କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକ ଶିଳା ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ସମ୍ପର୍କ କାର୍ଯ୍ୟକ୍ରମ ‘ଏକ ଭାରତ ବିଜୟୀ ଭାରତ’

ଭୁବନେଶ୍ୱର ୧୭/୯: କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକ ଶିଳା ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଅବସରରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ପକ୍ଷରୁ ଏକ ବିଶାଳ ସମ୍ପର୍କ କାର୍ଯ୍ୟକ୍ରମ ‘ଏକ ଭାରତ ବିଜୟୀ ଭାରତ’ ଦେଶବ୍ୟାପୀ ୨୦୧୯ ସେପ୍ଟେମ୍ବର ୨ ତାରିଖଠାରୁ ଆରମ୍ଭ କରିଛି ।

ସ୍ୱାମୀ ବିବେକାନନ୍ଦ ୧୮୯୨ ଡିସେମ୍ବର ୨୫, ୨୬ ଓ ୨୭ ତାରିଖରେ କନ୍ୟାକୁମାରୀ  ବେଳାଭୂମି ନିକଟ ସାଗର ମଧ୍ୟଭାଗରେ ଶିଳା ଉପରେ ଧ୍ୟାନ କରିଥିଲେ । ଭାରତ ମହାସାଗରରେ ଏହି ଶିଳା ଉପରେ ଧ୍ୟାନ କରି ସେ ଜୀବନର ଲକ୍ଷ୍ୟ ସହ ଭାରତର ଗରିମା ବଜାୟ ରଖିବା ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଦେଶର ଇତିହାସରେ ମହାନ ଗୁରୁତ୍ୱ ବହନ କରୁଥିବା ଏହି ଶିଳା ଉପରେ ସ୍ୱାମୀ ବିବେକାନନ୍ଦଙ୍କ ସ୍ମାରକ ନିର୍ମାଣ ପାଇଁ ୧୯୬୩ ମସିହାରେ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଶିଳା ସ୍ମାରକ ଏକତାର ବାର୍ତ୍ତା ଦେବା ସହ ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ଅର୍ଥପୂର୍ଣ୍ଣ ଜୀବନର ବାର୍ତ୍ତା ବହନ କରୁଛି । ଏହାର ଅନନ୍ୟ କାହାଣୀ ଆଞ୍ଚଳିକ, ରାଜନୈତିକ, ବର୍ଣ୍ଣ ଭେଦ ଊଦ୍ଧ୍ୱର୍ରେ ରହି ଲୋକେ ଏକତାର ସୂତ୍ରରେ ବାନ୍ଧି ହେବାର ବାର୍ତ୍ତା ଦେଇଥାଏ ।

ବିବେକାନନ୍ଦ ଶିଳା ସ୍ମାରକ ଦେଶବାସୀଙ୍କ ଇଚ୍ଛାରେ ଏବଂ ସେମାନଙ୍କ ଅନୁଦାନରେ ନିର୍ମାଣ କରାଯାଇଥିବାରୁ ଏହାର ଅନନ୍ୟ ଗୁରୁତ୍ୱ ରହିଛି ।\n୧୯୬୩ ମସିହାରେ ସଂସଦର ୩୨୩ ଜଣ ସାଂସଦ ଦିଲ୍ଲୀରେ ଉପସ୍ଥିତ ରହି ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଏହାର ନିର୍ମାଣ ପାଇଁ ଏକ ସ୍ୱରରେ ନିବେଦନ କରିବା ଘଟଣା ହେଉଛି ଏହାର ସ୍ୱାତନ୍ତ୍ର‌୍ୟ ।\nସ୍ୱାମୀ ବିବେକାନନ୍ଦଙ୍କ ସ୍ମାରକ ନିର୍ମାଣ ପାଇଁ ଦେଶର ବୟସ୍କ ଜନସଂଖ୍ୟାର ୧% ମିଳିତ ଭାବେ ସେ ସମୟରେ ୮୫ ଲକ୍ଷ ଟଙ୍କା ଦାନ କରିବା ଏହାର ଦ୍ୱିତୀୟ ସ୍ୱାତନ୍ତ୍ର‌୍ୟ ।

ଏହି ବିରାଟ ସାଗର ମଧ୍ୟସ୍ଥ ଶିଳା ସ୍ମାରକର ତୃତୀୟ ସ୍ୱାତନ୍ତ୍ର‌୍ୟ ହେଉଛି, ଏହି ସ୍ମାରକ ନିର୍ମାଣ ଅବଧି (୧୯୬୪ରୁ ୧୯୭୦) ମଧ୍ୟରେ କ୍ଷମତାରେ ଥିବା ଦଳ ନିର୍ବିଶେଷରେ ପ୍ରାୟ ସମସ୍ତ ରାଜ୍ୟ ସରକାର ସର୍ବନିମ୍ନ ୧ ଲକ୍ଷ ଟଙ୍କା ଲେଖାଏଁ ସହଯୋଗ ରାଶି ଯୋଗାଇ ଥିଲେ । କେନ୍ଦ୍ର ସରକାର ମଧ୍ୟ ଏହି ସ୍ମାରକ ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ତେଣୁ ବାସ୍ତବ ଅର୍ଥରେ  ବିବେକାନନ୍ଦ ଶିଳା ସ୍ମାରକ ହେଉଛି ଭାରତର ଏହି ମହାନ ଦେଶଭକ୍ତ ସନ୍ଥଙ୍କ ସ୍ମୃତିରେ ନିର୍ମିତ ଏକ ଜାତୀୟ ସ୍ମାରକ । ଏହି ସ୍ମାରକର ଚତୁର୍ଥ ସ୍ୱାତନ୍ତ୍ୟ ହେଉଛି ଏହା ଅଜନ୍ତା, ଏଲୋରା, ପଲ୍ଲବ, ଚୋଳ, ବେଲୁର ମଠ ଆଦି ଅନେକ ସ୍ମାରକ ଭଳି ଏହା ନିର୍ବିବାଦୀୟ ଅନନ୍ୟ ନିର୍ମାଣ ତଥା ସ୍ଥାପତ୍ୟ ।

ଏହା ଏକମାତ୍ର ସ୍ମାରକ ଯାହା ପରବର୍ତ୍ତୀ ସମୟରେ ବିବେକାନନ୍ଦ କେନ୍ଦ୍ର ଭାବେ ଏକ ସେବା ସଂଗଠନ ତଥା ଏକ ଆଧ୍ୟାତ୍ମିକ ସେବା ମିଶନ ଭାବେ ୧୯୭୨ରେ ଆତ୍ମପ୍ରକାଶ କରିଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଶବ୍ଦରେ ଯୁବକ ଯୁବତୀ ଯେଉଁମାନେ କି ପବିତ୍ର ଉତ୍ସାହର ସହ, ଭଗବାନଙ୍କ ଉପରେ ଶାଶ୍ୱତ ବିଶ୍ୱାସ ସହ, ଗରିବ, ପତିତ ଏବଂ ଦଳିତଙ୍କ ପ୍ରତି ସହାନୁଭୂତି ସହ ରାଷ୍ଟ୍ରର ସେବାକୁ ବ୍ରତ ଭାବେ ଜୀବନକୁ ସମର୍ପିତ କରିଛନ୍ତି ସେମାନେ ସମସ୍ତେ  ସଂଗଠନର କ୍ୟାଡର ଅଟନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଦେଶର ବିଭିନ୍ନ ପ୍ରାନ୍ତକୁ ପଠାଯାଇଥାଏ । ସେମାନେ ସେହି ବ୍ୟକ୍ତିମାନଙ୍କୁ ସଂଗଠିତ ଏବଂ ସହାୟତା କରିଥାନ୍ତି ଯେଉଁମାନେ ସମାଜ ପାଇଁ କାମ କରିବାକୁ ଚାହାନ୍ତି ଏବଂ ବିଭିନ୍ନ ସେବା କାର୍ଯ୍ୟକ୍ରମମାନ କରିଥାନ୍ତି । ଏହି ପ୍ରକାର ଆଜି ବିବେକାନନ୍ଦ କେନ୍ଦ୍ର ଦେଶର ୧୦୦୫ ସ୍ଥାନରେ ସେବା ଗତିବିଧି ଜାରି ରଖିଛି । କେନ୍ଦ୍ର ଯୋଗ, ଶିକ୍ଷା, ଗ୍ରାମୀଣ ବିକାଶ, ଯୁବ ପ୍ରେରଣା, ଶିଶୁଙ୍କୁ ଗଢ଼ି ତୋଳିବା, ପ୍ରାକୃତିକ ସଂସାଧନ ବିକାଶ, ଗ୍ରାମୀଣ ଏବଂ ଜନଜାତି କ୍ଷେତ୍ରରେ ସାଂସ୍କୃତିକ ଅନୁସନ୍ଧାନ, ପ୍ରକାଶନ ଆଦି କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଭାରତ ସରକାରଙ୍କ ଦ୍ୱାରା ବିବେକାନନ୍ଦ କେନ୍ଦ୍ରକୁ ‘ଗାନ୍ଧି ଶାନ୍ତି ସମ୍ମାନ-୨୦୧୫’ରେ ସମ୍ମାନିତ କରାଯାଇ କେନ୍ଦ୍ରର କାର୍ଯ୍ୟକୁ ପ୍ରଂଶସା କରାଯାଇଛି ।

ଭାରତୀୟଙ୍କ ଭାଗିଦାରୀ ଏତେ ବ୍ୟାପକ ଥିଲା ଯେ ୨ ସେପ୍ଟେମ୍ବର ୧୯୭୦ରୁ ପ୍ରାୟ ଦୁଇ ମାସ ଧରି ଉଦ୍‍ଘାଟନୀ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଉଦ୍‍ଘାଟନର ତାରିଖ ପ୍ରତ୍ୟେକ ରାଜ୍ୟ ପାଇଁ ବିଶିଷ୍ଟ ତାରିଖ ଭାବେ ଘୋଷଣା କରାଯାଇଥିଲା । ଭାରତର ଅଧିବାସୀ ଏକତାର ସୂତ୍ରରେ ସଂଗଠିତ ହୋଇଥିବାରୁ ଏହି ସ୍ମାରକକୁ ସଫଳତାପୂର୍ବକ ତିଆରି କରାଯାଇ ପାରିଥିଲା । ଲୋକମାନଙ୍କ ସହ ବ୍ୟାପକ ସଂପର୍କ ଯୋଗୁଁ ଏହି ସ୍ମାରକ ଅସ୍ତିତ୍ୱରେ ଆସି ପାରିଥିବାରୁ ଏହାର ୫୦ ବର୍ଷ ଅବସରରେ ‘ଏକ୍‍ ଭାରତ, ବିଜୟୀ ଭାରତ’ ନାମରେ ଏକ ରାଷ୍ଟ୍ରବ୍ୟାପୀ ସଂପର୍କ କାର୍ଯ୍ୟକ୍ରମର ଆୟୋଜନ  କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ସଂପର୍କ ଅଭିଯାନର ଉଦ୍‍ଘାଟନ ୨ ସେପ୍ଟେମ୍ବର ୨୦୧୯ରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତିଙ୍କ ସହ ବିବେକାନନ୍ଦ କେନ୍ଦ୍ରର ଅଖିଳ ଭାରତୀୟ ଶାଖାର କର୍ମକର୍ତ୍ତାଙ୍କ ସଂପର୍କଠାରୁ ଆରମ୍ଭ କରାଯାଇଥିଲା । ଏହା ପରେ ବିବେକାନନ୍ଦ କେନ୍ଦ୍ରର ଅଖିଳ ଭାରତୀୟ ଶାଖାର କର୍ମକର୍ତ୍ତା ପର୍ଯ୍ୟାୟକ୍ରମେ ୩ ଓ ୪ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ । \nସମୂହ ସଂପର୍କ ଅଭିଯାନ ‘ଏକ୍‍ ଭାରତ, ବିଜୟୀ ଭାରତ’ର ଓଡ଼ିଶା କାର୍ଯ୍ୟକ୍ରମ ଆସନ୍ତା ସପ୍ତାହରେ ମହାମହିମ ରାଜ୍ୟପାଳଙ୍କ ସହ ସାକ୍ଷାତ ସହ ଆରମ୍ଭ ହେବ । ରାଜ୍ୟପାଳଙ୍କ ବ୍ୟତିତ ବିବେକାନନ୍ଦ କେନ୍ଦ୍ରର ରାଜ୍ୟ ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକଙ୍କ ସହ ସାକ୍ଷାତ କରିବା ସହ ସ୍ୱାମୀ ବିବେକାନନ୍ଦ, ବିବେକାନନ୍ଦ ସ୍ମାରକୀର ପ୍ରେରଣାଦାୟୀ କାହାଣୀ ଏବଂ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବ ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌