ରେଳଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ, ଚାଲିଗଲା ନାବାଳିକାର ଜୀବନ

କଳାହାଣ୍ଡି ୫/୯: ରେଳ ଫାଟକ ବନ୍ଦ ଯୋଗୁଁ ଚାଲିଗଲା ୮ ବର୍ଷର ନାବାଳିକାର ଜୀବନ । ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍‌ସ । ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା । କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ ଜଣେ ୮ ବର୍ଷର ନାବାଳିକାର ଜୀବନ ଯାଇଛି ।

କଳାହାଣ୍ଡି କେସିଙ୍ଗା  ସହର ପ୍ରବେଶ ପଥ ରେ ରହିଛି ରେଳବାଇ ଫାଟକ । ହସ୍‌ପିଟାଲରେ  ଗୁରୁତର ନାବାଳିକାକୁ  ପହଞ୍ଚାଇବାକୁ ଆମ୍ବୁଲାନ୍‌ସକୁ ବି ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏପରି ୪୫ ମିନିଟ୍ ଫାଟକ ବନ୍ଦ ରହିବା ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ୮ ବର୍ଷର ଝିଅର ପ୍ରାଣ ବାୟୁ ଉଡ଼ିଯାଇଛି । ମୃତ ନାବାଳିକା ଜଣକ ହେଉଛନ୍ତି ବେଲଖଣ୍ଡି ଅଞ୍ଚଳର ରେଖା ବାଗ । ସାପ କାମୁଡ଼ିବାରୁ ଯୋଗୁଁ ଝିଅଟି ଗୁରୁତର ହୋଇପଡ଼ିଥିଲା । ବାପା ଖଗେଶ୍ବର ଝିଅର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସରେ ଧରି ଆସୁଥିଲେ । ହେଲେ ରେଲୱେ ଫାଟକ ଏତେ ସମୟ ବନ୍ଦ ଯୋଗୁଁ ଚାଲିଗଲା ରେଖାର ଜୀବନ…

କେସିଙ୍ଗା ସହର ମୁଖ୍ୟ ରାସ୍ତା ଉପର ରେଳ ଲାଇନ ଯୋଗୁଁ  ପ୍ରତିଦିନ ପାଖାପାଖି ୧୬ ଘଣ୍ଟା ଫାଟକ ବନ୍ଦ ରହୁଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ପୂର୍ବରୁ ବି ଅନେକ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିନପାରି ଆଖି ବୁଜିଛନ୍ତି । ସମସ୍ୟା ପ୍ରତି ସମସ୍ତେ  ଅବଗତ । ଓଭର ବ୍ରିଜ ପାଇଁ ୨୦୬ କୋଟି ଟଙ୍କାର ଅନୁଦାନ ଘୋଷଣାକୁ ୨ ବର୍ଷ ବିତିଯାଇଥିଲେ ମଧ୍ଯ ଏପର୍ୟ୍ୟନ୍ତ ଫଳ ଶୂନ ।

   ସମ୍ବନ୍ଧିତ ଖବର


ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହୋଇ ନଈ ପାର୍ ହେଲେ ଗର୍ଭବତୀ

ଚିକିତ୍ସାଧୀନ କରୋନା ରୋଗୀଙ୍କ ମିଳୁନି ପତ୍ତା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ଏମିତି ବି ଆସେ ମୃତ୍ୟୁ : ଖେଳିବା ସମୟରେ ଗାତରେ ପଡ଼ି ଅଢେଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ମହୁମାଛି ନେଲା ୨ ଭାଇଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର