ପ୍ରମୂଖ ଖବର
  • କାଶୀପୁର : କାଶୀପୁରରେ ବ୍ୟାପିଛି ଅଜଣା ରୋଗ, ସପ୍ତାହେ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
  • ||
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

ନିର୍ବାଚନ ବେଳେ ନେତାଙ୍କ ପୋଷାକକୁ ନେଇ ଚର୍ଚ୍ଚା: ଧଳା, ସବୁଜ, ଗେରୁଆ ରଙ୍ଗର ​‌ଡ୍ରେସ୍ ପିନ୍ଧୁଛନ୍ତି ପ୍ରାର୍ଥୀ...

ଭୁବନେଶ୍ୱର ୧୬/୦୫ (ସସ୍ମିତା ମଲ୍ଲ): ନିର୍ବାଚନରେ ପ୍ରାର୍ଥୀଙ୍କ ପୋଷାକକୁ ନେଇ ଏବେ  ଢ଼େର ଚର୍ଚ୍ଚା । କିଏ ରାହୁଲ ଗାନ୍ଧୀ ଷ୍ଟାଇ୍‌ଲରେ ଧଳା ଟି-ସାର୍ଟ ପିନ୍ଧୁଛନ୍ତି ତ ଆଉ କିଏ ମୋଦି ଷ୍ଟାଇଲ୍‌ର କୁର୍ତ୍ତା, ପାଇଜାମା । ମାର୍କେଟକୁ ବାହାରିବାବେଳେ କିନ୍ତୁ ହାଫ୍‌ କୋଟ୍‌ ମାରି ବାହାରୁଛନ୍ତି । ପୁଣି ସଫେଦ୍‌ ସାର୍ଟ ସାଙ୍ଗକୁ ପ୍ୟାଣ୍ଟ୍‌ର ଚାହିଦା ବି ରହିଛି ।  

ନିର୍ବାଚନ ପୂର୍ବରୁ ଯେଉଁ ପରିଧାନ ଥିଲା ହଠାତ୍‌ ପ୍ରଚାର ସମୟରେ ବଦଳିଯାଇଛି । କେହି କେହି ଦଳୀୟ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତ ଆଉ କେହି ବିଭିନ୍ନ ପ୍ରକାରର ଧଳା ପୋଷାକ ପିନ୍ଧୁଛନ୍ତି । କିଏ ଦିନକୁ ୪ରୁ ଅଧିକ ଥର ପୋଷାକ ବଦଳାଉଛନ୍ତି ତ ଆଉ କିଏ ପୋଷାକ ଷ୍ଟାଇଲ୍‌ ବଦଳାଇ ଚାଲିଛନ୍ତି । ତେଣୁ ବରାଦି ପୋଷାକ ପାଇଁ ଦରଜିଙ୍କ ପାଖରେ ଲାଗୁଛି ଭିଡ଼ ।  ଆଉ ପୋଷାକ ବଦଳାଇବା ବେଳେ ଅଧିକ  ଦାମ୍‌ର ନ କିଣି କାମ ଚଳାଇବା ଭଳି କମ୍‌ ଦାମର  ପୋଷାକ କିଣୁଛନ୍ତି ।  

ସେତିକି ନୁହେଁ ରୁଚି ଅନୁସାରେ ପୋଷାକ  ଡିଜାଇନ୍‌ ବି ହେଉଛି । ସବୁ ପ୍ରାର୍ଥୀଙ୍କ ଗେଟ୍‌ ଅପ୍‌  ନିଆରା । କାହାର କାହା ସହ ମ୍ୟାଚ୍‌ ହେଉନି।  ଯେମିତି ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ପୋଷାକ  ପିନ୍ଧି ମଇଦାନକୁ ଓହ୍ଲାଉଛନ୍ତି । ବବି ଦାସ ବି  ସମ୍ବଲପୁରୀ ହାଫ୍‌ ସାର୍ଟ ପିନ୍ଧି ସମ୍ବଲପୁରିଆଙ୍କ  ମନ କିଣିବାକୁ ଉଦ୍ୟମ କରୁଛନ୍ତି । ସେହିପରି  ଅଶୋକ ପଣ୍ଡା ଉପର ବଟମ୍‌ ଖୋଲି ସାର୍ଟ  ପିନ୍ଧୁଛନ୍ତି ତ ଅନନ୍ତ ଜେନା କଳା ପ୍ୟାଣ୍ଟ ସାଙ୍ଗକୁ  ଧଳା ଡ୍ରେସ୍‌ ପିନ୍ଧୁଛନ୍ତି । ବାବୁ ସିଂ ନିର୍ବାଚନ  ମଇଦାନରେ ପାଦ ଦେବା ଦିନରୁ ଗେରୁଆ  ପୋଷାକ ଛଡା ଆଉ କିଛି ପିନ୍ଧୁନାହାନ୍ତି । କେବେ  ଗେରୁଆ କୁର୍ତ୍ତା ତ ଆଉ କେବେ ଗେରୁଆ  ରଙ୍ଗର ସାର୍ଟ । ବେକରେ କିନ୍ତୁ ଗେରୁଆ ରଙ୍ଗର  ନାମାବଳୀ ଥିବା ଗାମୁଛା ପକାଇବାକୁ ଭୁଲୁ  ନାହାନ୍ତି । କର୍ମୀମାନେ ବି ତାଙ୍କୁ ଦେଖି ଗେରୁଆ  ଗାମୁଛା ବେକରେ ପକାଇ ଘରକୁ ଘର ବୁଲୁଥିବା  ଦେଖିବାକୁ ମିଳୁଛି । ସୁଶାନ୍ତ ରାଉତ ନାମୀଦାମୀ  କମ୍ପାନୀର ଧଳା ରଙ୍ଗର ପୋଷାକ ପିନ୍ଧୁଛନ୍ତି ।  ମନ୍ମଥ ରାଉତରାୟ କିନ୍ତୁ ଟି-ସାର୍ଟ ଓ ବ୍ଲାକ୍‌ ଚଷମା  ପିନ୍ଧି ଭୋଟରଙ୍କ ପାଖକୁ ଯାଉଛନ୍ତି ।  

ନେତା କିଣା ସାର୍ଟ ସହ ତିଆରି କୁର୍ତ୍ତା,  ପାଇଜାମା ପିନ୍ଧିବାକୁ ପସନ୍ଦ କରୁଛନ୍ତି । କିଛି  ବରିଷ୍ଠ ନେତାଙ୍କ ସହ ଦଳୀୟ କର୍ମୀ ଓ ଅନ୍ୟ ନେତାମାନେ ମନପସନ୍ଦର ରଙ୍ଗ ବାଛି କୁର୍ତ୍ତା  ତିଆରି କରୁଛନ୍ତି । ସେଥିପାଇଁ ଖୋଜୁଛନ୍ତି ଭଲ ଦରଜି । ତେଣୁ ଯେଉଁ ଦୋକାନୀଙ୍କ ଟିକେ ନାଁ ଅଛି ତାଙ୍କ ପାଖରେ ଜମୁଛି ଭିଡ଼ । କେଉଁ ଭଳି  ତିଆରି ହେବ, କୁର୍ତ୍ତା କେତେ ଲମ୍ବା ହେବ, କେତେଟା ପକେଟ୍‌ ରହିବ, ଏମିତି ବରାଦ ଦିଆଯାଉଥିବା ଅଶୋକ ନଗରସ୍ଥିତ ନାକ୍‌ସୋ  ଲାଇନ୍‌ର ମନୋଜ କୁମାର ମୁଦୁଲି କହିଛନ୍ତି ।  କୁର୍ତ୍ତା,ପାଇଜାମା ତିଆରି ମଜୁରି ୧୨୦୦ ଟଙ୍କାରୁ  ଆରମ୍ଭ ହେଉଥିବା ସେ କହିଛନ୍ତି । ତାଙ୍କ କହିବା  କଥା ପ୍ରଶାନ୍ତ ଜଗଦ୍ଦେବ, ରଣଜିତ୍‌ ଠାକୁର,  କାଳନ୍ଦୀ ସାମଲଙ୍କ ପରି ବହୁ ବରିଷ୍ଠ ନେତା ଏବେ  ବି କପଡା ସିଲାଇ କରି ପିନ୍ଧୁଛନ୍ତି । 

ଟି-ସାର୍ଟ ଗୋଦାମରେ ବି କର୍ମୀଙ୍କ  ଭିଡ଼ ଲାଗୁଛି । ଟି-ସାର୍ଟ ପାଇଁ ବିଭିନ୍ନ ଦଳ  ପକ୍ଷରୁ ବଇନା ଦିଆଯାଇଥିବା ଜଣେ ଟିସାର୍ଟ ଗୋଦାମ ମାଲିକ କହିଛନ୍ତି । ବିଜେଡିର  ଧଳା ଓ ସବୁଜ ମିଶା ଏବଂ ବିଜେପି ପାଇଁ  କମଳା ରଙ୍ଗର ଗଞ୍ଜି ଅର୍ଡର ଦିଆଯାଉଛି ।  ଅନ୍‌ଲାଇନ୍‌ରେ ମଧ୍ୟ ବିଜେପି ଓ କଂଗ୍ରେସର  ଟି-ସାର୍ଟ ଓ ଉତ୍ତରୀୟ ଉପଲବ୍ଧ ହେଲାଣି ।  ମୁମ୍ବାଇ ଓ ଦିଲ୍ଲୀରୁ ଟି-ସାର୍ଟ ମଗାଯାଉଛି । ଟିସାର୍ଟରେ ରାହୁଲ ଗାନ୍ଧି, କଂଗ୍ରେସ ସଭାପତି  ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଭଳି କଂଗ୍ରେସ ତୁଙ୍ଗ  ନେତାଙ୍କ ଛବି ରହିଛି । ନିର୍ବାଚନ ପାଇଁ ସେ  ୮ କ୍ୱିଣ୍ଟାଲ ଗଞ୍ଜି ଓ ୫୦ ହଜାର ଧଳା ଟୋପି  ଆଣିଛନ୍ତି । ଫଟୋ ପ୍ରିଣ୍ଟ୍‌ ପାଇଁ ଦୁଇଟି ମେସିନ୍‌  ମଧ୍ୟ ରଖିଛନ୍ତି । ତେବେ କଟନ୍‌ କପଡ଼ାର  ଦର ଅଲଗା ରହିଥିବା ସେ କହିଛନ୍ତି। 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.