କଳାହାଣ୍ଡି: ମାତିଲେ ହାତୀ ପଲ, ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କଲେ ଆସବାବପତ୍ର

କଳାହାଣ୍ଡି ୧୭/୩: ଲାଞ୍ଜିଗଡ ବ୍ଲକର ଗୁଣ୍ଡରୀ ପଞ୍ଚାୟତର ତରଙ୍ଗେଲ ଗାଁରେ ୮ଟି ଘର ଭାଙ୍ଗି ଦେଇଛନ୍ତି ବଣୁଆ ହାତୀ । ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ଧାନଚାଉଳ ସମେତ ଆସବାବପତ୍ରକୁ ନଷ୍ଟ କରିଦେଇଥିବା ବନବିଭାଗରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ହାତୀପଲ ଭୟରେ କ୍ଷତିଗ୍ରସ୍ତ ଲୋକେ ଦିନବେଳା ଗଛମୂଳେ ଆଶ୍ରୟ ନେବା ସହ ରାତିହେଲେ ପାଖରେ ଥିବା ଅଦଲାଡୁ ଗାଁରେ ଯାଇ ଆଶ୍ରୟ ନେଉଛନ୍ତି । ହାତୀପଲ ଗୁଣ୍ଡରୀ ପଞ୍ଚାୟତ ତରଙ୍ଗେଲ ଗାଁର ରୁକୁଣୀ ହରିଜନ, ବିଷମ ହରିଜନ, ମୂଲା ହରିଜନ, ବଂଶୀ ହରିଜନ, ଯମୁନା ହରିଜନ, କିଶନ ହରିଜନ, ଜୟମଲ ହରିଜନ ଓ ଲାଲୁ ହରିଜନଙ୍କ ଘରଦ୍ୱାର ଭାଙ୍ଗିଦେବା ସହ ଧାନଚାଉଳ ନଷ୍ଟ ଅଭିଯୋଗ ହୋଇଛି ।