PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ

ବନ୍ତଳା, ୨୪।୦୭: ଚାଲିଗଲା ହାତୀର ଜୀବନ। ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତା ହାତୀର ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଁତାମିଲା ଗାଁ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ମିଳିଥିବା ସୂଚନା ମୁତାବକ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଁତାମିଲା ଗାଁ ନିକଟ ଧୁବା ତୁଠ ନିକଟ ନାଳ ପାଖରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାରୀ ଶିକାର ଉଦ୍ଧେଶ୍ୟରେ ବିଦ୍ୟୁତ ତାର ବିଛାଇ ଥାଆନ୍ତି । ଗତ କାଲି ମଧ୍ୟ ଶିକାରୀ ୧୧କେଭି ବିଦ୍ୟୁତ ତାର ବିଛାଇ ଥିଲେ । ଗତ କାଲି ମଧ୍ୟ ରାତି ରେ ଗୋଟିଏ ଦନ୍ତା ହାତୀ ( ୮ରୁ ୧୦ବର୍ଷ ହେବ) ପାଣି ପିଇ ବା ପାଇଁ ସେହି ନାଳକୁ ଆସିଥିଲା । ସେହି ସମୟରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଆଜି ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଥିବା ଜଣା ପଡ଼ିଛି । ଖବର ଲେଖିବା ସୁଦ୍ଧା ଘଟଣା ସ୍ଥଳକୁ ବିଭାଗ ପହଂଚି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର