ଏ ବର୍ଷ ଭୂତାଣୁ ପ୍ରଭାବ ଜାରି ରହିବ – ଖସିଯିବ ବିଶ୍ୱ ଅର୍ଥନୀତି

ଉତ୍ପାଦନର ଏହା ୫% କ୍ଷତି ପରିମାଣ ଆହୁରି ବଢ଼ିପାରେ

୨.୩%କୁ ଖସିବ ଚୀନ୍‌ ଜିଡିପି ଅଭିବୃଦ୍ଧି

୨.୨%କୁ ଖସିବ ଏସିଆର ବିକାଶ ହାର

ମାନିଲା –  ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର ଭୟଙ୍କର ପ୍ରଭାବ ଅନୁଭବ କରୁଛି । ଏହାର ମୁକାବିଲା କରି ବଡ଼ ବଡ଼ ଅର୍ଥନୀତିଗୁଡିକର ଅଣ୍ଟା ଭାଙ୍ଗିଗଲାଣି । ବିଶ୍ୱ ଜନସଂଖ୍ୟା ଏହି ମହାମାରୀ ଯୋଗୁ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଦେଶଗୁଡିକରେ ଲକ୍‌ଡାଉନ୍‌ ସ୍ଥିତି । ଅର୍ଥନୈତିକ କାର୍ଯ୍ୟକଳାପ ପୁରା ଠପ୍‌ ।

ବିନିର୍ମାଣଠାରୁ ଆରମ୍ଭ କରି ନିର୍ମାଣ, ଅଟୋ କାରବାର ସବୁକିଛି ବନ୍ଦ । ଏଭଳି କ୍ଷେତ୍ରରେ ମାଡିଆସୁଛି ବଡ଼ ଧରଣର ମାନ୍ଦାବସ୍ଥା । ସହସ୍ରାଧିକ ଚାକିରି ଏବେ ସଙ୍କଟରେ । କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ୪.୧ ଲକ୍ଷ କୋଟି ଡଲାର ଧୋଇଯିବ ବୋଲି ଆକଳନ କରିଛି ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ।

କରୋନା ଭୂତାଣୁର ମହାପ୍ରକୋପ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକର ଅବସ୍ଥା ଶୋଚନୀୟ । ଏହା ପ୍ରଭାବରେ ସମଗ୍ର ବିଶ୍ୱ ଅର୍ଥନୀତି ୪.୧ ଲକ୍ଷ କୋଟି ଡଲାର ସଙ୍କୁଚିତ ହେବ । ଏହା ବିଶ୍ୱର ମୋଟ ଉତ୍ପାଦନର

ପ୍ରାୟ ୫% । ଶତାବ୍ଦୀର ସବୁଠାରୁ ନିକୃଷ୍ଟ ମହାମାରୀ ଯୋଗୁ କ୍ଷତି ଆହୁରି ବଢ଼ିପାରେ ବୋଲି ଏଡିବି ପ୍ରକାଶ କରିଛି ।

ଏଡିବି ପକ୍ଷରୁ କରାଯାଇଥିବା ଏହି ଆକଳନରେ ସଙ୍କମ୍ପବତକ୍ଟକ ସାମାଜିକ ଏବଂ ଆର୍ଥିକ ସଙ୍କଟକୁ ସ୍ଥାନିତ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପଡ଼ିବାକୁ ଥିବା ଦୀର୍ଘମିଆଦୀ ପ୍ରଭାବକୁ ଏଥିରୁ ବାଦ୍‌ ଦିଆଯାଇଛି । ଏହା ମିଶିଲେ କ୍ଷତି ପରିମାଣ ଆହୁରି ବଢ଼ିଯିବ

ବୋଲି ଏଡିବି ପ୍ରକାଶ କରିଛି । ମାନିଲାଭିତ୍ତିକ ଏହି ବ୍ୟାଙ୍କ କହିଛି ଯେ, ଯଦି କରୋନା ଭୂତାଣୁ କମ୍‌ ସମୟ ପାଇଁ ରୁହେ ତା’ହେଲେ କ୍ଷତି ୨ ଲକ୍ଷ କୋଟି ଡଲାର କମିପାରେ । କରୋନା ସଙ୍କଟ ଯୋଗୁ ବିଶ୍ୱ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦେଇଛି । ଏହା

ପତନମୁଖୀ ହୋଇଚାଲିଛି । ବିଶ୍ୱ ଅର୍ଥନୀତି ଉପରେ କରୋନା ମହାମାରୀର ଦୀର୍ଘକାଳୀନ ପ୍ରଭାବ ଆଶଙ୍କା କରି ଭୟରେ ଅଛନ୍ତି ନିବେଶକ । ଏହା ପୁଞ୍ଜି ବଜାରର ପତନ କ୍ଷେତ୍ରରେ ବଡ଼ କାରକ ସାଜିଛି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଅର୍ଥନୀତିଗୁଡିକୁ ବଞ୍ଚାଇବାପାଇଁ ତତ୍ପର ହୋଇଛନ୍ତି । ମୁଦ୍ରାନୀତିକୁ କୋହଳ କରି ତଥା ପ୍ୟାକେଜ୍‌ ଜରିଆରେ ଏମାନେ ୫ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଆର୍ଥିକ ବ୍ୟବସ୍ଥାକୁ ପ୍ରଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କରିଛି । ୫୦,୦୦୦ରୁ ଊଦ୍ଧ୍ୱର୍ ଏହି ମହାମାରୀରୁ ମୃତ୍ୟୁବରଣ କରିଛନ୍ତି । ମହାମାରୀରୁ ବଞ୍ଚିବା ପାଇଁ କୋଟି କୋଟି ଲୋକ ଘରେ ବନ୍ଦ ।

ଚଳିତବର୍ଷ ଏସିଆ ମହାଦେଶର ଅଭିବୃଦ୍ଧି ୨.୨% ରହିପାରେ ବୋଲି ଏଡିପି ପ୍ରକାଶ କରିଛି । ଏହା ୧୯୯୮ରୁ ସର୍ବନିମ୍ନ ସ୍ତର । ୧୯୯୮ରେ ଏସିଆରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା, ଯାହାଫଳରେ ଅଭିବୃଦ୍ଧି ମାତ୍ର ୧.୭% ଥିଲା ।

ଏଡିବିର ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାୱଦା କହିଛନ୍ତି ଯେ, କୋଭିଡ-୧୯ କେତେ ଦିନ ରହିବ ତାହା କହିବା କଷ୍ଟକର । ଏହା ଅଧିକ ଦିନ ରହିବା ନେଇ ଆଶଙ୍କା କରାଯାଉଛି । ଏହା ଫଳରେ ଏକ ଅତି ଭୟଙ୍କର ଆର୍ଥିକ ସଙ୍କଟକୁ ଟାଳି ହେବ ନାହିଁ ।

ଏବ ବର୍ଷ କରୋନା ଭୂତାଣୁର ପ୍ରଭାବ ରହବି ଏବଂ ୨୦୨୧ରେ ସ୍ଥିତି ସ୍ୱାଭାବକି ହୋଇପାରେ ବୋଲି ଏଡିବି ଆକଳନ କରିଛି । ଏସିଆର ସର୍ବବୃହତ୍‌ ଅର୍ଥନୀତି ଚୀନ୍‌ରେ ଏ ବର୍ଷ ଅଭିବୃଦ୍ଧି ୨.୩%କୁ ଖସିପାରେ ବୋଲି ଏଡିବି ଆକଳନ କରିଛି । ୨୦୧୯ରେ ଏହା ୬.୧% ଥିଲା । ତେବେ ୨୦୨୧ରେ ଯାଇ ଚୀନ୍‌ ଅର୍ଥନୀତି ଟ୍ରାକ୍‌କୁ ଆସିପାରେ ବୋଲି ଏହା ଆକଳନ କରିଛି । ଚୀନ୍‌ର

ଜିଡିପି ୬୨୮୦୦ କୋଟି ଡଲାର ସଙ୍କୁଚିତ ହୋଇପାରେ ବୋଲି ଏହା ଆଶଙ୍କା ପ୍ରକାଶ କରିଛି ।

   ସମ୍ବନ୍ଧିତ ଖବର


BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର