PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ତାରିଖ ହୋଇପାରେ ଘୋଷଣା, ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ

https://zeenews.india.com/

ନୂଆଦିଲ୍ଲୀ ୨୬/୨: ପଶ୍ଚିମବଙ୍ଗ ଓ କେରଳ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହୋଇପାରେ । ଦିଲ୍ଲୀରେ ନିର୍ବାଚନ ଆୟୋଗ ସନ୍ଧ୍ୟା ସାଢେ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ଏଥିରେ ତାରିଖ ଘୋଷଣା ହୋଇପାରେ । କହିରଖୁଛୁ ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଚଳିତବର୍ଷ ନିର୍ବାଚନ ହେବ ।

ପଶ୍ଚିମବଙ୍ଗରେ ବିଧାନସଭାର ସମୁଦାୟ ୨୯୪ ସିଟ୍ ଅଛି ଏବଂ ମମତା ବାନାର୍ଜୀଙ୍କ ଟିଏମସି ସରକାରଙ୍କ କାର୍ଯ୍ୟକାଳ ୩୦ ମେରେ ସରୁଛି । ପଶ୍ଚିମବଙ୍ଗ ବ୍ୟତୀତ ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ମେ ଓ ଜୁନରେ ସମାପ୍ତ ହେଉଛି ।

କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରଥମ ଥର ଏତେ ଅଧିକ ରାଜ୍ୟରେ ଏକାଠି ନିର୍ବାଚନ ହେବାକୁ ଯାଉଛି । ମହାମାରୀ ସ୍ଥିତିକୁ ନଜରରେ ରଖି ଏହି ରାଜ୍ୟମାନଙ୍କରେ ମତଦାନ କେନ୍ଦ୍ରର ସଂଖ୍ୟା ବଢିବା ସମ୍ଭାବନା ରହିଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନର ଆୟୋଜନ କରାଇଥିଲେ । ଏଠାରେ ସାମାଜିକ ଦୂରତାର ପାଳନ କରି ମତଦାନ କେନ୍ଦ୍ର ସଂଖ୍ୟା ବଢାଯାଇଥିଲା ।