PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଓଲ୍ଡ ଏଜ୍ ହୋମରେ କପଲଙ୍କ ଭିତରେ ହେଲା ପ୍ରେମ, ପରେ ଦୁହେଁ କରିନେଲେ ବିବାହ

ଥିରୁଅନନ୍ତପୁରମ,୩୦।୧୨: ପ୍ରେମର କୌଣସି ବୟସ ନଥାଏ। ଏହି ଅନୁଭବ ମନ ଭିତରେ କେବେବି ଓ କାହା ପାଇଁ ମଧ୍ୟ ଳଆସିପାରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର ଓଲ୍ଡ ଏଜ୍ ହୋମର କପଲଙ୍କ ଭିତରେ। ଓଲ୍ଡ ଏଜ୍ ହୋମରେ ରହିବା ସମୟରେ ଦୁହିଁଙ୍କ ଭିତରେ ପ୍ରେମ ହୋଇଥିଲା, ଏହାପରେ ଦୁହେଁ ବିବାହ କରିନେଇଥିଲେ। ଆସନ୍ତୁ ଜାଣିବା ତାଙ୍କର ଏହି ସୁନ୍ଦର ପ୍ରେମ କାହାଣୀ ସମ୍ପର୍କରେ…

ଟ୍ବିଟରରେ ରବିବାର ଜଣେ ୟୁଜର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଓଲ୍ଡ ଏଜ୍ ହୋମରେ ଦୁଇଜଣ କପଲଙ୍କୁ ବିବାହ କରିବା ନେଇ ଶୁଭେଚ୍ଛା ଜଣାଇଥିଲେ। ଏହି ମାମଲା କେରଳର ତ୍ରିସୁରର ରାମବର୍ମାପୁରମ ଜିଲ୍ଲାର।ଏଠାରେ ତିଆରି ଏକ ସରକାରୀ ଓଲ୍ଡ ଏଜ୍ ହୋମରେ ରହିବା ବେଳେ କୋଚାନିୟା ମେନନ୍(୬୭ ବର୍ଷ) ଓ ଲକ୍ଷ୍ମୀ ଆମାଲ(୬୫ ବର୍ଷ)ଙ୍କ ଭିତରେ ପ୍ରେମ ହୋଇଥିଲା।

ଶନିବାର ୬୭ ବର୍ଷୀୟ ମିଷ୍ଟର ମେନନ୍ ଓ ୬୫ ବର୍ଷୀୟ ମିସ୍ ଅମାଲଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଉପରେ ଜଣେ ୟୁଜର କମେଣ୍ଟ କରି କହିଥିଲେ, ପ୍ରେମ ସବୁ ବନ୍ଧନ ଭାଙ୍ଗଦିଅ। ବିବାହ ସମୟର ଏହି ଫଟୋରେ ଲକ୍ଷ୍ମୀ ଲାଲ ରଙ୍ଗର ସିଲକ୍ ଶାଢୀ ପିନ୍ଧିଛନ୍ତି ଓ ବାଳରେ ଜସ୍ମିନ ଫୁଲର ଗଜରା ଲଗାଇଛନ୍ତି। ସେଭଳି ମିଷ୍ଟରମ ମେନନ୍  କ୍ରିମ କଲର ସାର୍ଟ ସହିତ ଧଳା ରଙ୍ଗର ଧୋତି (ମୁଣ୍ଡୁ) ଯାହାକୁ କେରଳର ପାରମ୍ପାରିକ ପରିଧାର ବୋଲି କୁହାଯାଏ।