PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆସନ୍ତାକାଲି ଓ ବୁଧବାର ରାଜ୍ୟର ଏହି ସବୁ ଅଞ୍ଚଳରେ ହେବ ବିଦ୍ୟୁତ କାଟ୍, ପଢନ୍ତୁ କେଉଁ ସମୟରେ କଟିବ ଲାଇନ୍

ଭୁବନେଶ୍ୱର,୧୬।୧୨:   ଗତକାଲି ଓ ତା’ପର ଦିନ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାର୍ଯ୍ୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସେସୁର ସୂଚନାନୁସାରେ, ଆସନ୍ତାକାଲି ଅର୍ଥାତ ୧୭ ତାରିଖରେ ଭୁବନେଶ୍ୱରର ସାମନ୍ତରାପୁର, ଗ୍ୟାରେଜ ଛକ, ମଞ୍ଚେଶ୍ୱର ଶିଳ୍ପାଞ୍ଚଲ, ଭିଏସଏସ ନଗର, ଚକେଇଶିଆଣି, ଶ୍ରୀ ବିହାର, ଡମଣା, ଫୁଲନଖରା, ନହରକଣ୍ଟା ଓ ସିଆରପିଏଫ କ୍ୟାମ୍ପସରେ ସକାଳ ୭ଟାରୁ ୧୨ଟା ଯାଏଁ ବିଦ୍ୟୁତ କାଟ୍ ହେବ। ସେହିପରି ୧୮ ତାରିଖରେ ଝାରପଡା, ଲକ୍ଷ୍ମୀସାଗର, ପ୍ରାଚୀ ବିହାର, ପଳାଶୁଣୀ, ସାମନ୍ତରାପୁର ଓ ଶିଶୁପାଳରେ ସକାଳ ୯ରୁ ୨ଟ ଯାଏଁ ବିଦ୍ୟୁତ କାଟ୍ ହେବ। କଳ୍ପନା, ବିଜେବି ନଗର ଓ ସବର ସାହିରେ ମଧ୍ୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଲାଇନ କଟିବ।

ସେହିପରି ଆସନ୍ତାକାଲି ମଙ୍ଗଳବାର ଦିନ କଟକର ଗଣ୍ଡରପୁର, ବହୁଗ୍ରାମ,ନିଆଳିରେ ସକାଳ ୮ଟାରୁ ଦିନ ୨ଟା ଓ ନଖରା ଅଞ୍ଚଳରେ ୧୦ରୁ ୩ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ୧୮ ତାରିଖରେ ସିଡିଏରେ ୧୦ରୁ ୪, ଗଣ୍ଡରପୁର, ଚାଉଳିଆଗଞ୍ଜ, ଶିଖରପୁରରେ ୧୦ଟାରୁ ୧ଟା ଯାଏଁ ବିଦ୍ୟୁତ କାଟ୍ ହେବ।

ଏତତ୍ ବ୍ୟତୀତ ଢେଙ୍କାନାଳ ସହରରେ ଆସନ୍ତାକାଲି ୧୦ଟାରୁ ୧ଟା ଓ ଭୁବନ, କାଳିଆପାଣିରେ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଲାଇନ୍ କଟିବ। ୧୮ ତାରିଖରେ ଭାପୁର ଓ ସପ୍ତସଜ୍ୟାରେ ୧୦ଟାରୁ ୪ଟା ଯାଏଁ ବିଦ୍ୟୁତ କାଟ୍ ହେବ। କେନ୍ଦ୍ରାପଡାର କେନ୍ଦ୍ରାପଡା ସହ ଓ ପଟ୍ଟାମୁଣ୍ଡାଇରେ ସକାଳ ୮ଟାରୁ ୫ଟା ଯାଏଁ ଲାଇନ୍ କଟିବ।