PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ହଲିଉଡ ଫିଲ୍ମରେ ନଜର ଆସିଥିବା ସେହି ମାଛଟି ଏବେ ଚର୍ଚ୍ଚାରେ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, କ୍ରିସମସ୍ ପାଇଁ…

ନୁଆଦିଲ୍ଲୀ ୧୫/୧୨: ବିଶ୍ୱରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି ଯେଉଁମାନେ ନିଜ ନିଜର କିଛି ସ୍ପେଶାଲ୍ ଗୁଣ ପାଇଁ ପରିଚିତ । ଏମିତି ଏକ ମାଛ ଅଛି ଯାହାର ବିଶେଷତ୍ତ୍ୱ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ଏହି ମାଛ ବିଜୁଳି ଉତ୍ପନ କରିଥାଏ । ଏହି ମାଛକୁ ଆମେରିକାର ଟେନେସି ରାଜ୍ୟରେ ଚଟ୍ଟାନୁଗା ଆକ୍ୱାରିୟମରେ ରଖାଯାଇଛି । ଖାସ୍ କଥା ହେଉଛି ଏହି ମାଛରୁ ଉତ୍ପନ ହେଉଥିବା ବିଜୁଳି ଯୋଗୁଁ ଆକ୍ୱାରିୟମରେ ରଖାଯାଇଥିବା କ୍ରିସମସ୍ ଟ୍ରି ମଧ୍ୟ ଜଳିଥାଏ । ତେବେ ଯଦି ଆପଣଙ୍କର ମନେ ଥିବ ତେବେ ଫିଲ୍ମ ‘ଜର୍ଣ୍ଣି ଟୁ ଦ ମିଷ୍ଟ୍ରିୟସ୍ ଆଇଲାଣ୍ଡ’ରେ ଏମିତି ଏକ ବିରାଟକାୟ ମାଛ ଦେଖିବାକୁ ମିଳିଥିଲା । ଯାହା ସାହାଯ୍ୟରେ ଫିଲ୍ମର ହିରୋ ଡାୱୋନେ ଜନଶନ୍ ଏକ ଜାହାଜକୁ ବିଜୁଳି ଯୋଗାଇ ତାକୁ ଷ୍ଟାର୍ଟ କରିଥିଲେ ।

ଏହି ମାଛ ହେଉଛି ଇଲେକ୍ଟ୍ରିକ୍ ଇଲ୍, ଯାହାକୁ  ମିଗୁଏଲ୍ ୱାଟସନ୍ ନାଁ ଦିଆଯାଇଛି । ଏବେ ଏହି ମାଛ ସୋସିଆଲ ମିଡିଆରେ ଭାଇରାଲ ଚର୍ଚ୍ଚାର ବିଷୟ ପାଲଟିଛି ।  ଆଗକୁ କ୍ରିସମସ୍ ଆସୁଛି । ଏହି ଆକ୍ୱାରିୟମ୍ ଭିତରେ ଥିବା ଏକ ଛୋଟ କ୍ରିସମସ୍ ଗଛ ଲାଇଟ୍ସ ଓ ଗିଫ୍ଟ୍ସ ରେ ସଜାଯାଇଛି ଏବଂ ଏହି ଲାଇଟ୍ସକୁ ଇଲେକ୍ଟ୍ରୋନିକ୍ ଇଲ୍ ନିଜ ବିଜୁଳିରେ ଆଲୋକିତ କରୁଛି ।

ଆକ୍ୱାରିୟମ୍ ଭିତରେ ଏକ ଖାସ୍ ପ୍ରକାର ସେନ୍ସର ଲାଗିଛି । ଯେବେ ବି ଇଲ୍ ବିଜୁଳି ଉତ୍ପନ କରିଥାଏ ସେତେବେଳେ ସେନ୍ସର କ୍ରିସମସ୍ ଟ୍ରିରେ ଲାଗିଥିବା ଲାଇଟ୍ସ ଓ ସାଉଣ୍ଡ ସିଷ୍ଟମ ପର୍ଯ୍ୟନ୍ତ ବିଜୁଳି ପହଞ୍ଚାଇଥାଏ, ଯାହା ଫଳରେ ଲାଇଟ୍ସ ଜଳିଥାଏ ଏବଂ ସାଉଣ୍ଡ ସିଷ୍ଟମ ବାଜିଉଠେ ।

ଏହି ମାଛ ସେତେବେଳେ ବିଜୁଳି ଉତ୍ପନ କରିଥାଏ ଯେତେବେଳେ ସେ ଖାଦ୍ୟ ସନ୍ଧାନ କରେ କିମ୍ବା ଅଧିକ ଉତ୍ତେଜିତ ହୋଇଥାଏ । ସାଧାରଣତଃ ଗୋଟିଏ ଇଲେକ୍ଟ୍ରିକ୍ ଇଲ୍ ୧୦ ଭୋଲ୍ଟର ବିଜୁଳି ଉତ୍ପନ କରିଥାଏ କିନ୍ତୁ ଯଦି ସେ ନିଜର ସବୁ କ୍ଷମତାକୁ ଉପଯୋଗ କରି ଏମିତି କରେ ତେବେ ସେ ୮୦୦ ଭୋଲ୍ଟ ପର୍ଯ୍ଯନ୍ତ ବିଜୁଳି ଉତ୍ପନ କରିପାରେ ।

ଆପଣଙ୍କୁ କହିରଖୁଛୁ ଦୁନିଆରେ ସବୁଠାରୁ ଅଧିକ ଇଲେକ୍ଟ୍ରିକ୍ ଇଲ୍ ମାଛ ଦକ୍ଷିଣ ଆମେରିକାର ନଦୀରେ ଦେଖିବାକୁ ମିଳନ୍ତି । ସାପ ଭଳି ଦେଖାଯାଉଥିବା ଏହି ମାଛକୁ ଶ୍ୱାସ ନେବାପାଇଁ ସମୁଦ୍ରରୁ ବାହାରକୁ ଆସିବାକୁ ପଡିଥାଏ । ଏହା ନିଜର ସବୁ ସମୟ ସମୁଦ୍ର ଭିତରେ ବିତାଇପାରେନି ।

ସମ୍ବନ୍ଧିତ ଖବର