୪ ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ ୨୬/୮ : ଚାରୋଟି ରାଜ୍ୟର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୩ରେ ଏହି ସବୁ ଆସନରେ ମତଦାନ ଅନୁଷ୍ଠିତ ହେବ ଓ ୨୭ରେ ଫଳାଫଳ ଘୋଷଣା କରାଯିବ ।

ଏହି ଆସନଗୁଡିକ ମଧ୍ୟରେ ରହିଛି ଛତିଶଗଡର ଦାନ୍ତେୱାଡା, କେରଳର ପାଲା, ତ୍ରିପୁରାର ବୁଧରଘାଟ ଏବଂ ଉତ୍ତରପ୍ରଦେଶର ହମିରପୁର । ଦାନ୍ତେୱାଡା, ପାଲା ଓ ବୁଧରଘାଟ ଆସନରେ କାର୍ଯ୍ୟରତ ବିଧାୟକଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନର ଆବଶ୍ୟକତା ଦେଖାଦେଇଛିା । ଅନ୍ୟପକ୍ଷରେ ହମିରପୁର ଆସନରୁ ନିର୍ବାଚିତ ବିଜେପି ବିଧାୟକ ଅଶୋକ ଚାଣ୍ଡେଲ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନ କରାଯାଉଛି ।

ନିର୍ବାଚନ ପାଇଁ ଆସନ୍ତା ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ଉତ୍ତରପ୍ରଦେଶର ଖାଲିପଡିଥିବା ୧୨ଟି ବିଧାନସଭା ଆସନ ପାଇଁ କମିଶନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା ହୋଇନାହିଁ । ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକମାନେ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

   ସମ୍ବନ୍ଧିତ ଖବର


ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍, ଦୁଇ ବାଇକ୍‌ ଆରୋହୀ ଗୁରୁତର

ଆଜିଠୁ ଉପକୂଳରେ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ…

ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ