ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଭାରତରେ ଲଞ୍ଚ ହେଲା ଇଲେକ୍ଟ୍ରିକ୍ ସ୍କୁଟର Benling Aura, ଫୁଲ୍ ଚାର୍ଜରେ ଯିବ ୧୨୦ କି.ମି.

ନୁଆଦିଲ୍ଲୀ ୨୩/୧୨: ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ଚାଇନିଜ୍ କମ୍ପାନୀର ଭାରତୀୟ ୟୁନିଟ୍ Benling India Energy And Technology Pvt. Ltd. (ବେନାଲିଂ ଇଣ୍ଡିଆ ଏନର୍ଜୀ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍) ଭାରତରେ ନୂଆ ଇଲେକ୍ଟ୍ରିକ୍ ସ୍କୁଟର Aura(ଆଉରା) ଲଞ୍ଚ କରିଛି । କମ୍ପାନୀ କହିଛି, ଆରା ଆଗାମୀ ବର୍ଷ ୨୦୨୦ରେ ପ୍ରଥମ ୩ ମାସରେ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହୋଇପାରିବ ।

Benling ର ପ୍ରଥମ ହାଇ ସ୍ପିଡ୍ ସ୍କୁଟର Aura
Electric scooter Auraକୁ ଦିଲ୍ଲୀରେ EV Expo ରେ ଲଞ୍ଚ କରାଯାଇଥିଲା । ଏହି ଲଞ୍ଚ ସହିତ କମ୍ପାନୀ ଭାରତର ଇଲେକ୍ଟ୍ରିକ୍ ଭେଇକିଲ୍ ମାର୍କେଟର ହାଇ ସ୍ପିଡ୍ ସେଗମେଣ୍ଟରେ ଓହ୍ଲାଇଛି । ଏହା ପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ୩ ଲୋ ସ୍ପିଡ୍ ମଡେଲ୍- Kriti (କୃତି), Icon (ଆଇକନ୍) ଓ Falcon (ଫାଲକନ୍) ମାର୍କେଟକୁ ଆଣିସାରିଛି । କମ୍ପାନୀ କହିଛି କି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଆରାର ନିର୍ମାଣ କରାଯାଇଛି ।

{"id":72279,"sizeSlug":"large"}

ଆରାରେ ରହିଛି ଏହି ଖାସ୍ ଫିଚର
କମ୍ପାନୀ ଏହି ସ୍କୁଟରରେ ଅନେକ ଖାସ୍ ଫିଚର୍ସ ଦେଇଛି । ବେନଲିଂ ଆରାରେ Breakdown Smart Assistance System (BSAS), ବ୍ରେକଡାଉନ୍ ସ୍ମାର୍ଟ ଆସିଷ୍ଟାଣ୍ଟ ସିଷ୍ଟମ ଦିଆଯାଇଛି । କମ୍ପାନୀ କହିଛି, ଏହି ଟେକନିକ୍ ଫଳରେ ସ୍କୁଟରରେ କୌଣସି ବି ତୃଟି ଥିଲେ ମଧ୍ୟ ସ୍କୁଟର ପୁଣି ଚାଲୁ ହୋଇଯିବ । ଏହି ସ୍କୁଟରରେ ରିମୋର୍ଟ କଣ୍ଟ୍ରୋଲ ସୁବିଧା ରହିଛି । ଏହା ସହିତ ସ୍କୁଟରରେ ୟୁଏସଭି ସିଷ୍ଟମ ମଧ୍ୟ ରହିଛି । ଏହା ବ୍ୟତୀତ ଏଥିରେ ଆଣ୍ଟି ଥେପ୍ଟ ଆଲାର୍ମ ଓ ଆଡିଶନାଲ୍ ରିୟର ହ୍ୱିଲ୍ ଇଣ୍ଟିଗ୍ରେଟେଡ୍ ଲକିଂ ସିଷ୍ଟମ ଦିଆଯାଇଛି ।

ମୋଟର ଓ ବ୍ୟାଟେରୀ
ବେନଲିଂ ଆରାରେ ୨୫୦୦ BLDC ଇଲେକ୍ଟ୍ରିକ୍ ମୋଟର ଓ 72V/40Ah ଡିଟେଚେବଲ ଲିଥିୟମ୍-ଆୟନ ବ୍ୟାଟେରୀ ଦିଆଯାଇଛି । ଆରା ସିଙ୍ଗଲ ଚାର୍ଜରେ ୧୨୦ କିମି ଯାତ୍ରା କରିପାରିବ । ଏହାର ବ୍ୟାଟେରୀ ଫୁଲ୍ ଚାର୍ଜ ହେବା ପାଇଁ ୪ ଘଣ୍ଟା ସମୟ ନେଇଥାଏ । ସ୍କୁଟରର ମ୍ୟାକ୍ସିମମ୍ ସ୍ପିଡ୍ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ । ଏହାର ଦାମ୍ ୯୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.