ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସଙ୍କଟରେ ଗଜରାଜଙ୍କ ଜୀବନ : କେନ୍ଦୁଝରରେ ପୁଣି ଗଲା ୨ ହାତୀଙ୍କ ଜୀବନ

କେନ୍ଦୁଝର ୧୯।୭: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରବ ଗାଁ ନିକଟରେ ମାଆ ଓ ଛୁଆ ହାତୀଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ଏଇ ବିଜେପି ରେଞ୍ଜ ଅଂଚଳରେ ଦୀର୍ଘ ବର୍ଷ ଧରି ହାତୀ ମଣିଷଙ୍କ ଭିତରେ ଲଢେଇ ଚାଲିଥିବା ବେଳେ ବନବିଭାଗ ର ଅପାରଗତା ଯୋଗୁ ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଏମିତି ପ୍ରଥା ଜାରି ରହିଲେ ଆଗାମୀ ଦିନରେ ହାତୀ ବଂଶ ଯେ ଲୋପ ପାଇବେ ଏଥିରେ ସନ୍ଦେହ ନାହିଁ । ଆଜିର ଏଇ ମାଆ ଓ ଛୁଆ ହାତୀର ମୃତ ଦେହ ଦୀର୍ଘ ଘଣ୍ଟା ଧରି ପଡି ରହିବା ପରେ ବନବିଭାଗ ପଂହଁଚି ଥିଲେ ସୁଦ୍ଧା ଏହାକୁ ଘଣ୍ଟ ଘୋଡାଇ ପ୍ରାକୃତିକ ମୃତ୍ୟୁ ଦର୍ଶାଇବାକୁ ଚେଷ୍ଟା ଆରମ୍ବ କରିଛି।

ଏ ନେଇ କେହି କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନଥିବା ବେଳେ ବିଶକ୍ରିୟା କି ପ୍ରାକୃତିକ ମୃତ୍ୟୁ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଥିବ ତେବେ ପୋଷ୍ଟ ମୋର୍ଟମ ପରେ ଜଣାପଡିବ ବୋଲି କେନ୍ଦୁଝର ଡି ଏ ଫ ସ୍ୱୟଂମ ମଲ୍ଲିକ କହିଛନ୍ତି । ଗତ କାଲି ରାତି ରବ ଗାଁ ନିକଟ ଜଙ୍ଗଲରେ ଉଭୟ ମା ଓ ଛୁଆ ହାତୀର ମୃତ୍ୟୁ ଘଟିଛି। ଉଭୟ ୫୦୦ ମିଟର ପାଖା ପାଖି ମରି ପଡିଥିବା ବେଳେ ବିଷ କ୍ରିୟା କିମ୍ବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଉଭୟଙ୍କ ପାଟିରୁ ରକ୍ତ ବାହାରିବା ସହ ଜଙ୍ଗଲରୁ ଘୋଷାରି ଘୋଷାରି ହୋଇ ଜଙ୍ଗଲରେ ମରିପଡିଥିବା ଜଣା ପଡୁଛି। ବିଜେପି ରେଞ୍ଜର ରବ ଅଂଚଳରେ ଏହି ୨ ହାତୀ ମା ଛୁଆ ଘୁରି ବୁଲିବା ସହ ବିଭିନ୍ନ ଗ୍ରାମରେ ପଶି କ୍ଷୟ କ୍ଷତି କରୁଥିଲେ । ବନବିଭାଗ ହାତୀଙ୍କୁ ଟ୍ରାକ କରୁଥିଲେ ହେଁ ମାଆ ଓ ଛୁଆ ହାତୀଙ୍କ ମୃତ୍ୟୁ ବିଷୟରେ ବିଳମ୍ବରେ ଜାଣିବା ସମସ୍ତଙ୍କୁ ଚକିତ କରିଛି। ଘଟଣା ସ୍ଥଳରେ ବିଜେପି ରେଞ୍ଜର ରେଞ୍ଜର ମାନସ ମୁର୍ମୁଙ୍କ ସହିତ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.