PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଖାରଜ୍‌ କଲେ ସୁପ୍ରିମକୋର୍ଟ

pic-indiatoday

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ। ବିନୋଦ ତାଙ୍କ ୟୁଟ୍ୟୁବ ଚ୍ୟାନେଲ କାର୍ଯ୍ୟକ୍ରମ ମାଧ୍ୟମରେ ହିଂସା ଉସ୍‌କାଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯାଇଥିଲା। ଜଣେ ବିଜେପି ବିଧାୟକଙ୍କ ଅଭିଯୋଗ ପରେ ତାଙ୍କ ବିରୋଧରେ ଏଭଳି ମାମଲା ହୋଇଥିଲା। ହେଲେ ସର୍ବୋଚ୍ଚ ଅଦାଲତ ଆଜି ଏହାକୁ ଖାରଜ୍ କରିଛନ୍ତି।

ଆଇନ ଅନୁସାରେ ଜଣେ ସାମ୍ବାଦିକ ସୁରକ୍ଷା ପାଇବା ନିହାତି ଦରକାର ବୋଲି କୋର୍ଟ କହିବା ସହିତ ତାଙ୍କ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାର ବିଚାର ପାଇଁ କମିଟି ଗଠନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ୟୁୟୁ ଲଳୀତ ଏବଂ ବିନୀତ ସରନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ଖଣ୍ଡପୀଠ ବିନୋଦଙ୍କର ମଧ୍ୟ ଏକ ଆବେଦନକୁ ଖାରଜ କରିଛନ୍ତି। ନିର୍ଦ୍ଦିଷ୍ଟ କମିଟି ଦ୍ୱାରା ଅନୁମିତ ନମିଳିଲେ ୧୦ ବର୍ଷ ଅଭିଜ୍ଞତା ଥିବା କୌଣସି ସାମ୍ବାଦିକଙ୍କ ବିରୋଧରେ ମାମଲା ହୋଇପାରିବ ନାହିଁ ବୋଲି ବିନୋଦ କୋର୍ଟରେ ଆବେଦନ କରିଥିଲେ। ବିନୋଦଙ୍କର ଏହି ଆବେଦନକୁ କୋର୍ଟ ଖାରଜ୍ କରିଦେଇଛନ୍ତି।

ବିଜେପି ନେତା ଶ୍ୟାମଙ୍କ ଅଭିଯୋଗ କ୍ରମେ ମେ ୬ ତାରିଖରେ ବିନୋଦଙ୍କ ବିରୋଧରେ ସିମ୍‌ଲା କୁମାରସେନ ପୋଲିସ ଷ୍ଟେସନର୍‌ ଏକ ମାମଲା ହୋଇଥିଲା। ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ।