ବାଙ୍କୀ: ଆଖି ବୁଜିଲା ଅସୁସ୍ଥ ମାଈହାତୀ, ୫ ଦିନ ଧରି ଥିଲା ଅସୁସ୍ଥ

ବାଙ୍କୀ ୩୦/୯:  କୁଅମଡା ଜଙ୍ଗଲରେ ଅସୁସ୍ଥ ମାଇହାତୀର ମୃତ୍ୟୁ । ହାତୀଟି ୫ ଦିନ ହେବ ଅସୁସ୍ଥ ଥିଲା । ତେବେ ଆଜି ହାତୀଟି ଆଖି ବୁଝିଛି । ଏନେଇ ସୂଚନା ଦେଇଛନ୍ତି ଡମପଡା ରେଞ୍ଜର ।

୫ ଦିନ ହେବ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ତେବେ  ୨ଦିନ ତଳେ ତା ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଥିଲା । ସେ ଶୁଣ୍ଢ, ଗୋଡ ଓ ଲାଞ୍ଜ ହଲାଉଥିଲା । ତେଣୁ ତାକୁ ସାଲାଇନ୍ ଦେବା ବନ୍ଦ କରାଯାଇଥିଲା । କିନ୍ତୁ ପରେ ସେ ଭଲ ଭାବେ ଖାଦ୍ୟ ନଖାଇବାରୁ ପୁଣି ସାଲାଇନ୍ ଦିଆଯାଇଥିଲା । ଅସୁସ୍ଥ ହାତୀଟି ଶୁଣ୍ଢରେ ଖାଦ୍ୟ ନେଇପାରୁଥିଲେ ମଧ୍ୟ ଚୋବାଇବାରେ ସକ୍ଷମ ହୋଇପାରୁନଥିଲା । ତେବେ ଆଜି ହାତୀଟି ଆଖି ବୁଜିଛି ।

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲାରେ ଗାଡି ଚଳାଚଳ ଉପରେ ଲାଗିଲା ରୋକ

ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ : ୭ ଆହତ

ଅଜଣା ଗାଡ଼ି ଧକ୍କାରେ ସ୍ତ୍ରୀ ମୃତ, ଗୁରୁତର ସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି

ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ : ହୋଟେଲ ଭିତରେ ମଦ ପିଇବାକୁ ମନା କରିବାରୁ ନିଆଁ ଲଗାଇ ଜାଳିଦେଲେ

ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ