PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପ୍ରାର୍ଥୀଙ୍କ ପାଇଁ ଟ୍ରେଣ୍ଡ୍ ପାଲଟିଛି ନିର୍ବାଚନ ଗୀତ

ବ୍ରହ୍ମପୁର,୨୬/୧ : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ସେତେ ନିର୍ବାଚନ ଉଷ୍ମତା ଦେଖିବାକୁ ମିଳୁଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି । ବିଭିନ୍ନ ପ୍ରକାର ପୋଷ୍ଟର ସହିତ ନିଜ ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ପ୍ରସ୍ତୁତ କରୁଛନ୍ତି ଗୀତ । ସୁନ୍ଦର ସ୍ୱର ସହ ଅଞ୍ଚଳର ବିକାଶର ମୁଦ୍ଦାକୁ ନେଇ ପ୍ରାର୍ଥୀମାନେ ଗୀତ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କେବଳ ଗୀତ ନୁହେଁ ଭାଷଣ ସହିତ ଜିନ୍ଦାବାଦ ନାରା ମଧ୍ୟ ପ୍ରସ୍ତୁତ କରାଯାଉଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ଷ୍ଟୁଡିଓରେ ମଧ୍ୟ ନିର୍ବାଚନୀ ପ୍ରଚାର ପାଇଁ ଗୀତ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ନିର୍ବାଚନୀ ଗୀତ ପାଇଁ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି କଳାକାର । ଗୀତିକାର ଗୀତ ଲେଖିବା ଆରମ୍ଭ କରିସାରିଥିବା ବେଳେ ଷ୍ଟୁଡିଓରେ ଟ୍ରାକ୍‌ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ବାଦ୍ୟଯନ୍ତ୍ର ଶିଳ୍ପୀ । ବହୁ ବର୍ଷ ପୂର୍ବରୁ ଏହି ଭଳି ଗୀତ ପ୍ରସ୍ତୁତ କରିବା ଆରମ୍ଭ ହୋଇସାରିଛି । ପୂର୍ବରୁ ପାରମ୍ପରିକ ସ୍ୱରରେ ନିର୍ବାଚନୀ ଗୀତ ପ୍ରସ୍ତୁତ କରାଯାଉଥିଲା । ବର୍ତ୍ତମାନ ଟ୍ରେଣ୍ଡ୍‌ ଥିବା ଗୀତର ସ୍ୱରରେ ନିର୍ବାଚନୀ ଗୀତ ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ନିର୍ବାଚନୀ ଗୀତ ପ୍ରସ୍ତୁତ ହେବା ଦ୍ୱାରା କେବଳ ଷ୍ଟୁଡିଓ ମାଲିକ ନୁହେଁ ଏହାଦ୍ୱାରା ବହୁ ବାଦ୍ୟଯନ୍ତ୍ର ଶିଳ୍ପୀ, ଗାୟକ, ଗାୟିକା, ଉଦଘୋଷକ, ଗୀତିକାର ମାନଙ୍କ ଏହା ପ୍ରମୁଖ ରୋଜଗାର ମାଧ୍ୟମ ପାଲଟିଛି ।

କୋଭିଡ୍‌ କାଳରେ ମଞ୍ଚ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଥିବା ବେଳେ କଳାକାରଙ୍କ ରୋଜଗାର ସମ୍ପୁର୍ଣ୍ଣ ଠପ୍‌ ହୋଇପଡ଼ିଥିଲା । ବର୍ତ୍ତମାନ ନିର୍ବାଚନ ହୋଇଥିବାବେଳେ ଏହା ମାଧ୍ୟମରେ ଗୀତ ପ୍ରସ୍ତୁତ କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି କଳାକାର । ସହରରେ ପ୍ରାୟ ୭ଟି ଷ୍ଟୁଡିଓ ଥିବାବେଳେ ସମସ୍ତ ଷ୍ଟୁଡିଓରେ ଏବେ ନିର୍ବାଚନୀ ଗୀତ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି । ସହରର ଦଳୁଆ ସାହି, ଏସ୍‌ଏନ୍‌ଟି ରୋଡ୍‌, ଗୋସାଇଁନୁଆଗାଁ ଭଳି ପ୍ରମୁଖ ଅଞ୍ଚଳରେ ଷ୍ଟୁଡିଓ ରହିଛି । ଏହି ନିର୍ବାଚନୀ ପ୍ରଚାର ଗୀତ ପ୍ରସ୍ତୁତ ପାଇଁ ଦୁଇଦିନ ସମୟ ଲାଗୁଥିବା ଷ୍ଟୁଡିଓ ମାଲିକମାନେ କହିଛନ୍ତି ।

ଏ ନେଇ ଏସ୍‌ଏନ୍‌ଟି ରୋଡ୍‌ସ୍ଥିତ ଭଏସ୍‌ ମାଷ୍ଟର ଷ୍ଟୁଡିଓ ମାଲିକ ଗୁଲାମ୍‌ ରସୁଲ୍‌ କହିଛନ୍ତି, ୨୦ ବର୍ଷ ହେଲା ଇଲେକ୍ସନ୍‌ ଗୀତ କରି ଆସୁଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ଆଶାୟୀ ପ୍ରାର୍ଥୀମାନେ ନିଜ ପାଇଁ ଗୀତ ପ୍ରସ୍ତୁତ ପାଇଁ ଷ୍ଟୁଡିଓକୁ ଯୋଗାଯୋଗ କରିଥାନ୍ତି । ପୂର୍ବରୁ ପ୍ରାୟ ଏକ ହଜାରରୁ ଗୀତ ପ୍ରସ୍ତୁତ ହେଉଥିଲା । ବର୍ତ୍ତମାନ ପ୍ରାୟ ୧୦୦ଟି ଗୀତର ଅର୍ଡର୍‌ ରହିଛି । ସେହିଭଳି ସଙ୍ଗୀତ ନିର୍ଦ୍ଦେଶକ ଅମିତ୍‌ କୁମାର ମହାପାତ୍ର ଏବଂ ଅସିତ୍‌ କୁମାର ମହାପାତ୍ର କହିଛନ୍ତି, ନିର୍ବାଚନୀ ଗୀତ ବହୁ କଳାକାରଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ଦେଉଛି । ବାଦ୍ୟଯନ୍ତ୍ର ଶିଳ୍ପୀଙ୍କଠାରୁ ଆରମ୍ଭ କରି ଗାୟକ ଏବଂ ଗାୟିକାଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଇ ପଇସା ରୋଜଗାର କରିପାରନ୍ତି ।