PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଆଜି ଏମାର ମଠ ମାଟିରେ ମିଶିବ: ପରେ ୮ଟି ମଠ ଉଚ୍ଛେଦ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି

ପୁରୀ ୨୯/୮ : ଦ୍ୱାଦଶ ଶତାବ୍ଦୀରଏମାର ମଠ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ଚୌହଦୀରେ ଉଚ୍ଛେଦ କ୍ରମରେ ରାମାନୁଜ ସଂପ୍ରଦାୟର ଏହି ମଠ ପଛପାଶ୍ୱର୍ରୁ ଭଙ୍ଗାଯାଉଛି । ମଠ ପଛରେ ଥିବା ୩ଟି ଘର ଭଙ୍ଗାଯାଇଛି । ତା ବ୍ୟତୀତ ମଠ ସାମନାରେ ରହିଥିବା ଦୋକାନ ଘରକୁ ଖାଲି କରିଦିଆଯାଇଛି ।ଦୋକାନଗୁଡିକର ସଟରଗୁଡିକ କାଢ଼ି ଦିଆଯାଇଛି । ମଠ ଭିତର ଅଂଶ ଆଜି ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ମଠ ମହନ୍ତଙ୍କ ପ୍ରକୋଷ୍ଠ, ମଠ ପୂଜାସ୍ଥାନଗୁଡିକୁ ହାତ ଦିଆଯାଇନାହିଁ । ଏମାର ମଠ ସାଢ଼େ ଚାରି ଏକର ଜମିରେ ନିର୍ମାଣ ହୋଇଛି । ମଠ ସଂପୂର୍ଣ୍ଣ ଉଚ୍ଛେଦ ହେଲେ ଏହି ଜମି ପ୍ରଶାସନ ଅକ୍ତିଆରକୁ ଯିବ ।

ମଠ ଖାଲି କରିବାକୁ ଗତକାଲି ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ତଦନୁସାରେ ମଠ ପଛରେ ରହିଥିବା ମଠ ସେବକମାନେ ଘର ଖାଲି କରି ଦେଇଥିଲେ । ସେହିଭଳି ମଠ ସାମନାରେ ଦୋକାନ ଦେଇଥିବା ଲୋକମାନେ ରାତିରେ ଜିନିଷ ଖାଲି କରିବା ଆରମ୍ଭ କରିଥିଲେ । ଆଜି ମଧ୍ୟାହ୍ନ ପୂର୍ବରୁ ଦୋକାନ ସବୁ ଖାଲି ହୋଇ ଯାଇଥିଲା । ଦୋକାନ ଖାଲି ହେବା ପରେ ପ୍ରଶାସନ ରଘୁନନ୍ଦନ ପାଠାଗାର ଖାଲି କରିବା ଆରମ୍ଭ କରିଥିଲା । ଅପରାହ୍ନ ତିନିଟା ସୁଦ୍ଧା ରଘୁନନ୍ଦନ ପାଠାଗାର ଖାଲି ହୋଇଥିଲା ।

ଏହି ପାଠାଗାରକୁ ମଠ ଜମି ପ।।ଖରେ ଏକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠ।।ଗର ନିର୍ମାଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲାପାଳ ଦୋହରାଇଛନ୍ତି ବିସ୍ଥାପିତମାନଙ୍କୁ ଅବହେଳା କରାଯିବ ନାହିଁ । ନିୟମ ମୁତାବକ ଥଇଥାନ କରିଯିବ । ଲୋକମାନେ ପ୍ରଶାସନର ଥଇଥାନକୁ ଅନୁଭବ କଲାଭଳି ଉତ୍ତମ ବ୍ୟବସ୍ଥା ପାଇବେ । ଉଚ୍ଛେଦରେ କେହି ବି ବିସ୍ଥାପିତ ଉପେକ୍ଷିତ ହେବା ଭଳି ମନେ କରିବେ ନାହିଁ ।

ଏହି ମଠର କୋଠାକୁ ବୈଷୟିକ କମିଟି ବିପଦସଙ୍କୁଳ ଘୋଷଣା କରିଛି । ମଠ ମହନ୍ତଙ୍କୁ ଗତକାଲି ଏହି ମଠ ଖାଲି କରିବାକୁ ଚିଠି ହୋଇଥିଲା । ବୁଧବାର ସୁଦ୍ଧା ମଠ ପରିସରରୁ ପାଠାଗାର, ଦୋକାନ ଘର, ମଠ ପଛରେ ରହିଥିବା ଘରଗୁଡିକ ଖାଲି ହୋଇ ଯାଇଛି । ମଠ ମହନ୍ତଙ୍କ ପ୍ରକୋଷ୍ଠ ଭଙ୍ଗା ଯାଇନାହିାଁ ମହନ୍ତ ଏବେ ମଠରେ ରହୁଛନ୍ତି । ମଠ ଭିତର ଭଙ୍ଗାଯିବା ପୂର୍ବରୁ ମହନ୍ତଙ୍କ ବିକଳ୍ପ ଥଇଥାନ କରାଯିବ । ଆଜି ରାତି ସୁଦ୍ଧା ଏହି କାମ ସାରିବାକୁ ପ୍ରଶାସନ ପ୍ରସ୍ତୁତି କରୁଛି । ମଠକୁ ରାଜ୍ୟ ପୁଲିସ ବାହିନୀ ଘେରାବନ୍ଦୀ କରି ରଖିଛି । ମଠ ପାଖକୁ କାହାକୁ ଛଡା ଯାଉନି ।

ସୂଚନା ମୁତାବକ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାମାନୁଜ ସଂପ୍ରଦାୟ ଗୁରୁ ସନ୍ଥ ରାମାନୁଜ ଦାସ ଏହି ମଠକୁ ନିର୍ମାଣ କରିଥିଲେ । ତାମିଲ ଶବ୍ଦ “ଏମପେରୁଏମଆର” ସମୟ କ୍ରମେ ଏମାର ମଠ ରୂପେ ପରିଚିତ ହୋଇଥିବାର ବିଶ୍ୱାସ କରାଯାଉଛି । ତାମିଲରେ ଏମପେରୁଏମଆର୍‌ ଅର୍ଥ “ମନ୍ମାଥ” । ମଠର ପ୍ରତିଷ୍ଠାତା ବିଶିଷ୍ଟ ଅଦୈତ୍ୱାଚାର୍ଯ୍ୟ ସନ୍ଥ ରାମାନୁଜଙ୍କୁ ତାମିଲ ଶିଷ୍ୟମାନେ ମନ୍ମାଥ ସମ୍ବୋଧନ କରୁଥିଲେ ।
ଏହି ମଠର ମୁଖ୍ୟଦ୍ୱାର, ସାତଟି ଅଗଣା ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଅଦାଲତ ଆଦେଶକ୍ରମେ ଏହି ସବୁ ନିର୍ମାଣକୁ ଆଠ ବର୍ଷ ପୂର୍ବେ ଭଙ୍ଗା ଯାଇଥିଲା । ମଠ ପରିସରରେ ବାକି ଯାହା ସବୁ ବିପଦ ସଙ୍କୁଳ ପ୍ରକୋଷ୍ଠ ରହିଥିଲା ଏବେ ଭଙ୍ଗାଯିବ । ମଠ ପରିସରରେ ଏଗାରଟି ଅଗଣା ରହିଥିଲା ।

ଚଳିତ ଉଚ୍ଛେଦ ପୂର୍ବରୁ ମହନ୍ତଙ୍କ ଉପାସନା ଘର, ପୂଜାଘର,ରଘୁନାଥ ଜିଉ, ପତିତପାବନ, ଶ୍ରୀଲକ୍ଷ୍ମୀ, ସୀତା, ହନୁମାନ, ନୃସିଂହ ଆଦି ବିଗ୍ରହ ଏବଂ ଦୁଇଟି ରାମାନୁଜ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ବିପଦସଙ୍କୁଳ ଘୋଷଣା ହୋଇଛି

ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ମଧ୍ୟରେ ରହିଥିବା ନିର୍ମାଣ ଉଚ୍ଛେଦ ନିଷ୍ପତ୍ତି ପରେ ବିପଦସଙ୍କୁଳ କୋଠାକୁ ପ୍ରଶାସନ ଚିହ୍ନଟ କରିଛି । ଏହି ତାଲିକାରେ ୮ ପ୍ରମୁଖ ମଠ ଏବଂ ଆଠରୁ ଅଧିକ ଘରୋଇ କୋଠା, ଧର୍ମଶାଳା, ଯାତ୍ରୀଘର ରହିଛି । ପ୍ରମୁଖ ମଠ ତାଲିକାରେ ଲଙ୍ଗୁଳି ମଠ( ପୂର୍ବ ଦିଗ), ଏମାର ମଠ( ପୂର୍ବ ଦିଗ), ବଡ଼ଆଖଡା ମଠ( ପୂର୍ବ ଦିଗ), ପଞ୍ଜାବୀ ମଠ( ଦକ୍ଷିଣ ଦିଗ), ଦକ୍ଷିଣ ପାଶ୍ୱର୍ ମଠ( ଦକ୍ଷିଣ ଦିଗ), ଉତ୍ତର ପାଶ୍ୱର୍ ମଠ( ଉତ୍ତର ଦିଗ), ରାଘବ ଦାସ ମଠ( ଦକ୍ଷିଣ ଦିଗ), ମଙ୍ଗୁ ମଠ( ପୂର୍ବ ଦିଗରେ) ଅଛି । ପ୍ରଥମ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଭାଙ୍ଗି ଦିଆଯାଇଛି ।

ଏବେ ଏମାର ମଠ ଉଚ୍ଛେଦ ଆରମ୍ଭ କରିଛି । ତାଲିକାରେ ଚିହ୍ନଟ ହୋଇଥିବା ଅନ୍ୟ କୋଠାଗୁଡିକୁ ପ୍ରଶାସନ ଦ୍ୱାରା ଗଠିତ ବୈଷୟିକ କମିଟି ବିପଦସଙ୍କୁଳ ଘୋଷଣା କରିବା ପୂର୍ବରୁ ଅନୁଧ୍ୟାନ କରୁଛି । କୋଠାର ସ୍ଥିତିକୁ ବୈଷୟିକ କମିଟି ବିପଦସଙ୍କୁଳ ଘୋଷଣା ନକରିବା ଯାଏ ପୌର ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିପାରିବ ନାହିଁ । କମିଟି କୋଠାଗୁଡିକୁ ନିରନ୍ତର ତର୍ଜମା କରୁଛି । କମିଟିର ବିପଦସଙ୍କୁଳ ଘୋଷଣାକୁ ଅପେକ୍ଷା କରାଯାଇଛି । ଚିହ୍ନଟ କୋଠାଗୁଡିକ ବିପଦସଙ୍କୁଳ ଘୋଷଣା ହେବା ପରେ ଓଡ଼ିଶା ପୌର ଆଇନ ୧୯୫୦ ଧାରା ୨୭୫ (୧) ଆଧାରରେ ପୌର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରିବାକୁ ପ୍ରସ୍ତୁତି ଚଳାଇଛି ।