ହାତୀଦାନ୍ତ ଚାଲାଣ ବେଳେ ୫ ଗିରଫ

ଖୁଣ୍ଟା ୧୩/୨: ଆଜି ସଂଧ୍ୟାରେ କିଛି ଯୁବକ ହାତୀଦାନ୍ତ ଚାଲାଣ କରୁଥିବାବେଳେ ବନବିଭାଗ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ସୁଚନାରୁ ପ୍ରକାଶ ଆଜି ସଂଧ୍ୟା ୭.୩୦ ସମୟରେ ବାରିପଦା-ଉଦଳା ମୁଖ୍ୟ ରାସ୍ତା ୧୯ ନଂ ରାଜ୍ୟ ରାଜପଥରେ ପାଞ୍ଚ ଜଣ ଯୁବକ ଏକ ପାସେଞ୍ଜର ଅଟୋ ଯୋଗେ ବାରିପଦା ଅଭିମୁଖେ ଦୁଇଟି ହାତୀଦାନ୍ତ ନେଇ ଯାଉଥିବା ବେଳେ ବାରିପଦା ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ତେବେ ପୂର୍ବ ଯୋଜନା ମୁତାବକ ଖୁଣ୍ଟା ଥାନା ତଥା ଡୁକୁରା ଫରେଷ୍ଟ ସେକସନ୍ ଅଧନସ୍ଥ ଟିଟିଆ ଛକ ନିକଟରେ ବନ କର୍ମଚାରୀମାନେ ପେଟ୍ରୋଲିଂ ବାହାନାରେ ହାତୀଦାନ୍ତ ଥିବା ପାସେଞ୍ଜର ଅଟୋ ଓଡି୧୧-୫୨୮୦ କୁ ଅଟକ ରଖିବା ସହ ୫ ଜଣ ଯୁବକଙ୍କୁ ହାତୀଦାନ୍ତ ସହିତ କାବୁ କରି ନେଇଥିଲେ।

ସେମାନଙ୍କୁ ବାରିପଦା ବନାଞ୍ଚଳ କାର୍ଯ୍ଯାଳୟକୁ ନିଆଯିବା ପରେ ତାଙ୍କ ନିକଟରୁ ଦୁଇଟି ହାତୀଦାନ୍ତ ଏବଂ ବ୍ୟବହାର କରିଥିବା ପାସେଞ୍ଜର ଅଟୋକୁ ଜବତ କରାଯାଇଛି । ଗୋଟେ ହାତୀଦାନ୍ତ ୪୫ ସେଣ୍ଟିମିଟର-୭୦୦ ଗ୍ରାମ ଓଜନ ହୋଇଥିବା ବେଳେ ଅନ୍ୟ ଟି ୩୮ ସେଣ୍ଟିମିଟର ୬୦୦ ଗ୍ରାମ ଓଜନ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ମାନେ ଉଦଳା ଥାନା ଅଞ୍ଚଳର କୁଣ୍ଡାବାଇ ସ୍ଥିତ ଉପରତାଳଡିହା ଗ୍ରାମର ଦେବେନ୍ଦ୍ରନାଥ ମାହାଲି, ଜଗନ୍ନାଥ ସିଂ, ପଙ୍କଜ କୁମାର ମାହାଲି, ବିନୁ ସିଂ ଏବଂ ଜାମୁଡିହି ଗ୍ରାମ ର ସୁଶାନ୍ତ ସିଂ ହୋଇଥିବାବେଳେ ଏମାନେ ହାତୀଦାନ୍ତ କେଉଁଠୁ ଆଣିଲେ ଓ କୁଆଡେ ନେଇ ଯାଉଥିଲେ କିଛି ଜଣା ପଡିନଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି । ଉକ୍ତ ଚଢ଼ାଉରେ ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା, ଫରେଷ୍ଟର ମୋବାଇଲ୍ ସ୍କ୍ୱାର୍ଡ ପ୍ରଶାନ୍ତ କୁମାର ସିଂସାମନ୍ତ, ଡୁକୁରା ଫରେଷ୍ଟ ବିଟ୍ ଗାର୍ଡ ତ୍ରୀନାଥ ସାମଲ, ଫରେଷ୍ଟ ଗାର୍ଡ  ଅନିଲ୍ ମହାନ୍ତ ସମେତ  ଅନ୍ୟ ବନ କର୍ମଚାରୀମାନେ ସାମିଲ ଥିଲେ ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ