ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଏଲନ୍‌ ମସ୍କ କହିଲେ ଭାରତରେ କାମ କରିବା ଖୁବ୍ କଠିନ, ଜାଣନ୍ତୁ ଏହା ପଛର କାରଣ କ’ଣ ?

ନୂଆଦିଲ୍ଳୀ,୧୮।୧:ଏଲନ୍ ମସ୍କ ଗତ କିଛି ବର୍ଷ ହେବ ନିଜର ବ୍ୟବସାୟ ଭାରତୀୟ ବଜାରରେ ବଢାଇବାକୁ ଚେଷ୍ଟା କରୁଛନ୍ତି,କିନ୍ତୁ ସଫଳତା ହାସଲ କରିପାରି ନାହାନ୍ତି। ଭାରତ ସରକାର ଗତ କିଛି ଦିନ ତଳେ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସର୍ଭିସରୁ ଲୋକଙ୍କୁ ଦୂରେଇ ରହିବାକୁ କହିଥିଲେ। ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍‌ ପାଇଁ ଏପର୍ଯ୍ୟନ୍ତ ଲାଇସେନ୍ସ ଜାରି କରାଯାଇନଥିଲା। ଭାରତ ସରକାର ଜନତାଙ୍କୁ ଷ୍ଟାରଲିଙ୍କର ବ୍ରଡବ୍ୟାଣ୍ଡ ସେବାର ସବସ୍କ୍ରିପସନ୍‌ ନନେବାର ଅପିଲ କରିଥିଲେ। ଉଲ୍ଲେଖନୀୟ ଯେ, ଷ୍ଟାରଲିଙ୍କ ୧ ନଭେମ୍ବରରୁ ନିଜର ଇଣ୍ଟରନେଟ୍ ସେବା ପାଇଁ ରେଜିଷ୍ଟେ୍ରସନ୍ ପକ୍ରିୟା ଆରମ୍ଭ କରିବା ସହ ବିଜ୍ଞାପନ ଦେବାର ମଧ୍ୟ ଆରମ୍ଭ କରିଦେଇଥିଲେ।

ଦୂରସଞ୍ଚାର ବିଭାଗ (DoT)କହିଥିଲା ଯେ, ଷ୍ଟାରଲିଙ୍କକୁ ନିଜର ବ୍ରଡବ୍ୟାଣ୍ଡ ସେବା ପାଇଁ ଏପର୍ଯ୍ୟନ୍ତ ଲାଇସେନ୍ସ ମିଳିପାରିବ ନାହିଁ। କମ୍ପାନୀକୁ ଭାରତୀୟ ନିୟାମକ ଢାଞ୍ଚାର ନିୟମ ପାଳନ କରିବାକୁ ହେବ। ସେଭଳି ଷ୍ଟାରଲିଙ୍କ କିଛି ସମୟ ପୂର୍ବରୁ ବୟାନ ଜାରି କରି କହିଥିଲା, ସେ ଭାରତରେ ନିଜର ସେବା ଦେବାକୁ ଉତ୍ସୁକ ରହିଛନ୍ତି। ଦେଶରେ ପ୍ରି-ବୁକିଂ ସଂଖ୍ୟା ୫୦୦୦ ପାର କରିସାରିଥିଲା। ଏହାପରେ ସରକାର କମ୍ପାନୀକୁ କଡା ଭର୍ତ୍ସନା କରି କହିଛନ୍ତି, ସେ ସମସ୍ତ ଗ୍ରାହକଙ୍କ ଟଙ୍କା ଫେରାଇ ଭାରତରେ ରେଜିଷ୍ଟେ୍ରସନ୍ କରନ୍ତୁ।

ନିକଟରେ ଆମେରିକାର ଇଲେକ୍ଟ୍ରିକ ବାହନ ନିର୍ମାତା କମ୍ପାନୀ ଟେସଲାର ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ୍ ମସ୍କ କହିଥିଲେ, ଭାରତରେ ଟେସଲା କାର ବିକ୍ରି କରିବା ପାଇଁ ତାଙ୍କୁ ସରକାରୀ ସ୍ତରରେ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। ଭାରତରେ ଟେସଲା ଇଲେଟ୍ରିକ୍ କାର ବିକ୍ରି କରୁଥିବା କମ୍ପାନୀର ଯୋଜନା ବିଷୟରେ ଏକ ଟ୍ବିଟ୍‌ର ଜବାବ୍‌ରେ ମସ୍କ ଟ୍ବିଟ୍ କରିଛନ୍ତି ଯେ, ଭାରତ ସରକାରଙ୍କ ସ୍ତରରେ ଅନେକ ଚ୍ୟାଲେଞ୍ଜର ସାମନା ଏବେ ବି କରିବାକୁ ପଡୁଛି।’

ଟେସଲା ଚଳିତ ବର୍ଷ ଭାରତରେ ଇମ୍ପୋଟେଡ୍ ଇଲେକ୍ଟ୍ରିକ୍ କାର ବିକ୍ରି କରିବାର ଯୋଜନା କରୁଛି, କିନ୍ତୁ ଏହା କହିଛି ଯେ ଭାରତରେ ଟିକସ ହାର ବିଶ୍ୱରେ ସର୍ବାଧିକ। ଟେସଲା ଚାହୁଁଛି ଯେ ଭାରତରେ ଆମଦାନୀ ଶୁଳ୍କ ହ୍ରାସ କରାଯାଉ। ମସ୍କ କହିଛନ୍ତି ଯେ ଟେସଲା ଭାରତରେ ଏକ କାରଖାନା ଖୋଲିପାରେ, କିନ୍ତୁ ଏହା ଦେଶରେ ଆମଦାନୀ ହୋଇଥିବା କାରଗୁଡିକର ସଫଳତା ଉପରେ ନିର୍ଭର କରିବ। ଭାରତରେ ଏବେ ଆମଦାନୀ ହୋଇଥିବା କାରଗୁଡିକ ଉପରେ ୬୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଲାଗିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.