PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ସୁପ୍ରିମକୋର୍ଟରେ ଇଡିର ସୂଚନା,ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଗ୍ରୀସ ସହିତ ଏହି ୧୩ ଟି ଦେଶରେ ରହିଛି ଚିଦାମ୍ବରମଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୭।୮: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚିଦମ୍ବରମଙ୍କ ନାମରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ କରିଥିଲା। ଏହା ସହିତ ଇଡି ପକ୍ଷରୁ କୁହାଯାଇଥିଲା ଚିଦାମ୍ବରମଙ୍କର  ଆର୍ଜେଣ୍ଟିନା,ଫ୍ରାନ୍ସ, ସ୍ପେନ, ଶ୍ରୀଲଙ୍କା ସମେତ ୧୨ଟି ଦେଶରେ ଚିଦମ୍ବରମଙ୍କ ସମ୍ପତ୍ତି ଅଛି।

ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଇଡ଼ି ପକ୍ଷରୁ ଦାବି କରାଯାଇଛି ଯେ,   ଚିଦମ୍ବରମ ଏବଂ ଅନ୍ୟ କେତେକ ଅଭିଯୁକ୍ତଙ୍କ ସମ୍ପତ୍ତି ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟେନ, ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ, ମାଲେସିଆ, ମୋନାକୋ, ପିଲିଫିନ୍ସ, ସିଂଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କାରେ ଭଳି ଦେଶରେ ଅଛି। ଏହିସବୁ ଦେଶରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି। ଜାଲ ଏବଂ ନକଲି କମ୍ପାନୀ ମାଧ୍ୟମରେ ଏହି ସବୁ ଦେଶରେ ବ୍ୟାଙ୍କ ଖାତା ଖୋଲାଯାଇ ନେଣଦେଣ କରାଯାଇଛି ବୋଲି ଇଡି କହିଛଇ।

କେବଳ ସେତିକି ନୁହେଁ ସହଯୋଗୀ ଏବଂ କେତେକ କଂଗ୍ରେସ ନେତା ଚିଦମ୍ବରମ ବିଦେଶରେ ଥିବା ସମ୍ପତ୍ତିକୁ ବିକିବା ଏବଂ ବିଦେଶରେ ଥିବା ବ୍ୟାଙ୍କ ଖାତା ବନ୍ଦ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ସୋମବାର ତଦନ୍ତ ପାଇଁ ଚିଦମ୍ବରମଙ୍କ ରିମାଣ୍ଡ ଅବଧି ବଢାଇବାକୁ ଦାବି କରି ଇଡ଼ି ସୁପ୍ରିମକୋର୍ଟରେ ଏଭଳି କହିଥିଲା।