PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଇଡିଙ୍କ ଯାଞ୍ଚରେ ବଡ଼ ଖୁଲାସା : ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ରିୟାଙ୍କ ଆକାଉଣ୍ଟକୁ କରାଯାଇନି ଟ୍ରାନ୍ସଫର

ମୁମ୍ବାଇ ୧୫।୮ :  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳକୁ ସୁଶାନ୍ତଙ୍କ ବ୍ୟାଙ୍କ୍ ଖାତାରୁ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କୌଣସି ବଡ଼ ନେଣଦେଣ ହୋଇନାହିଁ ବୋଲି ଜଣାପଡ଼ିଛି। ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଇଡି ଜାଣିବାକୁ ପାଇଛନ୍ତି। ସୁଶାନ୍ତଙ୍କ ପିତା କେ.କେ ସିଂ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଛି।

ଇଡି ସୂତ୍ର ଅନୁଯାୟୀ, ସୁଶାନ୍ତଙ୍କ ବ୍ୟତୀତ ତାଙ୍କ ଡେବିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ କାର୍ଡ ଏବଂ ଅନ୍ୟ କିଏ ବ୍ୟବହାର କରୁଛନ୍ତି ତାହା ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟ ପର୍ଯ୍ୟନ୍ତ କାରବାର ଏବଂ ଏହାର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛୁ। ଏଜେନ୍ସି କହିଛି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯାଇଥିବା ପେମେଣ୍ଟ ପଦ୍ଧତିକୁ ଅଧ୍ୟୟନ କରିବା ପାଇଁ ଏଜେନ୍ସି ସମସ୍ତ ବ୍ୟାଙ୍କିଙ୍ଗ କାରବାରର ବିବରଣୀ ସଂଗ୍ରହ କରୁଛି।

ସୂତ୍ରରୁ ଜଣାପଡିଛି ଯେ ୧୫ କୋଟି ମଧ୍ୟରୁ ପ୍ରାୟ ୨.୭ କୋଟି ସୁଶାନ୍ତ ସିଂ ରାଜପୁତ ଟ୍ୟାକ୍ସ ଜମା କରିବା ପାଇଁ କରିଥିଲେ। ଯାଞ୍ଚ ସହିତ ଜଡିତ ଅନ୍ୟ ଏକ ଇଡି ସୂତ୍ରରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ପରସ୍ପର ସହ ରହିଥିବା ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ କୌଣସି ବଡ଼ କାରବାର ହୋଇ ନଥିଲା।

ସୂଚନାଯୋଗ୍ୟ ଯେ,  ଜୁଲାଇ ୩୧ରେ, ଇଡି ଅର୍ଥ ହେରଫେର ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରିୟା ଏବଂ ତାଙ୍କ ଭାଇ ଶୋଭିକ୍ ସୁଶାନ୍ତଙ୍କ ସହ କିପରି କମ୍ପାନୀ ଗଠନ କଲେ ତାହା ମଧ୍ୟ ଇଡି ଅନୁସନ୍ଧାନ କରୁଛି। ଯାଞ୍ଚରୁ ଜଣାପଡିଛି ଯେ ରିୟା ଚକ୍ରବର୍ତ୍ତୀ ଭିଭିଡେଜ୍ ରିଏଲିଟି କମ୍ପାନୀର ନିର୍ଦ୍ଦେଶକ ହୋଇଥିବାବେଳେ ତାଙ୍କ ଭାଇ ଶୋଭିକ୍ ୱାର୍ଲ୍ଡ ଫାଉଣ୍ଡେସନ୍ ଫ୍ରଣ୍ଟ ଇଣ୍ଡିଆର ନିର୍ଦ୍ଦେଶକ। ସୁଶାନ୍ତ ମଧ୍ୟ ସେମାନଙ୍କ ସହିତ ଥିଲେ।

ଇଡି କହିଛନ୍ତି ଯେ, ସୁଶାନ୍ତ ଏବଂ ତାଙ୍କ ଭାଇ-ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ହେଉଥିବା ପ୍ରତିଟି ଟ୍ରାଜେକ୍ସନ୍‌ରେ ଆମ ଟିମ୍‌ ଯାଞ୍ଚ କରୁଛି। ସୁଶାନ୍ତଙ୍କ ପିତା କେ.କେ ସିଂ ଜୁଲାଇ ୨୫ରେ ବିହାର ପୋଲିସ ନିକଟରେ କରିଥିବା ଅଭିଯୋଗରେ ତାଙ୍କ ପୁଅର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ପ୍ରତ୍ୟାହାର କରି ନିଆଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଇଡି ରିୟା ଏବଂ ତାଙ୍କ ପରିବାର ବିରୋଧରେ ଜୁଲାଇ ୩୧ରେ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର