ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ପ୍ରଥମ ପର୍ଯ୍ୟାୟର ଭୋଟିଂକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ , ମତଦାନ ବଢାଇବାକୁ କଲେ ଏମିତି ପ୍ରୟାସ

ପାଟନା : ପ୍ରଥମ ପର୍ଯ୍ୟାୟର ଲୋକସଭା ନିର୍ବାଚନରେ ବିହାରର ୪ଟି ସିଟ୍‌ରେ ୫୦ ପ୍ରତିଶତରୁ କମ୍‌ ମତଦାନ ହୋଇଥିଲା। ଏହାକୁ ନେଇ ଚିନ୍ତାରେ ଥିବା ନିର୍ବାଚନ ଆୟୋଗ ୨ୟ ପର୍ଯ୍ୟାୟରେ ଭୋଟିଂ ବଢାଇବାକୁ ଅନେକ ଚେଷ୍ଟା ଚଳାଇଛନ୍ତି। ବୟସ୍କ , ଦିବ୍ୟାଙ୍ଗ , ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ମାଆଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ଓ ଘରେ ପହଞ୍ଚାଇବା ପାଇଁ ଗାଡ଼ିର ବନ୍ଦୋବସ୍ତ କରିବାକୁ ସବୁ ଜିଲ୍ଲାର ଡିଏମ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ୨୦୧୯ ତୁଳନାରେ ଦଶ ପ୍ରତିଶତ ବା ଏହାର ଉପରେ ଭୋଟିଂ କରାଉଥିବା ପୋଲିଂ କର୍ମଚାରୀଙ୍କୁ ୫୦୦ଟଙ୍କାରୁ ନେଇ ୫୦୦୦ଟଙ୍କା ଯାଏ ନଗଦ ପୁରସ୍କାର ଦିଆଯିବ। ରାଜ୍ୟ ନିର୍ବାଚନ ବିଭାଗ ସବୁ ଜିଲ୍ଲାର ଜିଲ୍ଲା ନିର୍ବାଚନ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରି ଦେଇଛନ୍ତି। ପାଣିପାଗ ବିଭାଗ ଲୁ ସଚେତନତା ଜାରି କରି ଦେଇଛି , ଯେଉଁଥିରେ ସ୍ପଷ୍ଟ ଅଛି ଯେ ୨୬ ଅପ୍ରେଲରେ ଖରାରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। 

ମଙ୍ଗଳବାର ସବୁ ଜିଲ୍ଲାର ଡିଏମଙ୍କ ସହ ଅନଲାଇନ୍‌ ମିଟିଂରେ ରାଜ୍ୟର ମୁଖ୍ୟ ନିର୍ବାଚନ ପଦାଧିକାରୀ ଏଚଆର ଶ୍ରୀନିବାସ ଏହିପରି ନିର୍ଦ୍ଦେଶ ଦେଇଥିଲେ। ଏସିଇଓ ଆଲୋକ ରଞ୍ଜନ ଘୋଷ କହିଛନ୍ତି, ସବୁ ଡିଏମ୍‌ଙ୍କୁ କୁହାଯାଇଛି ,ସେମାନେ ଚିହ୍ନିତ କ୍ୟାଟେଗୋରୀର ଭୋଟରଙ୍କୁ ବୁଥ୍‌ ଯାଏ ଆଣିବା ପାଇଁ ମାଗଣା ଗାଡ଼ିର ବ୍ୟବସ୍ଥା କରିବେ। 

୨୬ ଅପ୍ରେଲରେ କିଶନଗଞ୍ଜ , ପୂର୍ଣ୍ଣିଆ, କଟିହାର , ଭାଗଲପୁର ଓ ବାଙ୍କାରେ ୨ୟ ପର୍ଯ୍ୟାୟର ମତଦାନ ହେବ। ଯାହାଙ୍କ ପାଇଁ ମାଗଣା ଗାଡ଼ି ସୁବିଧାର ବ୍ୟବସ୍ଥା ହେବ ଏବଂ ଏହାର ଫାଇଦା ନେବାକୁ ଭୋଟ ହେଲ୍ପଲାଇନ୍‌ ନମ୍ୱର ୧୯୫୦ ରେ ଫୋନ କରି ପାରିବେ ବା ନିଜ ବୁଥର ପଦାଧିକାରୀଙ୍କ ସହ କଥା ହୋଇ ବୁକିଂ କରିପାରିବେ। 

ମୁଖ୍ୟ ନିର୍ବାଚନ ପଦାଧିକାରୀ ବୁଥ୍‌ ଓ ବ୍ଲକ୍ ଲେବଲରେ ୨୦୧୯ର ତୁଳନାରେ ୧୦ ପ୍ରତିଶତ ବା ଅଧିକ ଭୋଟିଂର ସୂତ୍ରଧାରୀଙ୍କୁ ପ୍ରୋତ୍ସାହନ ରାଶିର ଘୋଷଣା କରିଛନ୍ତି। ବିଏଲଓ , ଜୀବିକା ଦିଦି , ବିକାଶ ମିତ୍ର ,କୃଷକ ପରାମର୍ଶଦାତା ଓ ଅନ୍ୟ ପୋଲିଂ ଷ୍ଟାଫ୍‌ଙ୍କୁ ଏହାର ଫାଇଦା ମିଳିବ। ସବୁ ଜିଲ୍ଲାର ଡିଏମ୍‌ ଏହାର ବିଜେତା ଚୟନ କରିବେ। 

ପ୍ରଥମ ପୁରସ୍କାର ଭାବେ ୫୦୦୦ଟଙ୍କା , ୨ୟରେ ୩୦୦୦ଟଙ୍କା ଓ ୩ୟରେ ୨୦୦୦ଟଙ୍କାର ପୁରସ୍କାର ମିଳିବ। ଏହା ବ୍ୟତୀତ ଆଉ ୧୦ ଜଣ ଲୋକଙ୍କୁ ୫୦୦-୫୦୦ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ଦିଆଯିବ। ବିହାରରେ ପ୍ରଥମ ପର୍ଯ୍ୟାୟରେ ୪୮.୨୩ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟର ୪ଟି ସିଟ୍‌ରେ ୨୦୧୯ରେ ୫୩.୪୭ ପ୍ରତିଶତ ଭୋଟିଂ ହୋଇ ଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.