ପୁଣି ହାତୀ ନେଲା ଜୀବନ : ଯାଇଥିଲେ କାଜୁ ବଗିଚାକୁ, ଫେରିପାରିଲେନି ଘରକୁ

ସମ୍ବଲପୁର ୨୯।୫ : ସମ୍ବଲପୁର ରେଢାଖୋଲ ଉପଖଣ୍ଡରେ ପୁଣି ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ସମ୍ବଲପୁର ନାକଟିଦେଉଳ ଥାନା ହିତସରା ଗ୍ରାମର ପ୍ରମିଳା ଦେହୁରୀ ।

ସୂଚନାଯୋଗ୍ୟ ଯେ, ମହିଳା ଜଣକ ଭୋରରୁ କାଜୁ ବଗିଚାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥଲେ ।ଫଳରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ତେବେ ହାତୀ ହାବୁଡରେ ପଡିଯାଇଥିବା ମହିଳା ସେଠାରୁ ଖସି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ କିଛି ଦିନ ପୂର୍ବରୁ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ସମ୍ପୃକ୍ତ ଅଂଚଳରେ ହାତୀ ରହିଯାଉଥିବା ସହ ଜନବସତି ମୁହାଁ ହେଉଥିବାରୁ ଅଂଚଳରେ ଭୟର ବାତା ବରଣ ସୃଷ୍ଟି ହେଉଛି । ବନ ବିଭାଗ ଏନେଇ ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

   ସମ୍ବନ୍ଧିତ ଖବର


ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ସୁରକ୍ଷାକର୍ମୀ ଆହତ, ଧାରଣାରେ କର୍ମଚାରୀ

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ