PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଏହି ୭ଟି ଉପାୟ ଆପଣେଇ କମ୍‌ କରିପାରିବେ ବିଜୁଳି ବିଲ୍‌

ଭୁବନେଶ୍ୱର- ବେଳେ ବେଳେ ବିଜୁଳିର ଅଯଥା ଅପବ୍ୟୟରୁ ଆମେ ଅଧିକ ବିଜୁଳି ବିଲ୍‌ ଦେଇଥାଉ । କେତକ କାରଣରୁ ଆମର ବିଜୁଳି ବିଲ୍‌ ଅଧିକ ଆସିଥାଏ । ଏପରି ଅନେକ ଘରେ ରହିଛି ଯେଉଁଥିରେ ଘରେ କେହି ନଥିବା ବେଳେ ବିଜୁଳି ପଙ୍ଖା ଅଯଥାରେ ବୁଲିଥାଏ । ଏପରି କି ଦିନ ବେଳେ ଯଥେଷ୍ଟ ଆଲୋକ ବ୍ୟବସ୍ଥା ଥିଲା ବେଳେ ବିଦ୍ୟୁତ୍‌ ବଲ୍ବ ଅଯଥାରେ ଜଳିଥାଏ । କେତକଙ୍କ ଘରେ ବିନା କାରଣରେ ଟିଭି ଅନବରତ ଚାଲିଥାଏ । କେବଳ ଏତିକି ନୁହେଁ ଆହୁରି କେତକ ଜିନିଷ ରହିଛି ଯାହା ପ୍ରତି ଧ୍ୟାନ ଦେଲେ ବିଜୁଳି ବିଲ୍‌କୁ ହ୍ରାସ କରାଯାଇ ପାରିବ ।

୧- ଏଥିପାଇଁ ଆପଣଙ୍କୁ ଏକୁଟିଆ ନୁହେଁ ପୁରା ପରିବାରକୁ ଧ୍ୟାନ ଦେବା ପାଇଁ ପଡିବ । ଯଦି ଆପଣଙ୍କ ଘରେ ଏବେ ପୁରୁଣା ବିଦ୍ୟୁତ ବଲ୍ବ ଅଛି ତେବେ ଆପଣ ତା ଯାଗାରେ ନୂଆ ସିଏଫ୍‌ଏଲ୍ ବଲ୍ବ ଲଗାନ୍ତୁ । ଦେଖିବା ୧୦୦ ଓ୍ୱାଟ ବଲ୍ବ ଯାଗାର ସିଏଫ୍‌ଏଲ୍‌ ବଲ୍ବ ଲଗାଇଲେ ନିଶ୍ଚୟ ଆପଣଙ୍କ ବିଲ୍‌ କମ୍‌ ଆସିବ ।

୨- ସେହିପରି ଆଣଙ୍କ ବିଭିନ୍ନ ସମୟରେ ଏକ୍ସଟେଂସନ୍‌ କର୍ଡ ଲମ୍ବା ବା ଲମ୍ବା ତାର ବ୍ୟବହାର କରୁଥିବେ । ଲମ୍ବା ତାର ବ୍ୟବହାର କଲେ ଅଧିର ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ରାତି ସାରା ଏହା ଲମ୍ବାତାର ବାଲା ଏକ୍ସଟେଂସନ୍‌ କର୍ଡ ଲାଗିଥାଏ ଏଥିରେ ଅନେକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ ଅନେକ ହୁଏତ ଏକଥା ଜାଣି ନଥିବେ ବିଦ୍ୟୁତ ପରିବହନରେ ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ଲମ୍ବା ଏକ୍ସଟେଂସନ୍‌ କର୍ଡ ବ୍ୟବହାର କରୁଥିଲେ ଏହାର ଛୋଟ କର୍ଡ ବ୍ୟବହାର କରୁନ୍ତୁ ନଚେତ୍‌ ଏହାର କାମ ସରିଲେ ଏହାକୁ ଅନ୍‌ପ୍ଲଗ କରି ଦିଅନ୍ତୁ ।

୩- ଘରୁ ବାହାରକୁ ଯାଉଥିବା ବେଳେ ଦରକାର ନଥିଲେ ସ୍ୱିଚ୍‌ ବନ୍ଦ କରନ୍ତୁ ।

୪ – ଗରମ ସମ୍ଭାଳି ହେଉଥିଲେ ପଙ୍ଖାରେ କାମ ଚଳାନ୍ତୁ ଏସି ଲଗାନ୍ତୁ ନାହିଁ । ଏସି ଲଗାଇଲେ ଘଣ୍ଟା ପ୍ରତି ପ୍ରାୟ ୧୦ ଟଙ୍କା ବିଦ୍ୟୁତ୍‌ ବିଲ୍‌ ଖର୍ଚ୍ଚ ହେଉଥିବା ବେଳେ ଫ୍ୟାନ୍‌ରେ ମାତ୍ର ୩୦ରୁ ୫୦ ପଇସା ଘଣ୍ଟା ପ୍ରତି ଖର୍ଚ୍ଚ ହୋଇଥାଏ
୫- ଏୟାର କଣ୍ଡିସନର୍‌ ବା ଏସିତ ତାପମାତ୍ରା ୨୪ ରଖିଲେ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ । ନହେଲେ ୨୨ ରଖନ୍ତୁ ଏଥିରେ ବି ୩ରୁ ୫ ପ୍ରତିଶତ ବିଦ୍ୟୁତ୍‌ କମ୍ ଖର୍ଚ୍ଚ ହୋଇଥାଏ ।

୬ – ଓ୍ୱାଂଶି ମେସିନ୍‌ରେ ସଫାକରୁଥିବା ବେଳେ ଏହାର କ୍ଷମତା ଅନୁସାରେ କପଡା ସଫା କରନ୍ତୁ । କମ୍‌ କପଡା ସଫା କଲେ ବିଦ୍ୟୁତ୍‌ ସମାନ୍‌ ପରିମାଣରେ ଖର୍ଚ୍ଚ ହୋଇଥାଏ ।

୭ – ବିଇଇ-ରେଟେଡ୍‌ ପଙ୍ଖା ବ୍ୟବହାର କଲେ କମ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ । ୫ ଷ୍ଟାର ବିଶିଷ୍ଟ ବିଦ୍ୟୁତ୍‌ ଉପକରଣ ବ୍ୟବହାର କରନ୍ତୁ । ଏଥିରେ କମ୍‌ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ ।