ଟିକେଟ୍ ଉପରେ ମୋଦିଙ୍କ ଫଟୋ ପଡିଲା ମହଙ୍ଗା,୪ ରେଳ ଅଧିକାରୀଙ୍କୁ ନିଲମ୍ବନ

ନୂଆଦିଲ୍ଲୀ,୧୬।୪: ଲୋକସଭା ନିର୍ବାଚନରେ ପ୍ରଚାରକୁ ନେଇ ନିର୍ବାଚନ କମିଶନ୍ ଲଗାତାର ଭାବରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି।ଏବେ ଟ୍ରେନ ଟିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଛପାଇଥିବା କାରରରୁ ରେଲୱେର ୪ ଅଧିକାରୀଙ୍କୁ ନିଲମ୍ବନ ହେବାକୁ ପଡିଛି। ରେଲୱେ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବନ କରିଛନ୍ତି। ରେଳ ଟିକେଟରେ ମୋଦିଙ୍କ ଫଟୋ ଦେଖିବାକୁ ମିଳିବା ପରେ ନିର୍ବାଚନ କମିଶନ ଏ ସମ୍ପର୍କରେ ରେଲୱେକୁ ନୋଟିସ ଜାରି କରିଥିଲେ।
2 Railway employees have been suspended after tickets with photo of PM Modi printed on them were issued to passengers at Barabanki railway station yesterday. ADM says, “On 13 April, when shift changes, the old roll was mistakenly used. 2 employees suspended, dept probe underway” pic.twitter.com/1fbLFbXq9X
— ANI UP (@ANINewsUP) April 16, 2019
ଗତ ସୋମବାର ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରି କହିଥିଲେ ନିର୍ବାଚନ ସମୟରେ ଅନେକ ଦଳ, ରାଜନେତା, ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କରିବା ସହ ଅଶ୍ଳୀଳ, ଅରୁଚିକର ତଥା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। କିନ୍ତୁ ନିର୍ବାଚନ କମିଶନ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏହାପରେ ନିର୍ବାଚନ କମିଶନ୍ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଉଥିବା ରାଜନେତାମାନଙ୍କ ପ୍ରଚାର ଉପରେ କଟକଣା ଲଗାଇଥିଲେ। ବର୍ତ୍ତମାନ ଅନ୍ୟାନ୍ୟ କ୍ଷେତ୍ରରେ ହେଉଥିବା ଆଚରଣ ବିଧି ଉଲ୍ଲଂଘନ ଉପରେ ନିର୍ବାଚନ କମିଶନ୍ ନଜର ଦେଇଛନ୍ତି।
ରେଳମନ୍ତ୍ରଣାଳରୁ ମିଳିଥିବା ସୂଚନା ଅନୁସାରେ ବାରାବଙ୍କିରୁ ବାରାଣସୀ ଯାଉଥିବା ଗଙ୍ଗା ସତଲଜ ଏକ୍ସପ୍ରେସ(୧୩୩୦୮)ର ୩ୟ ଶ୍ରେଣୀ ଏସିର ଟିକେଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା। ଟିକେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କ ପାଇଁ ଆବାସ ବିଜ୍ଞାପନ ସହ ମୋଦିଙ୍କ ଫଟୋ ଛପାଯାଇଥିଲା। ଏହାପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।ନିର୍ବାଚନ କମିଶନ ରେଲୱେକୁ ନୋଟିସ ପଠାଇଥିଲେ। ଯାହାଫଳରେ ରେଲୱେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୪ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା।