PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ରେଙ୍ଗାଳି ୨୯/୧୨: ପୁଣି ନରସଂହାର କରିଛି ବଣୁଆ ହାତୀ । ଶନିବାର ରାତି ପ୍ରାୟ ୮ଟା ବେଳେ ହାତୀ କଣିହାଁ ବ୍ଲକ୍‌ କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଘରେ ପଶି ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଥିବା ଜଣାପଡ଼ିଛି । ମୃତ ବୃଦ୍ଧ ହେଉଛନ୍ତି ଗ୍ରାମର ନବକିଶୋର ସେଠୀ(୬୦) । ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଓଳନ୍ଦା ଗ୍ରାମ ମୁଣ୍ଡରେ ହାତୀ ଉପଦ୍ରବ ଲାଗି ରହିଥିଲା । ତେଣୁ ଗ୍ରାମବାସୀ ସତର୍କ ରହିବା ସହ ଗାଁ’ରେ ତାଟିକବାଟ ପଡ଼ିଯାଇଥିଲା । ତେବେ ରାତି ପ୍ରାୟ ୮ଟା ବେଳେ ଏକ ହାତୀ ଗ୍ରାମର ଅସାଢ଼ୁ ନାଏକଙ୍କ ଛଣ ଛପର ଘର ଭାଙ୍ଗି ଧାନ ଖାଉଥିବା ଜଣାପଡ଼ିବା ପରେ ଗ୍ରାମବାସୀ ସଂଘବଦ୍ଧ ହୋଇ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହାତୀଟି ସେଠାରୁ ପଳାଇଯାଇ ନବକିଶୋରଙ୍କ ଘରେ ଧସେଇ ପଶିଥିଲେ । ଠିକ୍‌ ସେତିକିବେଳେ ଘରେ ନବକିଶୋର ଖାଇବାକୁ ବସିଥିଲେ । ହାତୀ ତାଙ୍କୁ ଘୋଷାଡ଼ି ଆଣି କଚାଡ଼ି ଦେବା ସହ ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ହାତୀ ବାରମ୍ବାର ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବାସହ ଉତ୍ପାତ କରୁଥିଲେ ହେଁ ବନବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହାତୀ ଘଉଡ଼ାଇବା ବ୍ୟବସ୍ଥା କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ସରପଞ୍ଚ ନିଶାକର ବିଶ୍ୱାଳ ଦାବି କରିଛନ୍ତି ।