PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଖୁଣ୍ଟୁଣି ରେଞ୍ଜରେ ବଣୁଆ ହାତୀ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଆଠଗଡ, ୨୧|୧୨: ଆଠଗଡ ବନଖଣ୍ଡ  ଖୁଣ୍ଟୁଣି ରେଞ୍ଜ୍ ଅନ୍ତର୍ଗତ ବଉଳ, ସାରକୋଳି ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଦେଖାଦେଇଛି। ଫଳରେ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଭୟର ବତାବରଣ ସୁଷ୍ଟି ହେଇଛି।

ହାତୀ ଆତଙ୍କ ପାଇଁ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରତିଦିନ ଅପରାହ୍ନ ଚାରିଟା ପରେ ଲୋକମାନେ ବାହାରକୁ ବାହାରିବା ଏକ ପ୍ରକାରର ସମସ୍ୟା ପାଲଟି ଯାଇଛି । ସେହିପରି ସ୍କୁଲ ପିଲାମାନେ ସ୍କୁଲରୁ ଘରକୁ ଫେରିବାକୁ ଭୟ କରୁଛନ୍ତି। ବଣୁଆ ହାତୀମାନେ ଏବେ ଆଖପାଖ ଜନ ଗହଳି ସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲୀ  ହାତୀ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ ଜମାଉଥିବାବେଳେ ହାତୀ ମାନଙ୍କପାଲଟା ଆକ୍ରମଣ ଏବେ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ବହୁଦିନର ବ୍ୟବଧାନ ପରେ ଏବେ ହାତୀ ମାନେ ଆଠଗଡ ବନଖଣ୍ଡକୁ ଆସିଛନ୍ତି। ତେଣୁ ବନ ବିଭାଗ ଏହା ଉପରେ ନଜର ରଖିବା ସହିତ ହାତୀ ମାନଙ୍କୁ ଘଉଡାଇ ଜଙ୍ଗଲ ମୁହାଁ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।