ଏଲନ୍ ମସ୍କ ପାଲଟିଲେ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି, ଗୋଟିଏ ଦିନରେ ଆୟ ବଢିଲା ଏତେ…

ନୂଆଦିଲ୍ଲୀ ୨୦/୮: ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ୍ କାର୍ ନିର୍ମାତା କମ୍ପାନୀ Tesla(ଟେସଲା) ଓ ସ୍ପେଶ୍ ଏକ୍ସର କୋ-ଫାଉଣ୍ଡର୍ ଏଲନ୍ ମସ୍କ ଦୁନିଆର ଚତୁର୍ଥ ସବୁଠାରୁ ଧନୀ ବ୍ଯକ୍ତି ପାଲଟି ଯାଇଛନ୍ତି । ବିଶ୍ୱର ୧୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଥିବା ଏଲନଙ୍କ ସମ୍ପତ୍ତି ଲଗାତର ବଢୁଥିଲା । ଟେସଲାର ସେୟାର ସୋମବାର ୧୧ ପ୍ରତିଶତ ବୃଦ୍ଧି ପାଇବା ପରେ ତାଙ୍କ ସମ୍ପତ୍ତି ୭.୮ ଅରବ ଡଲାର ବୃଦ୍ଧି ହୋଇଛି ଏବଂ ସେ ୪ର୍ଥ ସ୍ଥାନକୁ ଆସିଯାଇଛନ୍ତି ।

କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଭାରତୀୟ ବିଜନେସମ୍ୟାନ୍ ମୁକେଶ ଅମ୍ବାନୀ ଥିଲେ । କିନ୍ତୁ ଗତ ଦିନମାନଙ୍କରେ ତାଙ୍କ ସମ୍ପତ୍ତି ସାମାନ୍ୟ କମିଯାଇଛି । ଯାହା ଫଳରେ ସେ ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ୪ର୍ଥ ସ୍ଥାନରୁ ଖସି ୬ଷ୍ଠ ସ୍ଥାନକୁ ଆସିଯାଇଛନ୍ତି ।

ଚଳିତ ବର୍ଷ ମହାମାରୀ ଯୋଗୁଁ ସାରା ଦୁନିଆରେ ଅର୍ଥବ୍ୟବସ୍ଥାକୁ ଧକ୍କା ହୋଇଛି । ଉଦ୍ୟେଗ ଜଗତକୁ ବହୁତ କ୍ଷତି ହୋଇଛି । କିନ୍ତୁ ଟେସ୍ଲା ପାଇଁ ଏହା ଭାଗ୍ୟବାନ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଟେସ୍ଲା ସେୟାରରେ ୩୩୯ ପ୍ରତିଶତ ବୃଦ୍ଧି ହୋଇଛି । ଟେସ୍ଲା ମୋଟର୍ସର ସେୟାରରେ ଆସିଥିବୀ ତୀବ୍ରତା ପରେ ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତି ୭.୮ ଅରବ ଡଲାର ବଢିଯାଇଛି । ମସ୍କଙ୍କ ସମ୍ପତ୍ତିରେ ହୋଇଥିବା ବୃଦ୍ଧି ପରେ ଫ୍ରାନ୍ସର ବର୍ନାର୍ଡ ଅରନାଲ୍ଟ ପଛରେ ପଡିଯାଇଛନ୍ତି । ବ୍ଲୁମବର୍ଗ ବିଲିନିୟର ଇଣ୍ଡେକ୍ସରେ ଏଲନ ମସ୍କ ଚତୁର୍ଥ ନମ୍ବରକୁ ଆସିଯାଇଛନ୍ତି । ମସ୍କଙ୍କ ସମ୍ପତ୍ତି ଏବେ ୮୪.୮ ଅରବ ଡଲାର ହୋଇଯାଇଛି ।

ବ୍ଲୁମବର୍ଗ ବିଲିନିୟମର ଇଣ୍ଡେକ୍ସ ଅନୁସାରେ ୧୮ ଅଗଷ୍ଟକୁ ଆମାଜନର ସଂସ୍ଥାପକ ଜେଫ୍ ବେଜୋସ୍ ପ୍ରଥମ ନମ୍ବରରେ ଅଛନ୍ତି । ତାଙ୍କ ସମୁଦାୟ ସମ୍ପତ୍ତି ୧୮୮ ଅରବ ଡଲାର । ଚଳିତ ବର୍ଷ ତାଙ୍କ ସମ୍ପତ୍ତି ଏପର୍ଯ୍ୟନ୍ତ ୭୩ ଅରବ ଡଲାରର ମୁନାଫା ହୋଇଛି । ଏହି ଲିଷ୍ଟରେ ୧୨୧ ଅରବ ଡଲାର୍ ସହିତ ବିଲ୍ ଗେଟ୍ସ ଦ୍ୱିତୀୟ ନମ୍ବର ଓ ୯୯ ଅରବ ଡଲାର ସହିତ ମାର୍କ ଜୁକରବର୍ଗ ତୃତୀୟ ନମ୍ବରରେ ଅଛନ୍ତି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍