ଆଖିବୁଜିଲା “ଜୁଲି’

ଚନ୍ଦକା ୨୭/୮ : ପଶୁପକ୍ଷୀ ପ୍ରେମୀଙ୍କ ପାଇଁ ପୁଣି ଏକ ଦୁଃଖ ଖବର । କିଛିଦିନ ତଳେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ଘଟିଥିବା ବେଳେ ଆଜି ଆଖି ବୁଜିଛି ମାଈ ହାତୀ “ଜୁଲି’ । ପାକସ୍ଥଳୀରେ ଘା’ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି । ହେଲେ ପ୍ରକୃତ କାରଣ ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, “ଜୁଲି’ ଗତ ରବିବାର ଦିନ ୨ଟା ବେଳେ ହଠାତ୍‌ ଅସୁସ୍ଥ ହୋଇଯାଇଥିଲା । ଠିକ୍‌ ଭାବେ ଖିଆପିଆ କରିନଥିଲା । ପରୀକ୍ଷା ପରେ ଜଣାପଡ଼ିଥିଲା ପାକସ୍ଥଳୀରେ ଘା’ ହୋଇଛି । ତାକୁ ନନ୍ଦନକାନନ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିଥିଲେ । ସବୁ ପ୍ରକାର ଉଦ୍ୟମ ସତ୍ତେ୍ୱ “ଜୁଲି’ ଆଜି ସନ୍ଧ୍ୟା ୭ଟା ୯ରେ ଆଖି ବୁଜିଥିଲା ।
୨୦୦୯ ମେ ୩୧ରେ ଢେଙ୍କାନାଳ ଡିଭିଜନ୍‌ରୁ “ଜୁଲି’କୁ ଅଣାଯାଇଥିଲା । ସେତେବେଳେ ତାକୁ ୨ମାସ ହୋଇଥିଲା ।

ହସ୍ତୀ ଦିବସରେ ପର୍ଯ୍ୟଟକଙ୍କ ବେଶ ମନୋରଞ୍ଜନ କରିଥିଲା । ଆଜି ୧୦ ବର୍ଷ ବୟସରେ ତା’ର ମୃତ୍ୟୁ ଘଟିଥିଲା । “ଜୁଲି’ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ହାତୀ ସଂଖ୍ୟା ୭କୁ ଖସି ଆସିଛି । ଗୋଟିଏ ଅଣ୍ଡିରା ହାତୀ ଥିବା ବେଳେ ୬ଟି ମାଈ ହାତୀ ଅଛନ୍ତି ।