PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଜୟପୁରରେ ମୋଦିଙ୍କ ନିର୍ବାଚନୀ ପ୍ରଚାର ବେଳେ ବଜ୍ର ଆହ୍ୱାନ; ଡବଲ୍‌ ଇଞ୍ଜିନ ଦିଅ, ବିକାଶ ଆସିବ

ଜୟପୁର,୨୯ା୩(ବ୍ୟୁରୋ): ବିକାଶ ପାଇଁ ଓଡ଼ିଶାର ଜନତା ବିଜେଡି ସରକାରଙ୍କୁ ୧୯ ବର୍ଷ ସମୟ ଦେଲେ । ମାତ୍ର ବିକାଶ ହେଲା ନାହିଁ । ସବୁ କ୍ଷେତ୍ରରେ ଦୁର୍ନୀତି ବଢ଼ି ଚାଲିଛି । ଲୋକଙ୍କ ଭରସା ଭାଙ୍ଗିଛି ଏ ସରକାର । ଏଥିପାଇଁ ଦଣ୍ଡ ମିଳିବା ଦରକାର । ଏ ସରକାରକୁ ହଟାଅ ।
ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ଏଭଳି ଆହ୍ୱାନ ଦେଇଛନ୍ତି । ଜୟପୁର ବାଙ୍କ ବିଜା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଜନସମୁଦ୍ରକୁ ଉଦ୍‌ବୋଧନ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ । କଟୁ ଭାଷାରେ ସମାଲୋଚନା କରି କହିଥିଲେ, ଦୁର୍ନୀତି ଯୋଗୁଁ ହିଁ ଓଡ଼ିଶାରୁ ହଟି ପାରୁନି ଦାରିଦ୍ର‌୍ୟ । ସରକାର ନ ବଦଳିଲେ ଓଡ଼ିଶାବାସୀଙ୍କ ଏ ସ୍ଥିତି ବଦଳିବା ନାହିଁ ।
‘ଜୟ ଜଗନ୍ନାଥ’ ଧ୍ୱନିରୁ ତାଙ୍କ ଉଦ୍‌ବୋଧନ ଆରମ୍ଭ କରି ମୋଦି କହିଛନ୍ତି, ପ୍ରାକୃତିକ ସମ୍ପଦରେ ଭରପୁର ଓଡି଼ଶା । ଏଠାରେ ଘଞ୍ଚ ଜଙ୍ଗଲଠାରୁ ଆରମ୍ଭ କରି ଝରଣା, ସମୁଦ୍ର, ବେଳାଭୂମି ରହିଛି । ପ୍ରାକୃତିକ ବିଭବରେ ଭରପୂର ଏ ମାଟି । କିନ୍ତୁ ଏଠାରେ ଶାସନ ଚଳାଉଥିବା ସରକାର ଲୋକଙ୍କୁ କେବଳ ଗରିବୀ ହିଁ ଦେଇଛନ୍ତି । ଓଡ଼ିଶାର ଦଲାଲ୍‌ ଫାଇଦା ନେଉଥିବା ବେଳେ ଲୋକେ ମୁଣ୍ଡ ପିଟି କାନ୍ଦୁଛନ୍ତି ।
ସେ କହିଥିଲେ, ବନବାସୀଙ୍କ ଉନ୍ନତି ହୋଇପାରୁନି । ଯଦି ଓଡି଼ଶା ଭଳି ଗୁଜରାଟରେ ଏଭଳି ପ୍ରାକୃତିକ ସମ୍ପଦ ଥାଆନ୍ତା, ତା’ହେଲେ ସଫଳତାର ଶୀର୍ଷ ଛୁଇଁଥାନ୍ତା ବିକାଶ । ଏଠାରେ ସରକାରଙ୍କ ଆନ୍ତରିକତା ନାହିଁ । ୨୦ ବର୍ଷର ବିଜେଡି ଶାସନ ପରେ ବି ଓଡି଼ଶା ଯେଉଁ ଗରିବକୁ ସେହି ଗରିବ । ତେଣୁ ବେଳ ଆସିଛି, ଏଭଳି ଅସହାୟ ସରକାରକୁ ହଟାଇବାର । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନକୁ ଆସିଲେ ଅବା ଡବଲ୍‌ ଇଞ୍ଜିନ୍‌ ଲାଗିଲେ ଯାଇ ବିକାଶର ଧାରା ଆଗେଇ ପାରିବ ।
ଆୟୁଷ୍ମାନ ଯୋଜନାରୁ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ବଞ୍ଚିତ କରିବା ଏକ ଷଡ଼୍‌ଯନ୍ତ୍ର ବୋଲି ଦର୍ଶାଇ ମୋଦି କହିଛନ୍ତି, ଓଡି଼ଶାରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । କେବଳ ରୋଗୀ କାହିଁକି, ମୃତ୍ୟୁ ପରେ ଶବକୁ ବି ସମ୍ମାନ ମିଳୁନାହିଁ । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା କଲେ । ଏ ଭିତରେ ଦେଶର ୧୭ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ଉପକୃତ ହୋଇଛନ୍ତି । କିନ୍ତୁ ଉପକୃତ ହୋଇଥିବା ରୋଗୀଙ୍କ ଭିତରେ ଓଡି଼ଶାର ଜଣେ ହେଲେ ନାହାନ୍ତି । ଅର୍ଥାତ୍‌ ଓଡି଼ଶା ସରକାର ଏହି ଯୋଜନାରେ ଜଣଙ୍କୁ ହେଲେ ସାମିଲ କରିବାରେ ସକ୍ଷମ ହୋଇନାହାନ୍ତି । ସେହିପରି କିଷାନ ଯୋଜନାରେ ଓଡି଼ଶାରୁ ଯେତିକି ଚାଷୀ ସାମିଲ ହେବା କଥା ହୋଇନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଚାଷୀମାନେ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ବିଭିନ୍ନ ଦୁର୍ନୀତିରେ ଓଡ଼ିଶା ସରକାର ବୁଡ଼ି ରହି ଜନତାଙ୍କୁ ଦାରିଦ୍ର‌୍ୟ ଭିତରକୁ ଠେଲି ଦେଇଛନ୍ତି ବୋଲି ଦର୍ଶାଇ ମୋଦି ପଚାରିଥିଲେ, ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଲୋକେ ଓଡ଼ିଶବାସୀଙ୍କ ଭଲ କରି ପାରିବେ କି? କୋରାପୁଟ, ରାୟଗଡ଼ା ଅଞ୍ଚଳରେ ଆଦିବାସୀଙ୍କ ସମ୍ପତ୍ତି ଲୁଟୁଥିବା ଖଣି ମାଫିଆ ଓଡ଼ିଶାକୁ ମଜବୁତ କରି ପାରିବେ କି? ଯେଉଁ ରାଜ୍ୟରେ ନାବାଳିକା ଅସୁରକ୍ଷିତ, ଅପରାଧୀଙ୍କୁ ଦଣ୍ଡ ଦେବାରେ ସରକାର ଅସମର୍ଥ, ମାଓ ଦମନ କ୍ଷେତ୍ରରେ ଅସଫଳ, ସେଭଳି ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେଇ ପାରିବ କି?
ସେ କହିଥିଲେ, ଖଣି ରୟାଲ୍‌ଟି ବାବଦରେ ପାଇଥିବା ଅର୍ଥରୁ କେନ୍ଦ୍ର ସାଢେ ୬ ହଜାର କୋଟି ଟଙ୍କା ଦେଇଥିଲା ଓଡ଼ିଶାର ବିକାଶ ଲାଗି । ଓଡ଼ିଶା ସରକାର ସେଥିରୁ ମାତ୍ର ହଜାରେ କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି । ତେଣୁ ଏ ସରକାରକୁ ଗାଦିଚ୍ୟୁତ କରିବାର ବେଳ ଆସିଛି । କେନ୍ଦ୍ରରେ ଥିବା ବିଜେପିର ମଜଭୁତ ସରକାର ଭଳି ଓଡି଼ଶାରେ ବିଜେପି ସରକାର ଗଠନ ହେବା ଦରକାର । ଦୁର୍ବଳ ଓ ଅସହାୟ ସରକାରକୁ ଆଉଥରେ ପ୍ରଶ୍ରୟ ଦିଆଯିବା ଉଚିତ୍‌ ନୁହେଁ । ନହେଲେ ଅଟକିଯିବ ବିକାଶର ଧାରା । ଯୁବପିଢିମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବେ । ନାରୀମାନେ ନିର୍ଯାତନାରୁ ମୁକୁଳି ପାରିବେ ନାହିଁ ।
ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ନାହିଁ । ଓଡି଼ଶାରେ ବିଜେଡି ସରକାର ଥିଲେ ବି କେନ୍ଦ୍ର କେବେହେଲେ କୌଣସି କ୍ଷେତ୍ରରେ ପାତରଅନ୍ତର କରିନାହିଁ । ନିକଟରେ ରାୟଗଡାକୁ ରେଳ ଡିଭିଜନ୍‌ର ମାନ୍ୟତା ଦିଆଯାଇଛି । ନବରଙ୍ଗପୁରରୁ ମାଲକାନଗିରି ରେଳପଥର ବିକାଶ ଦିଗରେ ଉଦ୍ୟମ କରାଯାଇଛି । ଆଦିବାସୀଙ୍କୁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଦେବା ଲାଗି ୫୦ଟି ଲଘୁବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ସର୍ବଧିକ ଗୁରୁତ୍ୱ ଦିଆଯାଇଛି । ଶ୍ରୀ ମୋଦି କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢିବାକୁ ଯାଇ ଭାରତ ଉପଯୁକ୍ତ ଜବାବ ଦେଇଛି । ପାକିସ୍ତାନର ଘରେ ପଶି ଆତଙ୍କୀଙ୍କୁ ନିପାତ କରିଛି । ଆମ ଦେଶର ଯବାନମାନଙ୍କ ଉପରେ ହୋଇଥିବା ଆତଙ୍କୀ ହମ୍‌ଲାର ପ୍ରତିଶୋଧ ନିଆଯାଇଛି । ଆକ୍ରମଣର ମାସକ ପରେ ବି ପାକିସ୍ତାନ ଶବ ଗଣୁଥିବା ବେଳେ ବିରୋଧୀମାନେ ଏହାର ଉତ୍ତର ମାଗୁଛନ୍ତି । ଦେଶରେ ଓ ରାଜ୍ୟରେ ଦୁର୍ବଳ ସରକାର ରହିଲେ, ଆତଙ୍କବାଦର ରୋକ୍‌ଠୋକ୍‌ ଜବାବ ଦିଆଯାଇପାରିବ ନାହିଁ । ତେଣୁ ମଜଭୁତ୍‌ ସରକାର ଗଠନ କରିବାକୁ ହେବ । ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ହେବ । ଓଡି଼ଶାରେ ପଦ୍ମ ଫୁଟିଲେ ଗରିବ ଚାଷୀଙ୍କଠାରୁ ଆରମ୍ଭ କରି ଯୁବକ ଯୁବତୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଏ ଦେଶର ଚୌକିଦାର । ଆପଣମାନଙ୍କର ଚୌକିଦାର । ଦେଶ ସୁରକ୍ଷାର ଡୋରି ରହିଛି ଆମ ଯବାନ, ବୈଜ୍ଞାନିକ ଓ ଯୁବପିଢିଙ୍କ ହାତରେ । ସ୍ଥଳପଥରେ ସେମାନେ ବି ଜଣେ ଜଣେ ଜାଗ୍ରତ ସୁରକ୍ଷା ପ୍ରହରୀଠାରୁ କମ୍‌ ନୁହନ୍ତି । ଆଉ ନିକଟରେ ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇ ସଫଳତା ହାସଲ କରାଯାଇଛି । ଏହା ଅନ୍ତରୀକ୍ଷରେ ବି ଚୌକିଦାର ଭାବେ କାମ କରିବ ।’ ଏଥିପାଇଁ ଆମ ଦେଶର ବୈଜ୍ଞାନିକମାନଙ୍କୁ ସେ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ । ପ୍ରାୟ ୪୦ ମିନିଟ୍‌ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଜନତାଙ୍କ ଆଗରେ ରଖିଥିଲେ କେନ୍ଦ୍ରର ବିଭିନ୍ନ ସଫଳ ଯୋଜନାର ହିସାବ ଦେଇଥିଲେ । କହିଥିଲେ, ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ପରିବାରକୁ ଗ୍ୟାସ୍‌ ସିଲିଣ୍ଡର ଏବଂ ଚୁଲା ପ୍ରଦାନ କରାଯାଇଛି । ସେହିପରି ୩ ହଜାର ଗାଁର ୨୪ ଲକ୍ଷ ଗରିବ ପରିବାରକୁ ମାଗଣାରେ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇଛି । ମୁଦ୍ରା ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦିଆଯାଉଛି । ତେବେ ସେଭଳି କୌଣସି ଖାସ୍‌ ନିର୍ବାଚନୀ ପ୍ରତିଶ୍ରୁତି ଦେଇନଥିଲେ ଶ୍ରୀ ମୋଦି । ଲୋକଙ୍କ ମନରେ କେବଳ ଗୋଟିଏ ବିଶ୍ୱାସ ଜନ୍ମାଇଥିଲେ ଯେ, ଉଭୟ ଓଡ଼ିଶା ଏବଂ କେନ୍ଦ୍ରରେ ବିଜେପି ସରକାର ଆସିଲେ ଯାଇ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ।