ନରସିଂହପୁର ବାର୍‌ସିଙ୍ଗା ଜଙ୍ଗଲରେ ଦନ୍ତା ମୃତ! ବ୍ୟବଚ୍ଛେଦ କରି ରାତାରାତି ପୋତିଦେଲା ବନ ବିଭାଗ,କଥା ଚପାଇବାକୁ ଉଦ୍ୟମ

ନରସିଂହପୁର ୧୨/୧୧: ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାର୍‌ସିଙ୍ଗା ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ବେଳେ ତାର ଦେଢ଼ ଫୁଟ୍‌ ଲମ୍ବର ୨ଟି ଦାନ୍ତ ଥିଲା । ହାତୀଟି କିଛି ଦିନ ହେଲା ଅସୁସ୍ଥ ଥିଲା । ବାରସିଙ୍ଗା ଜଙ୍ଗଲ ସ୍ଥିତ ୱାଚ୍‌ଟାୱାର୍‌ ନିକଟରେ ରବିବାର ରାତିରେ ହାତୀଟି ମୃତ୍ୟୁବରଣ କରିଥିଲା ।

ଏହି ଘଟଣାକୁ ବନ ବିଭାଗ ପକ୍ଷରୁ ସିଧାସଳଖ ଖଣ୍ଡନ କରାଯାଇ ଚପାଇବାକୁ ଉଦ୍ୟମ କରାଯାଉଥିଲା ବେଳେ ଉକ୍ତ ଜଙ୍ଗଲରେ କୌଣସି ହାତୀ ମରିନାହିଁ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି । ଗୋଟିଏପଟେ ହାତୀ ମରିବା ସଂପର୍କରେ ସ୍ଥାନୀୟ ଲୋକେ ଜାଣିଥିବା ବେଳେ ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଏ ଖବରକୁ ଅସ୍ୱୀକାର କରାଯିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ହାତୀଟି ଗତକାଲି ରାତିରେ ୱାଚ୍‌ଟାୱାର୍‌ ନିକଟରେ ମୃତ୍ୟୁବରଣ କରିଥିଲା । ବନ ବିଭାଗ କର୍ମଚାରୀମାନେ କାହାରିକୁ ଖବର ନଦେଇ ତରବରିଆ ଭାବେ ବ୍ୟବଚ୍ଛେଦ କରାଇ ରାତାରାତି ମୃତ ହାତୀକୁ ପୋତି ଦେଇଛନ୍ତି । ଏ ସଂପର୍କରେ ବନ ବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିବା ସମ୍ଭବ ହୋଇନାହିଁ । ସେହିପରି ହାତୀ ମୃତ୍ୟୁ ସମ୍ପର୍କରେ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ପଚାରିବାରୁ ସେମିତି କୌଣସି ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି । ଏଭଳି ଘଟଣା ବନ ବିଭାଗ ପକ୍ଷେ କିଛି ନୂଆ ନୁହେଁ । ଚାରି/ପାଞ୍ଚ ମାସ ପୂର୍ବରୁ ବାଲିକିଆରୀ ଜଙ୍ଗଲର ଭଣ୍ଡୁଆ ନାଳ ନିକଟରେ ଗୋଟେ ବର୍ଷକର ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଘଟିଥିଲା । ବନ ବିଭାଗ ପକ୍ଷରୁ କାହାରିକୁ ଖବର ଦିଆ ନଯାଇ ଘଟଣାକୁ ଚପାଇ ଦିଆଯାଇଥିଲା । ଦେଢ଼ ବର୍ଷ ପୂର୍ବେ ଜୟପୁର ବନ ବିଭାଗ ଅନ୍ତର୍ଗତ କାଳିଆପଦା ଜଙ୍ଗଲରେ ମଧ୍ୟ ଗୋଟିଏ ତିନି ବର୍ଷର ଦନ୍ତା ହାତୀର ମୃତ୍ୟୁ ପରେ ତାକୁ ଲୁଚାଇ ପୋତି ଦିଆଯାଇ ଘଟଣାକୁ ଚପାଇ ଦିଆଯାଥିଲା । ଏହି ହାତୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବହୁ ଲୁକ୍କାୟିତ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

   ସମ୍ବନ୍ଧିତ ଖବର


କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…