ହାଉସିଂବୋର୍ଡ କଲୋନୀରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ଚନ୍ଦ୍ରଶେଖରପୁର ୧୭/୯: ଚନ୍ଦ୍ରଶେଖରପୁର ଥାନା ଅଧୀନ ହାଉସିଂବୋର୍ଡ କଲୋନୀରେ ଜଣେ ଶ୍ରମିକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଦିଲୁ ସୋରେନ୍‌ (୩୨) । ଘର ପାଣିଟାଙ୍କି ବସ୍ତି ଡିଷ୍ଟ୍ରିକ୍ଟ ସେଣ୍ଟର । ଗୁରୁତର ଶ୍ରମିକ ହେଲେ ମଙ୍ଗଳ ଦିଗି (୪୫) ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ହାଉସିଂବୋର୍ଡ କେ-୧୮ରେ ଦିଲୁ ଓ ମଙ୍ଗଳ କାମ କରୁଥିଲେ । ଛାତ ସଫା କରୁଥିବା ବେଳେ ଓଦା ବାଉଁଶ ୧୧କେଭି ତାରରେ ଲାଗି ଯାଇଥିଲା । ଦିଲୁଙ୍କୁ ଶକ୍ତ ଝଟ୍‌କା ଲାଗିଥିଲା । ସେ ତଳେ ପଡ଼ି ଯାଇଥିଲେ । ନିକଟରେ ଥିବା ମଙ୍ଗଳ ଏହା ଦେଖି ଦିଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା ।

ତାଙ୍କ ହାତ ଜଳି ଯାଇଥିଲା । ଖବରପାଇ ଘର ମାଲିକ ଗୋବିନ୍ଦ ଚନ୍ଦ୍ର ସାହୁ ଘଟଣାସ୍ଥଳକୁ ଆସିଥିଲେ । ପୁଲିସ ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଗୁରୁତର ମଙ୍ଗଳଙ୍କୁ ହସ୍ପିଟାଲକୁ ପଠାଇଥିଲା ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ସୋମବାର ମହାପ୍ରଭୁଙ୍କ ସୁନାବେଶ