ଏକାମ୍ରରେ ନିର୍ବାଚନୀ ହିଂସା: ସ୍ୱାଧୀନ ପ୍ରାର୍ଥୀଙ୍କୁ ଛୁରାମାଡ଼

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଏକାମ୍ର ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଭୀଷ୍ମ ନାରାୟଣ ନାୟକ(୩୮)ଙ୍କୁ ସୋମବାର ବିଳମ୍ବିତ ରାତିରେ ଛୁରାମାଡ଼ ହୋଇଛି । ତାଙ୍କର ବାମ ପାଶ୍ୱର୍ ତଲି ପେଟରେ ୩ ଜାଗାରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀଲିଙ୍ଗରାଜ ଥାନା ଓ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଚଳାଇଛନ୍ତି ।

ଏକାମ୍ର ଆସନରେ ଗ୍ୟାସ ସିଲିଣ୍ଡର ଚିହ୍ନରେ ଶ୍ରୀ ନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ସେ ଭୁବନେଶ୍ୱରର ବାରର ଜଣେ ଆଇନଜୀବୀ ହୋଇଥିବା ବେଳେ ସମାଜସେବୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ । ଶ୍ରୀଲିଙ୍ଗରାଜଙ୍କ ଜମି ପୁରନୁଦ୍ଧାର କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଏକାଧିକ ଜମି ଦୁର୍ନୀତି ଘଟଣା ପାଇଁ ସେ ପୂର୍ବରୁ ଜବରଦଖଲକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଚଳିତ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଭିନ୍ନ ଅଞ୍ଚଳରେ ପଦଯାତ୍ରାରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ତେଣୁ ଭୋଟ ବ୍ୟାଙ୍କ ଭାଙ୍ଗିବା ଆଶାରେ କୌଣସି ରାଜନୈତିକ ଦଳ ତାଙ୍କୁ ଟାର୍ଗେଟ କରିଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ଆଜି ରାତି ସାଢେ ୧୦ଟା ବେଳେ ସେ ଗ୍ୟାରେଜ ଛକରୁ ଚାଲି ଚାଲି ଘରକୁ ଫେରୁଥିଲେ । କିଛି ବାଟ ପରେ ଲାଇନ୍‌ କଟିଯାଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଛୁରିରେ ପଛ ଆଡୁ ତାଙ୍କୁ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସେ କୌଣସି ଉପାୟରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଯାଇଛନ୍ତି । ତାଙ୍କର ଚେତା ଫେରି ନଥିବାରୁ ଛୁରାମାଡ଼ କେଉଁ ସ୍ଥାନରେ ଘଟିଲା, ତାହା ଜଣାପଡିନାହିଁ । ତାଙ୍କର ଜମାନବନ୍ଦୀ ନେବା ପାଇଁ ପୁଲିସ ହସ୍ପିଟାଲରେ ତାଙ୍କୁ ଜଗି ରହିଛି ।

   ସମ୍ବନ୍ଧିତ ଖବର


ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ