PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ନିର୍ବାଚନ କମିଶନ୍ ଦୃଢ ପଦକ୍ଷେପ, ଯୋଗୀ ଓ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ ବ୍ୟାନ୍

ନୂଆଦିଲ୍ଲୀ,୧୫।୪: ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲାରେ ଆଜି ନିର୍ବାଚନ କମିଶନ୍ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ କମିଶନ୍ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇ ଦେଇଛନ୍ତି। ନିର୍ବାଚନ କମିଶନ୍ ଏହି ରୋକ୍ ୧୬ ଅପ୍ରେଲରୁ ଆରମ୍ଭ ହେବ। ଯୋଗୀ ଆଦିତ୍ୟନାଥଙ୍କ ପାଇଁ ୭୨ ଘଣ୍ଟା ଓ ମାୟାବତୀଙ୍କ ପାଇଁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ରୋକ ଲଗାଯିବ।ନିର୍ବାଚନ କମିଶନ ଏହି ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି ଯେ, ଯୋଗୀ ଆଦିତ୍ୟନାଥ ୧୬,୧୭ ଓ ୧୮ ଅପ୍ରେଲରେ କୌଣସି ପ୍ରଚାର କରି ପାରିବେ ନାହିଁ। ଏହାଛଡା ମାୟାବତୀ ୧୬ ଓ ୧୭ ଅପ୍ରେଲରେ କୌଣସି ନିର୍ବାଚନ କରିପାରିବେ ନାହିଁ।

ଉଲ୍ଲେଖନୀୟ ଯେ ବିଏସପି ମୁଖ୍ୟ ମାୟାବତୀ ଉତ୍ତର ପ୍ରଦେଶର ଦେବବନ୍ଦରେ ନିର୍ବାଚନୀ ସଭାରେ ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ। ମାୟାବତୀ ନିଜର ଭାଷଣରେ କହିଥିଲେ ମୁସଲମାନ ସମ୍ପ୍ରଦାୟ ଲୋକ ନିଜର ଭୋଟ ବାଣ୍ଟିବାକୁ ଦିଅନ୍ତୁ ନାହିଁ ଓ କେବଳ ମହାମେଣ୍ଟ ପାଇଁ ଭୋଟ ଦିଅନ୍ତୁ। ମାୟାବତୀଙ୍କ ଏହି ବୟାନ ଧର୍ମ ନାମରେ ଭୋଟ ମାଗିବା ନିୟମର ଉଲଂଘନ ଅଟେ।

ସେଭଳି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଏକ ଭାଷଣରେ ମାୟାବତୀଙ୍କୁ ଟାର୍ଗେଟ କରି କହିଥିଲେ ଯଦି ବିରୋଧୀଙ୍କୁ ଅଲ୍ଲୀ ପସନ୍ଦ, ତେବେ ଆମକୁ ବଜରଙ୍ଗବାଲି ପସନ୍ଦ। ଦୁଇନେତାଙ୍କ ଏହି ବୟାନକୁ ନେଇ ନିର୍ବାଚନ କମିଶନ୍ ରିପୋର୍ଟ ମାଗିଥିଲେ ଏବଂ ଦୁହିଁଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ।

କେବଳ ସେତିକି ନୁହେଁ ସୋମବାର ସୁପ୍ରିମକୋର୍ଟ ମାୟାବତୀଙ୍କ ଦେବବନ୍ଦ ରାଲିରେ ଦେଇଥିବା ଭାଷଣକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। କୋର୍ଟ ନିର୍ବାଚନ କମିଶନଙ୍କୁ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସେ ନେଇ କୋର୍ଟ  ଭତ୍ସର୍ନା କରିଥିଲେ। କୋର୍ଟ କହିଥିଲେ ନିର୍ବାଚନ କମିଶନ୍ ଏପର୍ଯ୍ୟନ୍ତ କେବଳ ନୋଟିସ୍ ଜାରି କରିଛନ୍ତି, କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାଁନ୍ତି?

ସମ୍ବନ୍ଧିତ ଖବର