ବଦହଜମୀ ଓ ଏସିଡିଟି ସମସ୍ୟା ଅଛି କି ? ଏହି ୩ଟି ଯୋଗାସନ ଖୁବ୍‌ ଫଳପ୍ରଦ ହେବ …

ଭୁବନେଶ୍ୱର ୨୮/ ୦୪ :  କରୋନା ଭାଇରସ୍‌  କାରଣରୁ ଦେଶରେ  ଲକ୍‌ ଡାଉନ୍‌ ପଡ଼ିଛି ।  ଏହି କାରଣରୁ ସମସ୍ତେ ଘରେ ବନ୍ଦ ରହିଛନ୍ତି ।  ଆଉ ଘରେ ରହି ସମସ୍ତେ  ସ୍ପେଶାଲ ଡିସ୍  ବା ଭଲ ଖାଦ୍ୟ ଉପରେ ନଜର ପକାଇଛନ୍ତି ।  ସ୍ୱାଦଯୁକ୍ତ ଖାଦ୍ୟ ତିଆରି କାରଣରୁ ଲୋକେ ଏବେ  ବହୁତ ଅଧିକା ମଧ୍ୟ  ଖାଉଛନ୍ତି ।  ଆବଶ୍ୟକତା ଠାରୁ ଅଧିକ ଯୋଗୁଁ  ଲୋକଙ୍କ ବଦହଜମୀ ଓ ଏସିଡିଟି ଭଳି ସମସ୍ୟା ଦେଖାଦେଉଛି। 

ଯଦି ଆପଣ ଏହି ଅସୁବିଧାର ସମ୍ସୁଖୀନ ହୋଇଛନ୍ତି ତ ,  ଚିନ୍ତା କରନ୍ତୁ ନାହିଁ ।  ବଦହଜମୀ ଓ ଏସିଡିଟି ହେବାର ମୁଖ୍ୟ କାରଣ ପାଚନ କ୍ରିୟା ଠିକ୍‌ରେ କାମ ନକରିବା ।  ଲକ୍‌ ଡାଉନ୍‌ରେ ଲୋକେ ଘରେ ରହି ଅଧିକା ତ ଖାଉଛନ୍ତି , ହେଲେ ସେମାନଙ୍କ ଫିଜିକଲ ଆକ୍ଟିଭିଟି କଥା ଯଦି କହିବା , ତାହା ପୁରା ଜିରୋ ହୋଇଯାଇଛି । ଫିଜିକଲ ଆକ୍ଟିଭିଟି  କରିବା ଦ୍ୱାରା  ପାଚନ  କ୍ରିୟା ଦ୍ରୁତ  ହୋଇଥାଏ ଓ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଯଦି ଆପଣ  ଚାହୁଁଛନ୍ତି ପ୍ରତିଦିନ ଆପଣଙ୍କର ମନ ପସନ୍ଦର  ଖାଦ୍ୟ ଖାଉଥିବେ ଏବେ  ଆପଣଙ୍କୁ ବଦହଜମୀ ଓ ଏସିଡିଟି ଭଳି ସମସ୍ୟା ନହେଉ  , ଏଥିପାଇଁ  ଜରୁରୀ କି ଆପଣ ପ୍ରତିଦିନ  ୫ ମିନିଟ୍‌ ଯୋଗ କରନ୍ତୁ ।

ଆସନ୍ତୁ ତାହାଲେ କିଛି ଏମିତି ଯୋଗାସନ ବିଷୟରେ ଜାଣିବା ଯେଉଁଥିରେ ଏସିଡିଟି ଓ ବଦହଜମୀ ସମସ୍ୟା ହେବ ନାହିଁ –

ଆପଣଙ୍କୁ ପ୍ରତିଦିନ ଏହି ୩ଟି ଯୋଗାସନ କରିବାକୁ ହେବ ।

୧ – ପବନମୁକ୍ତାସନ –  ଏହି ଆସନ ପେଟ ପାଇଁ ବହୁତ ଉପକାରୀ । ଏହି ଆସନକୁ  କରିବା ଦ୍ୱାରା ଗ୍ୟାସ ଓ ପେଟ ସମସ୍ୟାରେ ଦୂର ହୋଇଥାଏ । ଶରୀରର ଦୂଷିତ ବାୟୁ ବାହାରି ଯାଏ । 

ପବନମୁକ୍ତାସନର ଅଭ୍ୟାସ  କରିବା ପାଇଁ …

ପ୍ରଥମେ ପିଠି ଦ୍ୱାରା ଶବାସନ ମୁଦ୍ରାରେ ଶୋଇଯାନ୍ତୁ।  ଏବେ ଧୀରେ ଧୀରେ ଆଣ୍ଠୁକୁ  ମୋଡି ଭୂଇଁରେ ବସନ୍ତୁ ।  ତାପରେ  ଦୁଇ ହାତରେ ଆଣ୍ଠୁକୁ  ଉପରୁ ଧରନ୍ତୁ   ଏବଂ  ନିଶ୍ୱାସ ନେଇ ଆଣ୍ଠୁକୁ ମଥାରେ ଲଗାନ୍ତୁ । ୧୦-୨୦ ସେକେଣ୍ଡ ଯାଏ ନିଶ୍ୱାସ ରଖି ଏହା ପରେ ଆଣ୍ଠୁ ଦୁଇ ହାତରୁ ମୁକ୍ତ କରନ୍ତୁ । ପୁଣି ଶ୍ୱାସ ଛାଡ଼ି  ପାଦକୁ ସିଧା କରି  ସାମାନ୍ୟ ସ୍ଥିତିକୁ ଫେରିଆସନ୍ତୁ । ଏହି କ୍ରିୟାକୁ ୪-୫ ଥର ଅଭ୍ୟାସ କରନ୍ତୁ ।

୨- ମଳାସନ – ମଳ  ତ୍ୟାଗ କଲା ସମୟରେ ଆମେ ଯେଉଁ ଅବସ୍ଥାରେ  ବସିଥାନ୍ତି , ଏହାକୁ ମଳାସନ କହନ୍ତି ।  ବସିବାର ଏହି ସ୍ଥିତି  ପେଟ ଓ ପିଠି ପାଇଁ ବହୁତ ଲାଭଦାୟକ। ମଳାସନ ଦ୍ୱାରା  ଆଣ୍ଠୁ, ଗଣ୍ଠି ଓ ପେଟର ଯନ୍ତ୍ରଣା ଦୂର ହୋଇଥାଏ।  ଏହା ଦ୍ୱାରା ଗ୍ୟାସ ଓ କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୁଏ । ଏହାକୁ କରିବା ପାଇଁ  ଦୁଇ ଆଣ୍ଠୁକୁ  ମୋଡ଼ି  ମଳତ୍ୟାଗ କରିବା ଅବସ୍ଥାରେ ବସନ୍ତୁ। ପୁଣି ଡ଼ାହାଣ ହାତର କାଖକୁ  ଡ଼ାହାଣ  ଓ ବାମ ହାତର କାଖକୁ ବାମ ଆଣ୍ଠୁରେ ରଖି  ଦୁଇ ହାତକୁ ଏକାଠି କରନ୍ତୁ ।

୩- ଭୁଜଙ୍ଗାସନ – ଏହି ଆସନରେ ଶରୀର ଆକୃତି ଫଣା  ଉଠାଇବା ପରି ଭୁଜଙ୍ଗ ଅର୍ଥାତ୍‌ ସାପ ଭଳି ହୋଇଥାଏ ।  ଏଥିପାଇଁ  ଏହାକୁ ଭୁଜଙ୍ଗାସନ କହନ୍ତି ।  ଏହି ଆସନରେ ମେରୁହାଡ଼ ଶକ୍ତ ହୁଏ  ଏବଂ ପିଠିରେ ଫେକ୍ସିବିଲିଟି  ଆସିଥାଏ।  ଏହି ଆସନ ଫୁସୁଫୁସୁକୁ  ମଧ୍ୟ ଶୁଦ୍ଧ କରିଥାଏ । ଯେଉଁ ଲୋକଙ୍କ ଗଳା ଖରାପ ଥାଏ , ପୁରୁଣା କାଶ  ବା ଫୁସୁଫୁସୁ ସମ୍ୱନ୍ଧୀୟ ଅନ୍ୟ  କିଛି ରୋଗ ଥାଏ , ତାଙ୍କୁ ଏହି ଆସନ କରିବା ଉଚିତ୍‌ ।

ପେଟ ତଳକୁ କରି  ଶୋଇ ପଡ଼ନ୍ତୁ ।  ଏହାପରେ ହାତ ତଳକୁ ଭାରା ଦେଇ ଧୀରେ ଧୀରେ  ଶରୀରର ଅଗ୍ରଭାଗ ଅର୍ଥାତ୍ ଅଣ୍ଟା ଉପର ଭାଗକୁ  ସାପ ପରି ଉପରକୁ ଉଠାନ୍ତୁ । ୧୦ ମିନିଟ୍‌ ଯାଏ ଏହି ମୁଦ୍ରାରେ ରହି ପୁଣି  ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ ।

   ସମ୍ବନ୍ଧିତ ଖବର


କରୋନାରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଫେସ୍‌ ସିଲ୍‌ଡ ମାସ୍କ ପିନ୍ଧୁଛନ୍ତି କି ? ଆଖି ଉପରେ ପଡିବ ଏମିତି ପ୍ରଭାବ…

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଏହିସବୁ ଅଭ୍ୟାସ ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟର ପଥକୁ ନେଇଥାଏ, ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଜୀବନ

ଶୀତ ଦିନେ କିସମିସ୍ ଖାଇବା ଖୁବ୍ ଲାଭଦାୟକ, ଏହି ସବୁ ରୋଗରୁ ମିଳିବ ଉପଶମ

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ