ଟିକ୍ଟକ୍ ଭିଡ଼ିଓ କରି ଜେଲ ଗଲେ ୨ ନାବାଳିକା !

କାହିରା – ଟିକ୍ଟକ୍ ଭିଡ଼ିଓ କରିବାକୁ ନେଇ କାହା ବିରୋଧରେ କେସ୍ ଚାଲିବ, ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଏମିତି ମାମଲା ସାମନାକୁ ଆସିଛି । ଦୁଇ ଜଣ ନାବାଳିକାଙ୍କୁ ଜେଲ ଦଣ୍ଡ ଘୋଷଣା ହୋଇଛି । କାରଣ ସେମାନେ ଟିକ୍ଟକ୍ ଭିଡ଼ିଓ କରୁଥିଲେ । ଦୁଇ ଜଣ ନାବାଳିକାଙ୍କ ଏହି କାମ ଇଜିପ୍ଟିଆନ ପରିବାରର ମୂଲ୍ୟବୋଧ ଓ ସିନ୍ଧାନ୍ତର ଉଲ୍ଲଙ୍ଘନ କରିଛି ବୋଲି ଅଭିଯୋଗ କରାଯାଇଛି ଏବଂ ତାଙ୍କୁ ଜେଲ ଦଣ୍ଡ ଦିଆଯାଇଛି ।
ଇଜିପ୍ଟର ଟିକଟକ୍ ଗର୍ଲ୍ସ ନାମରେ ଲୋକପ୍ରିୟ ଏହି ଦୁଇ ଯୁବତୀ ହନୀନ ହୁସ୍ସାମ(୨୦) ଓ ମୱାଦା ଏଲାଧମ(୨୨) । ସେମାନେ ୧୫ ସେକେଣ୍ଡର ଏକ ଟିକ୍ଟକ୍ ଭିଡ଼ିଓ କରିଥିଲେ । ଏଥିରେ ସେ କାର୍ରେ ମେକ୍ଅପ୍ ହୋଇ ପୋଜ୍ ଦେଇଥିଲେ , ରୋଷେଇ ଘରେ ନାଚିଥିଲେ । ଥଟ୍ଟାମଜାକ ଭାବେ ପୋଜ୍ କରିଥିଲେ । ଏଠାରେ ଏହି ପ୍ରକାରର ପୋଜ୍କୁ ଅଶ୍ଳୀଳତାର ସଙ୍କେତ ଭାବେ ବିବେଚିତ କରାଯାଇଛି।
ଅଭିଯୋଗ କରାଯାଇଛି କି ଏହି କାର୍ଯ୍ୟ ଇଜିପ୍ଟ ସମାଜର ସିନ୍ଧାନ୍ତ ଏବଂ ମୂଲ୍ୟବୋଧର ଉଲ୍ଲଙ୍ଘନ କରିଛି। ଏଣୁ ଏହି ଦୁଇ ଝିଅଙ୍କୁ ଦଣ୍ଡିତ କରାଯାଇଛି ।