କନେଷ୍ଟବଲ୍ ହୋଟେଲରେ ପହଞ୍ଚିବା ପରେ ଦଲାଲ୍ ଦେଖାଇଲା ୮ଟି କଲ୍ ଗାର୍ଲ, କହିଲା- ଯେଉଁଟା ପସନ୍ଦ ସେଇଟା ବାଛିନିଅ, ପୁଣି…

ଉଦୟପୁର ୨୮।୮: ରାଜସ୍ଥାନର ଉଦୟପୁରରେ ରିକୋ କଲଡ଼ବାସ ଅଞ୍ଚଳରେ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ବହୁ ଦିନ ଧରି ତିନି ମହଲା ବିଶିଷ୍ଟ ଏକ ହାଟେଲରେ ଚାଲିଥିଲା ସେକ୍ସ ରାକେଟ୍। ଖବର ମିଳିବା ମାତ୍ରେ ପୁଲିସ ହୋଟେଲକୁ ଯାଇ ଖୋଳତାଡ଼ କରିଥିଲା। ଏଥିରେ ଜଣେ ଦଲାଲ ସମେତ ୮ଜଣ କଲ୍ ଗାର୍ଲଙ୍କୁ ଧରିଥିଲା।

ମୁଖ୍ୟ କଥା ହେଲା କି, ଏହି ସେକ୍ସ ରାକେଟରେ ଧରାହୋଇଥିବା ୧୮ରୁ ୧୯ ବର୍ଷିୟ କଲ୍ ଗାର୍ଲ ଅଲଗା ଅଲଗା ରାଜ୍ୟରୁ ଆସିଛନ୍ତି। ଏଠାରେ ଦଲାଲ୍ ଜରିଆରେ ରୋଟେସନ୍ ହିସାବରେ ଧନ୍ଦା କରିବାକୁ ଆସୁଥିଲେ। ଉଦୟପୁର ଏସପି କୈଳାସ ଚନ୍ଦ୍ର ବିଶ୍ରାଇ କହିଛନ୍ତି ଯେ, ପାୟଲ ନାମକ ଏକ ହୋଟେଲରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଖବର ମିଳିବା ପରେ ଡିଏସପି ରାଜୀବ ଯୋଶୀଙ୍କ ନେତୃତ୍ବରେ ଏକ ଟିମକୁ ସେଠାକୁ ପଠାଯାଇଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ କନେଷ୍ଟବଲକୁ ଗ୍ରାହକ ବେଶରେ ସେଠାକୁ ପଠାଇଥିଲା। ଦଲାଲ୍ ସହିତ କଥା ହେବା ପରେ କନେଷ୍ଟବଲଙ୍କୁ ୮ଟି କଲ୍ ଗାର୍ଲ ଦେଖାଇଥିଲା। କହିଲା ଯେଉଁଟା ପସନ୍ଦ ଆସୁଛି ତାକୁ ବାଛି ନିଅ। ଆଉ ଏଥିପାଇଁ ଏକ ହଜାର ଟଙ୍କା ନେଇଥିଲା।

ଏହି ଖବର ମିଳିବା କ୍ଷଣି ହିଁ ବାହାରେ ଠିଆ ହୋଇଥିବା ଡିଏସପି ରାଜୀବ ଯୋଶୀଙ୍କ ସମେତ ଏଏସଆଇ, ହେଡ କନେଷ୍ଟବଲଙ୍କ ଆଉ ୩ଜଣ ଭିତରକୁ ଯାଇ ଯାଞ୍ଚ କରିଥିଲେ। ପୁଲିସର ପଚରାଉଚରା ପରେ ଦଲାଲ୍ ଜଣକ ସମସ୍ତ କଥାକୁ ସ୍ବିକାର କରିଥିଲେ। ପୁଲିସ ହୋଟେଲ ମ୍ୟାନେଜର ତଥା ଦଲାଲ ଅମିତକୁ ଗିରଫ କରି ହାଜତକୁ ପଠାଇଛି। ପୁଲିସର ପଚରାଉଚରା ପରେ ପଲୋଦଡ଼ା ନିବାସୀ ନରେଶ ଡାଙ୍ଗୀ ହୋଟେଲର ମାଲିକ ବୋଲି ଜଣାପଡ଼ିଛି।  

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ