ମନି ଲଣ୍ଡରିଂ ମାମଲା: ବିଚ୍ଚିନ୍ନତାବାଦୀ ନେତା ଗିଲାନୀ ଓ ୟାସିନଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର,୨୨।୩: ଜମ୍ମୁ ଓ କଶ୍ମୀର ବିଚ୍ଚିନ୍ନତାବାଦୀ ନେତା ସୟେଦ ଅଲ୍ଲୀ ଶାହା ଗିଲାନୀ ଓ ୟାସିନ ମଲିକ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଆଜି ବଡଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଗିଲାନୀଙ୍କ ଉପରେ ୧୪.୪୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଇଡିର ସୂଚନା ଅନୁସାରେ ଗିଲାନୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ଅଭିଯୋଗରେ ନିଆଯାଇଛି। ସେ ଅବୈଧ ଭାବରେ ୧୦ ହଜାର ଆମେରିକାନ ଡଲାର(ପ୍ରାୟ ୬.୯୦ଲକ୍ଷ ଟଙ୍କା) ରଖିଥିବାର ଅଭିଯୋଗ ରହିଛି। ଇଡି ପକ୍ଷରୁ ଗିଲାନୀଙ୍କ ପାଖରୁ ୬.୯୦ ଲକ୍ଷ ଟଙ୍କା ଜବତ କରାଯାଇଛି।

ଇଡି ପକ୍ଷରୁ କୁହାଯାଇଛି ଏହି କାର୍ଯ୍ୟାନୁଷ୍ଠାନ କେବଳ ଗିଲାନୀ ନୁହେଁ ୟାସିନ୍ ମଲିକ୍ ବିରୋଧରେ ମଧ୍ୟ ଗ୍ରହଣ କରାଯାଇଛି। ବିଚ୍ଛିନ୍ନତାବାଦୀ ନେତା ଓ ଜେକେଏଲଏଫର ପୂର୍ବତନ ଅଧ୍ୟକ୍ଷ ୟାସିନ୍ ମଲିକ୍ ପାଖରୁ ମଧ୍ୟ ବିଦେଶୀ ମୁଦ୍ରା ଜବତ କରାଯାଇଛି। ୟାସିନ୍ ବିରୋଧରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

  ​‌

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ