ମେଣ୍ଟ ପାଇଁ ମୁସଲମାନଙ୍କୁ ସିଧାସଳଖ ଭୋଟ ମାଗି ଅଡୁଆରେ ମାୟାବତୀ, ନିର୍ବାଚନ କମିଶନ୍ ମାଗିଲେ ରିପୋର୍ଟ

ଦେଓବନ୍ଦ,୭।୪: କଂଗ୍ରେସକୁ ଭୋଟ ଦେବା ବଦଳରେ ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଭୋଟ ଦେଇ ବିଜେପିକୁ ହରାଇବା ପାଇଁ ସେ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରି ଏବେ ଫଶି ଯାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ରବିବାର ସ୍ଥାନୀୟ ପ୍ରଶାସନଠାରୁ ରିପୋର୍ଟ ମାଗିଛନ୍ତି।  ମାୟାବତୀଙ୍କ ଭାଷଣ ଯାଞ୍ଚ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଉତ୍ତରପ୍ରଦେଶର ଦେଓବନ୍ଦଠାରେ ଆଜି ଅନୁଷ୍ଠିତ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ରାଲିରେ ଯୋଗ ଦେଇ ମାୟାବତୀ ସିଧାସଳଖ ମୁସଲମାନଙ୍କୁ ଭୋଟ ମାଗିଥିଲେ। ଯେଉଁଥିପାଇଁ ଏବେ ମାୟାବତୀଙ୍କ ଏହି ଭାଷଣ ଏବେ ବିବାଦ ର ପରିସରରେ ରହିଛି।   

 ଏହି ରାଲିରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ନିଜର ଭାଷଣ ଦେଇଥିଲେ। କିନ୍ତୁ ମାୟାବତୀ ନିଜ ଉଦ୍‍ବୋଧନରେ କହିଥିଲେ ବିଜେପିକୁ ହରାଇବା ପାଇଁ ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ   ନିବେଦନ କରିଥିଲେ। ସେ କହିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନା​ରେ ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ତେଣୁ କେବଳ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ।
 

 ମାୟାବତୀ ତାଙ୍କ ଭାଷଣ ଯୋଗେ ସମାଜରେ ଭେଦଭାବ ଓ ଉତ୍ତେଜନା ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଉଲ୍ଲେଖନୀୟ ଯେ, ଲୋକସଭା ନିର୍ବାଚନ ବେଳେ ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳ ନାମରେ ଭୋଟ ନମାଗିବାକୁ ନିର୍ବାଚନ ଆୟୋଗ କହିଥିଲେ। କିନ୍ତୁ ଏହାକୁ ଖାତିର ନକରି ସିଧାସଳଖ ଭାବରେ ମାୟାବତୀ ମୁସଲମାନ ଭୋଟରଙ୍କୁ ନିବେଦନ କରି ଏବେ ନିଜେ ଫଶି ଯାଇଛନ୍ତି।  

   ସମ୍ବନ୍ଧିତ ଖବର


ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

୬ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ବନ୍ଧୁଙ୍କ ବିବାହରେ ପହଞ୍ଚିଲେ ଯୁବକ ! କହିଲେ, ସେ ସବୁ ପିଲାର ବାପା