ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ, ୨୩/ ୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରନ୍ଦର ସିଂହଙ୍କ ପୁଅ ରନିନ୍ଦର ସିଂହ। ବିଦେଶରେ ଥିବା ସମ୍ପତ୍ତିକୁ ନେଇ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ପରେ ହରଡ଼ଘଣାରେ ରନିନ୍ଦର। ଫେମା ନିୟମ ଉଲ୍ଲଘଂନ ମମାଲରେ ରନିନ୍ଦରଙ୍କୁ ସମନ ପଠାଇଛି ଇଡି। ମିଳିଥିବା ସୂଚନା ମୁତାବିକ ମଙ୍ଗଳବାର ସକାଳ ସାଢ଼େ ୧୦ଟା ସମୟରେ ହାଜିର ହେବା ପାଇଁ ନୋଟିସ୍‌ କରିଛି ଇଡି।

ରନିନ୍ଦର ସିଂହ ୨୦୦୪-୦୫ ଓ ୨୦୦୬-୦୭ ଆର୍ଥିକ ବର୍ଷରେ ନିଜର ତମାମା ସମ୍ପତ୍ତିର ବିବରଣୀ ଆୟକର ବିଭାଗକୁ ଦେଇଥିଲେ। ହେଲେ ସେହି ସମୟରେ କିିଛି ତଥ୍ୟ ଲୁଚାଇଥିଲେ ରନିନ୍ଦର। ଏନେଇ ବିଭିନ୍ନ ସମୟରେ ଆୟକର ବିଭାଗ ପକ୍ଷରୁ ରନିନ୍ଦରଙ୍କୁ ବାରମ୍ବାର ନୋଟିସ୍‌ ପଠାଇ ଯାଇଥିଲେ ସୁଦ୍ଧା ସେ ଏନେଇ ଉତ୍ତର ରଖି ନଥିଲେ। ଏହାପରେ ଆୟକର ବିଭାଗ ପ୍ରସ୍ତୁତ କରିଥିବା ରିପୋର୍ଟ ଇଡିକୁ ଦେଇଥିଲା। ୨୦୧୯-୨୦୨୦ ପ୍ରସ୍ତୁତ କରିଥିବା ଆସେସ୍‌ମେଣ୍ଟ ଅର୍ଡରକୁ ବି ଇଡିକୁ ଦେଇଥିଲା ଆୟକର ବିଭାଗ। ଏହାକୁ ଆଧାର କରି ଫୋମା ନିୟମ ଉଲ୍ଲଂଘନ ଅଭିଯୋଗ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ଇଡି।