ଆଜମ ଖାନ୍ ଓ ମେନକା ଗାନ୍ଧୀଙ୍କ ପ୍ରଚାର ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିଶନ୍

source:zeenews.india.com
ନୁଆଦିଲ୍ଲୀ ୧୫/୪: ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍ ଓ କେନ୍ଦ୍ରୀମନ୍ତ୍ରୀ ମେନକା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇଦେଇଛନ୍ତି ନିର୍ବାଚନ ଆୟୋଗ । ଆଜମ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟାର ବ୍ୟାନ୍ ଲଗାଇଦେଇଛନ୍ତି । ସେହିଭଳି ମେନକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟାର ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ପ୍ରତିବନ୍ଧକ ମଙ୍ଗଳବାର ସକାଳ ୧୦ଟାରୁ ଆରମ୍ଭ ହେବ । ପ୍ରତିବନ୍ଧକ ସମୟରେ ଉଭୟ ନେତା ରାଲି କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରିପାରିବେନି ।
ଏହା ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଟିପ୍ପଣୀ ମାମଲାରେ ବିଏସପି ପ୍ରମୁଖ ମାୟାବତୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ ବ୍ଯାନ୍ ଲଗାଇଛନ୍ତି । ଉଭୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।