗାଇବା ଯାଚିକାକୁ ଖାରଜ କରିଦେଇଥିଲେ ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି